ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ। ତେବେ ଯବେ ସାର, ବିଷର ଦୁନିଆ ନ ଥିଲା, ସେବେ ଚାଷ ହେଉ ଥିଲା । ସେ ଚାଷରେ ଥିଲା ଏକ ସ୍ବତନ୍ତ୍ର ଉତ୍ସାହ। ନିଜ ଘରୁ ପ୍ରସ୍ତୁତ ହେଉଥିଲା ଜୈବସାର ଆଉ ବିଷ, ଯାହା ଜମିରେ ଗୁଣବତ୍ତା ବଢ଼ାଇବା ସହ ଉପତ୍ାଦନ ବଢ଼ାଉଥିଲା। ନା ଥିଲା ସ୍ବାସ୍ଥ୍ୟ ସମସ୍ୟା ନା ପରିବେଶ ପ୍ରଦୂଷଣ। ଜୈବବିବିଧତାର ରକ୍ଷାହେବା ସହ ଜୈବିକ କୃଷି ସମସ୍ତଙ୍କ ଜମିରେ ସୁନା ଫଳାଉଥିଲା। ପ୍ରକୃତି ସହ ବଞ୍ଚତ୍ବାର ବାର୍ତ୍ତା ଦେଉଥିଲା ଜୈବକୃଷି। ଏକ ସ୍ବଚ୍ଛ ପରିବେଶ ମଧ୍ୟରେ ଜୀବନ ଜିଇବାର ମୁହୂର୍ତ୍ତକୁ ଅନୁଭବ କରୁଥିଲୁ। କିନ୍ତୁ ଏଭଳି ପରିବେଶକୁ ଏବେ ନଷ୍ଟକରୁଛି ବିଷଯୁକ୍ତ ଚାଷ। ଆମ ପାକଶାଳା ବିଷରେ ଭର୍ତ୍ତି। ଆମ ଅଜାଣତରେ ଆମେ ବିଷ ଖାଇଚାଲୁଛେ। ଏ କଥାକୁ ଆମକୁ ସ୍ବୀକାର କରିବାକୁ ହେବ।

ଓଡ଼ିଶାରେ ଅର୍ଗାନିକ୍‌ ଚାଷ ବା ଜୈବିକ କୃଷିର ନାରା ବିଷୟରେ ସମସ୍ତେ ଜାଣନ୍ତି। ଏହା ଏଲୋପାଥିକ୍‌ ମେଡିସିନ୍‌ ଭଳି ଗଛର ରୋଗପୋକକୁ ଏତେଶୀଘ୍ର ଦମନ କରିପାରେନି କିନ୍ତୁ ଏହା ସତ ଯେ ଏହା ପରିବେଶରେ ହାନି ଘଟାଏନି। ଆମ ଚାରିପାଖର ପରିବେଶକୁ ନେଇ ଆମେ ବଞ୍ଚତ୍ଛେ। ଏହା ଆମ ମାଟି, ପାଣି, ପବନକୁ ହାନି ପହଞ୍ଚାଏନି। ଜୀବାମୃତ, ଘନଜୀବାମୃତ, ଆଗ୍ନେୟାସ୍ତ୍ର କୁହନ୍ତୁ ଅବା ଜିଆଖତ, କମ୍ପୋଷ୍ଟ ଏବେ ସମସ୍ତେ ଏହି ଜୈବସାର ଓ ଜୈବକୀଟନାଶକ ପ୍ରସ୍ତୁତକରି ପ୍ରୟୋଗ କରିବା ଦେଖିବାକୁ ମିଳୁଛି। ଆମକୁ ଆମ ମାଟିକୁ ବଞ୍ଚାଇବାକୁ ହେବ। ଆମ ପୁରୁଣା ଚାଷ ପ୍ରଣାଳୀକୁ ବଞ୍ଚାଇବାକୁ ହେବ।
ଓଡ଼ିଶାର ଚାଷୀଙ୍କ ଜୈବ ଉପତ୍ାଦ ଏବେ କମିବାରେ ଲାଗିଛି। ଆପଣ ମାଣ୍ଡିଆରୁ ପ୍ରସ୍ତୁତ ଜୈବଉପତ୍ାଦ କଥା କୁହନ୍ତୁ ଅବା ପନିପରିବା ଓ ଶସ୍ୟସାମଗ୍ରୀ କୁହନ୍ତୁ, ସବୁଠି ଏବେ ଓଡ଼ିଶା ଚାଷୀଙ୍କ ଜୈବବିପ୍ଳବ ସହଜରେ ବାରିହୋଇପଡ଼ୁଛି। ଓଡ଼ିଶା ସରକାର ଜୈବିକ ଚାଷ ଦିଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଇ କିଛିଦିନ ତଳେ କ୍ଷେତ୍ର ପରିଦର୍ଶନ ସମୟରେ ବିଭିନ୍ନ ଚାଷୀଙ୍କ ସହ ମିଶିବାର ସୁଯୋଗ ମିଳିଥିଲା। ସେଠାରେ ଜାଣିପାରିଥିଲି ଯେ ସତରେ ଓଡ଼ିଶାରେ ଏ ଦିଗରେ ବିପ୍ଳବ ଏକ ମାଇଲଖୁଣ୍ଟ ସାଜିବ। କାରଣ କେବଳ ଚାଷୀ ନୁହେଁ ବରଂ ଘରର ମା’ମାନେ ନିଜ ପାକଶାଳା ବଗିଚାରେ ମଧ୍ୟ ଜୈବିକ ସାର ବ୍ୟବହାର କରୁଛନ୍ତି। ଗାଁ ଗାଁରେ ଜମୁଛି ଭିଡ଼, ଜୈବଚାଷର ଭାରି ଆଦର। ଏ ଉକ୍ତିଟିର ପ୍ରତିଫଳନ ହେଉଛି ଓଡ଼ିଶାର ଅନେକ ଗାଁରେ। ରାସାୟନିକ ସାର ଓ କୀଟନାଶକର ପ୍ରଭାବ ବିଷୟରେ ଆଉ କାହାକୁ ବୁଝାଇବାର ଆବଶ୍ୟକତା ନାହିଁ। ମାଟିର ମାନ ସହ ସ୍ବାସ୍ଥ୍ୟହାନି ଯେ ରାସାୟନିକ ଚାଷର ଲକ୍ଷ୍ୟ ଏହା ସଭିଏଁ ବୁଝିସାରିଲେଣି। ସମୟ ଆସିବ ଏ ବିପ୍ଳବ ଯେବେ ଶେଷହେବ, ସେବେ ସମ୍ପୂର୍ଣ୍ଣ ଓଡ଼ିଶା ଜୈବ ପ୍ରଦେଶ ଭାବରେ ପରିଗଣିତ ହୋଇସାରିଥିବ।

ଏଫ୍‌.ଆଇ.ବି.ଏଲ୍‌.ର ସର୍ଭେ ଅନୁସାରେ ଭାରତ ୧୮୭ଟି ଦେଶ ମଧ୍ୟରେ ଜୈବ କୃଷି ଉପତ୍ାଦନ ଦିଗରେ ଏକ ସଫଳ ଭୂମିକା ନିଭାଇଛି। ସାରା ବିଶ୍ୱର ଜୈବ ଉପତ୍ାଦରେ ଭାରତର ୩୦ ପ୍ରତିଶତ ଭାଗୀଦାରି ରହିଛି। କିନ୍ତୁ ପ୍ରକାଶିତ ରିପୋର୍ଟ ଅନୁସାରେ ରାସାୟନିକ ସାର ବ୍ୟବହାର ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ପାଖାପାଖି ୧୬% ବଢ଼ିଛି। ୨୦୧୫-୧୬ରେ ଭାରତରେ ରାସାୟନିକ ସାରର ବ୍ୟବହାର ୫୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଥିବାବେଳେ ୨୦୨୦-୨୧ରେ ଏହା ୫୯୦ ଲକ୍ଷ ମେଟ୍ରିକ୍‌ ଟନ୍‌ ରେ ପହଞ୍ଚତ୍ଛି। ହାରାହାରି ଭାରତରେ ଗତ ୧୦ ବର୍ଷ ମଧ୍ୟରେ ୫୦୦ ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ବ୍ୟବହୃତ ହୋଇସାରିଛି। ଜମିରେ ବ୍ୟବହାର କରାଯାଉଥିବା ବିଭିନ୍ନ ରାସାୟନିକ ସାର ମଧ୍ୟରୁ ୫୫-୬୦% କେବଳ ୟୁରିଆ ବ୍ୟବହୃତ ହେଉଛି। ତେବେ ଦାନାଦାର ୟୁରିଆ ବ୍ୟବହାର ଜମିରେ ଗୁଣାମତ୍କ ମାନ କମାଇବା ସହ ମାଟିର ପୋଷକତତ୍ତ୍ୱ ନଷ୍ଟ କରୁଛି। ୨୦୧୬-୧୭ରୁ ୨୦୨୦-୨୧ ଭିତରେ ରାସାୟନିକ ସାରର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଇଛି। ଏପରିକି ଭାରତର ପଞ୍ଜାବ, ତେଲଙ୍ଗାନା, ହରିୟାଣା, ବିହାର ଓ ପଣ୍ଡିଚେରୀରେ ଆଶାତୀତ ଭାବରେ ରାସାୟନିକ ସାର ବ୍ୟବହାର କରାଯାଉଛି। ଏପରିକି ୨୦୧୫-୨୧ ମଧ୍ୟରେ ରାସାୟନିକ କୀଟନାଶକର ବ୍ୟବହାର ୮-୯% ବୃଦ୍ଧି ପାଇଛି। ତେବେ କୀଟନାଶକ ବ୍ୟବହାର ବଢ଼ି ୬୧,୭୦୨ ମେଟ୍ରିକ୍‌ ଟନ୍‌ରେ ପହଞ୍ଚତ୍ଛି। ଭାରତରେ ଏମିତି ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଉପତ୍ାଦନ ବଢ଼ାଇଛି ସତ କିନ୍ତୁ ପରୋକ୍ଷରେ ଆଶାତୀତ କ୍ଷତି କରୁଛି, ଏକଥା କାହାକୁ ଅଛପା ନାହିଁ।
ଏହା ଭିତରେ ଓଡ଼ିଶାରେ ଆରମ୍ଭ ହୋଇଛି ଜୈବବିପ୍ଳବ। ଆଜି ଚାଷୀ ନିମାସ୍ତ୍ର ହେଉ ଜୀବାମୃତ କି ବୀଜାମୃତ ଏସବୁ ବିଷୟରେ ଭଲଭାବରେ ଜାଣି ଜମିରେ ପ୍ରୟୋଗ କରୁଛନ୍ତି। ବିହନ ବିଶୋଧନଠୁ ଆରମ୍ଭକରି ରୋଗପୋକ ଦମନ ଯାଏଁ ସବୁଠି ଜୈବକୃଷିର ସ୍ବତନ୍ତ୍ରତା ରହିଛି। ଏ ବିଷମୁକ୍ତ ସମାଜକୁ ପୁଣି ଥରେ ସୁସ୍ଥ ତଥା ସାବଲୀଳ କରିବାରେ ଆମେ ସମସ୍ତେ ହାତ ମିଶାଇବା। ଅନ୍ତତଃ ଆମେ ଯେଉଁ ଖାଦ୍ୟ ଖାଉଛନ୍ତି ସେତକ ସୁସ୍ଥ ହୋଇଥିବା ଆବଶ୍ୟକ। ଅଧିକ ଉପତ୍ାଦନ ଆଶାରେ ଆମେ ରାସାୟନିକ ଚାଷ କରୁଛନ୍ତି ସତ କିନ୍ତୁ ଆଜି ନ ହେଲେ କାଲି ଆମେ ପୁଣି ଆମ ମୂଳକୁ ଫେରିବା। ଏହା ନିରାଟ ସତ୍ୟ। ଆପଣ ଅନୁଭବ କରୁଥିବେ ଏବେ ଛାତ ଉପରେ ଯେଉଁମାନେ ରୁଫ୍‌ଟପ୍‌ ଗାର୍ଡେନିଂ କରୁଛନ୍ତି ଅର୍ଦ୍ଧାଧିକ ଲୋକ କାୈଣସି ରାସାୟନିକ ସାର କିମ୍ବା ବିଷ ବ୍ୟବହାର କରୁନାହାନ୍ତି। ସୋସିଆଲ ମିଡିଆରେ ସେମାନଙ୍କର ପୋଷ୍ଟ: ଉଇ ଲଭ୍‌ ଅର୍ଗାନିକ୍‌ରୁ ଏହା ସ୍ପଷ୍ଟ ଭାବରେ ଜଣାପଡ଼େ।

ସମୟ ଆସିଛି ପାରମ୍ପରିକ ଜ୍ଞାନକାୈଶଳକୁ ପୁଣିଥରେ ଜମିରେ ଦୋହରାଇବାକୁ। ଜୈବଖାଦ୍ୟ ପାଇଁ ସଭିଙ୍କ ଭିତରେ ଉତ୍କଣ୍ଠା। ରାସାୟନିକ ବସ୍ତୁରୁ ମୁକ୍ତ ରହି ସୁସ୍ଥ ଖାଦ୍ୟ ନିଶାରେ ଏବେ ସଭିଏଁ ବ୍ୟସ୍ତ। ଆମେ ଆମ ଭାତହାଣ୍ଡିକୁ ବିଷମୁକ୍ତ କରିବାକୁ ପ୍ରତିଜ୍ଞା କରିବା ଆବଶ୍ୟକ। କାରଣ ଆମ ଚାଷଜମି ଆମ ହାତରେ ଅଛି। ନିଜେ ସଚେତନ ହେଲେ ଏହାକୁ ସହଜରେ ଆପଣାଇପାରିବା। ନାଶ ନୁହେଁ ନିୟନ୍ତ୍ରଣ କରି ଜୈବବିବିଧତାକୁ ବଜାୟ ରଖିବାକୁ ପଣ କରିବା। ଏକ ସୁସ୍ଥ ସମାଜ ଗଠନରେ ଭାଗୀଦାରି ହେବା। ଆମ ଭବିଷ୍ୟତ ପିଢ଼ି ପାଇଁ ଆମେ ମାର୍ଗଦର୍ଶକ ହେବା।

ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ: ୭୮୪୭୦୧୩୧୫୭


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri