ମୁକ୍ତସ୍ବରର ପ୍ରଭାବ

‘ପ୍ରଚାର’(ପ୍ରୋପାଗଣ୍ଡା) ଶବ୍ଦର ଅର୍ଥକୁ ଅଭିଧାନ ‘ସୂଚନା’ ବୋଲି ବ୍ୟାଖ୍ୟାକରେ। ଏହା ରାଜନୈତିକ ଉଦ୍ଦେଶ୍ୟ ବା ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହୃତ ହୋଇଆସୁଛି। ଅତୀତରେ ଦୂରଦର୍ଶନକୁ ନିୟନ୍ତ୍ରଣ କରାଯାଇ ପ୍ରଚାର କରାଯାଉଥିଲା କିମ୍ବା ଅନ୍ତତଃ ପକ୍ଷେ ତାହାକୁ ହିଁ ରାଜନୈତିକ ଦଳ ଗ୍ରହଣ କରିଥିଲେ। ସନ୍ଧ୍ୟାରେ ଖବର ପ୍ରସାରଣ ସଂସ୍ଥାଗୁଡ଼ିକ ସରକାର ଏବଂ ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ କରୁଥିଲେ। ସେଥିରେ ବିରୋଧୀଙ୍କ ପାଇଁ କୌଣସି ସ୍ଥାନ ନ ଥିଲା। ଏହାକୁ ଏକ ସ୍ବାଭାବିକ ଧାରା ଭାବେ ଗ୍ରହଣ କରି ନିଆଯାଇଥିଲା। ୨୫ ବର୍ଷ ପୂର୍ବେ ବେସରକାରୀ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଆରମ୍ଭ ହେଲା ପରେ ଏହି ଧାରା ବଦଳିଗଲା ଏବଂ ଦୂରଦର୍ଶନ ବ୍ୟତୀତ କିମ୍ବା ବୋଧହୁଏ ଏହାସହିତ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଦଳର ବରିଷ୍ଠ ନେତାମାନେ ଚ୍ୟାନେଲଗୁଡ଼ିକର ଷ୍ଟୁଡିଓରେ ପ୍ୟାନେଲକୁ ଆସିଲେ। ଏହା ମିଡିଆ କ୍ଷେତ୍ରରେ ସ୍ବାଧୀନତାର ସକାଳ ବା ଅୟମାରମ୍ଭ ବୋଲି ଜଣାପଡୁଥିଲା ଏବଂ ଆଜିର କେତେଜଣ ବରିଷ୍ଠ ସାମ୍ବାଦିକ ବିଶେଷକରି ଯେଉଁମାନେ ପୁରୁଣା ଷ୍ଟାର୍‌ ନ୍ୟୁଜ୍‌ ସଂସ୍ଥା (ଏବର ଏନ୍‌ଡିଟିଭି)ରେ ଥିଲେ ସେମାନେ ସେହି ସମୟରେ ସୃଷ୍ଟି ହୋଇଥିଲେ। ସମୟକ୍ରମେ ଗୋଦି ମିଡିଆ ବିଷୟ ୨୦୧୪ର କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ତାହାର ପ୍ରଚାର ଆମକୁ ଯଥେଷ୍ଟ ପଛକୁ ନେଇଗଲା। ଏହି ସମୟରେ ଏହା ପୁରୁଣା ଭାରତ ତୁଳନାରେ ଖରାପ ଏବଂ ଅଧିକ କ୍ଷତିକାରକ ଥିଲା। ଦୂରଦର୍ଶନରେ କେବଳ ବିରୋଧୀଙ୍କୁ ଅଣଦେଖା କରାଯାଇଥିଲା। କିନ୍ତୁ ଏହାକୁ ପ୍ରତିଦିନ ଅପମାନିତ ଓ ଆକ୍ରମଣ କରାଯାଇ ନ ଥିଲା କି ଜାତୀୟ ବିରୋଧୀ କୁହାଯାଉ ନ ଥିଲା। ଏହାବ୍ୟତୀତ ସଂଖ୍ୟାଲଘୁମାନଙ୍କ ଉପରେ ଲଗାତର ଆକ୍ରମଣ ହେଉ ନ ଥିଲା ଏବଂ ବିଭ୍ରାନ୍ତି ସୃଷ୍ଟି କରାଯାଉ ନ ଥିଲା। ହେଲେ ନୂଆ ଭାରତରେ ଚ୍ୟାନେଲଗୁଡ଼ିକରେ ଏସବୁ ଦୈନନ୍ଦିନ ଘଟିଲା ଏବଂ ଏକ ଦଶନ୍ଧି ପର୍ଯ୍ୟନ୍ତ ରହିଲା। ଏବେ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଏକ ତୃତୀୟ ପରିବର୍ତ୍ତନ ଆସିଛି। ଏହା ଏତେ ଦୃଢ଼ ଯେ ସରକାର ଏହା ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଅଧିକଥର ଦର୍ଶକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ସ୍ବାଧୀନ ଭାବେ କାମ କରୁଥିବା ସାମ୍ବାଦିକମାନେ ସୋସିଆଲ ମିଡିଆ(ସାମାଜିକ ଗଣମାଧ୍ୟମ)କୁ ବ୍ୟବହାର କରୁଛନ୍ତି। ଏହି ପରିବର୍ତ୍ତନରେ ସାମିଲ ହୋଇଛନ୍ତି ଏକ ଗୋଷ୍ଠୀ, ଯେଉଁମାନେ କଣ୍ଟେଟ୍‌ କ୍ରିଏଟର ଭାବେ ଜଣାଶୁଣା। ତେବେ ସ୍ବାଧୀନ ଭାବେ କାର୍ଯ୍ୟରତ ସାମ୍ବାଦିକଙ୍କ ଦର୍ଶକ ସଂଖ୍ୟା ଉପରେ ନଜର ପକାନ୍ତୁ। ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଭଳି ୟୁଟ୍ୟୁବ୍‌ରେ ଏଭଳି ସାମ୍ବାଦିକମାନଙ୍କ ରିଚ୍‌ (ପହୁଞ୍ଚ)ଅଧିକ। ପୁଣ୍ୟ ପ୍ରସୂନ ବାଜପେୟୀ (୪୭ ଲକ୍ଷ ସବ୍‌ସ୍କ୍ରାଇବର), ଅଜିତ ଅଞ୍ଜୁମ (୬୧ ଲକ୍ଷ), ଅଭିସାର ଶର୍ମା (୬୭ ଲକ୍ଷ) ଏବଂ ରବିଶ କୁମାର (୧.୧ କୋଟି) ସମଗ୍ର ନ୍ୟୁଜ୍‌ ନେଟ୍‌ୱର୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଟାଇମ୍ସ ନାଓ (୫୩ ଲକ୍ଷ ସବ୍‌ସ୍କ୍ରାଇବର), ରିପବ୍ଲିକ (୬୨ ଲକ୍ଷ) ଏବଂ ଇଣ୍ଡିଆ ଟୁଡେ (୯୩ ଲକ୍ଷ) ପାଖାପାଖି ସମାନ ଅଛନ୍ତି। ଦେଖିବାକୁ ମୁକ୍ତସ୍ବର ଅଧିକ ଲୋକଙ୍କ ପାଖରେ ପହଞ୍ଚିଛି। କାରଣ ନିର୍ଦ୍ଦିଷ୍ଟ ଦୈନିକ ପ୍ରସଙ୍ଗ ଉପରେ ମୁକ୍ତ ସାମ୍ବାଦିକଙ୍କ ବିଷୟବସ୍ତୁ କେନ୍ଦ୍ରିତ ହେଉଛି। ଜି’ର ଗୋଟିଏ ଭିଡିଓକୁ ହାରାହାରି କେତେ ହଜାର ଲୋକ ଦେଖୁଥିବାବେଳେ ରବିଶ କୁମାରଙ୍କ ଭିଡିଓକୁ ହାରାହାରି ୧୦ ଲକ୍ଷରୁ ଅଧିକ ଦେଖୁଛନ୍ତି। ହ୍ବାଟସ୍‌ ଆପ୍‌ ମାଧ୍ୟମରେ ଏହି କ୍ଲିପଗୁଡ଼ିକର ପ୍ରସାର ସ୍ବାଧୀନ ସ୍ବରକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇଥାଏ। ସାମ୍ବାଦିକମାନଙ୍କ ସହିତ ଆମ ସମୟ ଉପରେ ମନ୍ତବ୍ୟ ଦେବାକୁ ଏକ ବ୍ୟଙ୍ଗବକ୍ତା ଗୋଷ୍ଠୀ ସାମ୍ନାକୁ ଆସିଛନ୍ତି। ସେମାନେ ଗୋଦି ମିଡିଆର ପ୍ରାଧାନ୍ୟରୁ ସୃଷ୍ଟି ହୋଇଛନ୍ତି। ଭଗତ ରାମ, ଶ୍ରୀମତୀ ମେଡୁସା, ମେଘନାଦ, ଗରିମା, ରାଣ୍ଟିଙ୍ଗ ଗୋଲା, ଶ୍ୟାମ ରେଙ୍ଗିଲା ଏବଂ ଉର୍ବଶୀ କୋଠାରିଙ୍କ ଭଳି କେତେକଙ୍କ ନାମ ଏଠାରେ ଉଲ୍ଲେଖଯୋଗ୍ୟ। ଗୋଦି କ୍ରିଏଟରମାନେ ଯେଉଁ ବିଷୟବସ୍ତୁ ସୃଷ୍ଟି କରିବାକୁ ଚାହିଁଥାନ୍ତି, ତାହା ବିରକ୍ତିକର ଏବଂ କ୍ରୋଧ ସୃଷ୍ଟି କରେ। ଏହି କାରଣରୁ ସାଧାରଣତଃ ତାହାକୁ ଅଣଦେଖା କରାଯାଏ।

ଏହା ନିଃସନ୍ଦେହ ଯେ, ମୁକ୍ତସ୍ବର ମୋଦି ସରକାରଙ୍କ ଏକଚାଟିଆ କାର୍ଯ୍ୟକୁ ଦୁର୍ବଳ କରିବାରେ ସଫଳ ହୋଇଛନ୍ତି। ଏହି କାରଣରୁ ସରକାର କ୍ରିଏଟର ତଥା ସ୍ବାଧୀନ ସାମ୍ବାଦିକଙ୍କ କଣ୍ଠରୋଧ କରିବାକୁ ଆଗେଇ ଆସିଛନ୍ତି। ପ୍ରସାରଣ ବିଲ୍‌ ମାଧ୍ୟମରେ ଏହା କରାଯାଉଛି, ଯାହାର ଏକ ଡ୍ରାଫ୍ଟ ପ୍ରସାରିତ ହେଉଛି। ମୂଳତଃ ସୋସିଆଲ ମିଡିଆରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାର ନିୟନ୍ତ୍ରଣ କରିବାକୁ ଚାହାନ୍ତି। କାରଣ ଏହା ହେଉଛି ଏକମାତ୍ର ଉପାୟ, ଯେଉଁଥିରେ ସରକାର ଏଥିରେ ହସ୍ତକ୍ଷେପ, ଅବରୋଧ ଏବଂ ପ୍ରକାଶ କରିବାକୁ ଚାହଁୁ ନ ଥିବା ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇପାରିବେ। ଓ୍ବେର, ସ୍କ୍ରୋଲ, ନ୍ୟୁଜ୍‌ ଲଣ୍ଡ୍ରି ଏବଂ ନ୍ୟୁଜ୍‌ମିନିଟ୍‌ ପରି ସ୍ବାଧୀନ ୱେବ୍‌ସାଇଟ ଉପରେ ଲଗାମ ଲଗାଇବାକୁ ମଧ୍ୟ ସରକାର ଚେଷ୍ଟା କରୁଛନ୍ତି। କାରଣ ଏହି କ୍ରିଏଟରସବୁ ସୋସିଆଲ ମିଡିଆରେ ସ୍ବାଧୀନ। ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ଯେଭଳି ଲାଇସେନ୍ସ କିମ୍ବା ଆଇନ ଦ୍ୱାରା ନିୟନ୍ତ୍ରଣ କରାଯାଉଛି ଏମାନଙ୍କ କ୍ଷେତ୍ରରେ ସେଭଳି ହୋଇପାରିବ ନାହିଁ। ସେଥିପାଇଁ ସରକାର ବ୍ୟାପକ ଉପାୟରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି, ଯାହା ସୋସିଆଲ ମିଡିଆ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିବ। ଅସୁବିଧାରେ ପକାଇବା ଉଦ୍ଦେଶ୍ୟରେ ହୁଏତ ଆଇନକୁ ବ୍ୟବହାର କରାଯାଇପାରୁଥାଏ, କିନ୍ତୁ ତାହା ହେବ ନାହିଁ। ଖରାପ ଆଇନ ହିଁ ଖରାପ ପରିଣାମ ସୃଷ୍ଟି କରେ।

ଏହି ଅଧିନିୟମକୁ ଆଗେଇ ନେବାରେ ମୋଦି ସରକାର ସଫଳ ହେବେ ନାହିଁ। ସରକାର ଗତବର୍ଷ ଯେଉଁ ସ୍ଥିତିରେ ଥିଲେ ଏବେ ସେମିତି ନାହାନ୍ତି। ଏହାପାଇଁ ବହୁ ବାଧାବିଘ୍ନ ଏବଂ ପ୍ରତିରୋଧ ଲାଗି ଅନେକ କ୍ଷେତ୍ର ଅଛି। ଏପରି କି ଏହାକୁ ପୂର୍ବ ସଂସଦରେ ପାସ୍‌ କରାଯାଇଥିଲେ ତାହାକୁ କାର୍ଯ୍ୟକାରୀ କରିବାରେ ବିଶୃଙ୍ଖଳା ହୋଇଥାନ୍ତା। ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ସରକାର ଯେଭଳି ତାଙ୍କ ନାଗରିକଙ୍କ ସମାଲୋଚନା ଶୁଣନ୍ତି ଓ ତାହାକୁ ସହନ୍ତି ଏବଂ ସେଥିରୁ କିଛି ଶିଖନ୍ତି, ସେଭଳି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ୍‌କୁ କରିବାକୁ ପଡ଼ିବ।

ଆକାର ପଟେଲ


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri