କେବେ ଆୟତ୍ତ ନ ଥିଲା

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇ ଏବେ ସେଠାରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହୋଇଛି। ନୂଆ ସରକାର ୧୬ ଅକ୍ଟୋବରରେ ଆସିବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୪ଟି ଛୋଟବଡ଼ ଆତଙ୍କବାଦୀ ଆକ୍ରମଣ ଘଟି ସାଧାରଣ ଲୋକ ଓ ଯବାନଙ୍କୁ ମିଶାଇ ୧୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ୨୮ ଅକ୍ଟୋବରରେ ଆତଙ୍କବାଦୀମାନେ ଜମ୍ମୁର ଅଖନୁର ସେକ୍ଟରରେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ସେନା ପ୍ରତିଆକ୍ରମଣ କରିବାରୁ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ସେହି ରାଜ୍ୟକୁ ବିଭାଜନ କରି ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିଶନଗୁଡ଼ିକର ଶୁଣାଣି କରି ଗତବର୍ଷ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବୈଧ ଘୋଷଣା କରିଥିଲେ ହେଁ ଜମ୍ମୁ ଓ କଶ୍ମୀର ରାଜ୍ୟ ମାନ୍ୟତା ପୁନଃ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଏବର ପରିସ୍ଥିତିକୁ ଦେଖିଲେ ଜମ୍ମୁ ଓ କଶ୍ମୀରରେ ଗଣତନ୍ତ୍ର ଫେରିଛି, ହେଲେ ସେଠାକାର ଲୋକଙ୍କ ମଧ୍ୟରେ ବିଶ୍ୱାସ ହେଉ ନାହିଁ ଯେ ନିର୍ବାଚନ ପରେ ସରକାର କେଉଁ ଧାରଣା ନେଇ କାର୍ଯ୍ୟ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଦୀର୍ଘବର୍ଷର ଦମନଲୀଳା ବିଫଳ ହୋଇଛି, ଯେଉଁଥିପାଇଁ ଆତଙ୍କବାଦ ସୁଦୃଢ଼ ହୋଇ ମୁଣ୍ଡ ଟେକିଛି। କେଉଁ ଜାଗାରେ ତ୍ରୁଟି ରହୁଛି ତାହା ଖୋଜି ବାହାର କରିବା ପାଇଁ କେହି ଇଚ୍ଛୁକ ଥିଲା ଭଳି ମନେ ହେଉନାହିଁ। ଜନସାଧାରଣଙ୍କ ଇଚ୍ଛାକୁ ପୋଲିସ ଓ ସେନା ବେଶି ଦିନ ପାଇଁ ଦମନ କରି ରଖିପାରିବେ ନାହିଁ। ସମ୍ଭବତଃ ଏବେ ଦେଖାଯାଉଥିବା ବିସ୍ଫୋରଣ ଆତଙ୍କବାଦର ଆଢ଼ୁଆଳରେ ଘଟୁଥାଇପାରେ। ମନେରଖିବାକୁ ହେବ ଯେ, ଆତଙ୍କବାଦୀଙ୍କୁ ସଫଳତା ମିଳିବା ସକାଶେ ସାଧାରଣ ନାଗରିକଙ୍କ ସମର୍ଥନ-ସକ୍ରିୟ କିମ୍ବା ମାନସିକ-ସବୁବେଳେ ଲୋଡ଼ା ଥାଏ। ଜମ୍ମୁ ଓ କଶ୍ମୀରରେ ସମସ୍ୟା ସୁଧୁରିଯାଇଛି ଏବଂ ଆୟତ୍ତ ହୋଇଯାଇଛି ବୋଲି ସରକାର କହିବା ଫଳରେ ତାହାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ଏବେକାର ଘଟଣାଗୁଡ଼ିକର ବିଶେଷତା ହେଲା ଯେ, ଆକ୍ରମଣଗୁଡ଼ିକ ମୁସଲମାନ ବହୁଳ ଅଞ୍ଚଳ କଶ୍ମୀର ଉପତ୍ୟକା ପରିବର୍ତ୍ତେ ହିନ୍ଦୁବହୁଳ ଜମ୍ମୁରେ ଘଟୁଛି। ପରିବର୍ତ୍ତିତ ସ୍ଥିତି ସହ ତାଳ ମିଳାଇ ଯେଉଁଭଳି ପଦକ୍ଷେପ ନିଆଯିବା ଦରକାର, ହୁଏତ କେନ୍ଦ୍ର ସରକାର ସେଥିପାଇଁ ସଜାଗ ନ ଥିବା ପରି ମନେହେଉଛି। ନିଜର ଏଜେଣ୍ଡା ବା ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଜବରଦସ୍ତ ଲାଗୁ କରାଇବାକୁ ଯାଇ ଦେଶର ପ୍ରବଳ କ୍ଷତି ଘଟୁଛି। ସେଥିପାଇଁ ଜମ୍ମୁ ଓ କଶ୍ମୀରର ସମସ୍ୟା କେନ୍ଦ୍ର ସରକାରଙ୍କ ନେତୃତ୍ୱରେ କେବେ ନିୟନ୍ତ୍ରଣାଧୀନ ହୋଇପାରିଥିଲା ବୋଲି ଏବେ ବିଶ୍ୱାସ ହେଉ ନାହିଁ। ସ୍ଥାନୀୟ ଗଣମାଧ୍ୟମର କଣ୍ଠରୋଧ କରି ସରକାରୀ ବିବୃତିିଗୁଡ଼ିକ ବାସ୍ତବ ପରିସ୍ଥିତିଠାରୁ ଭିନ୍ନ ଦିଗକୁ ଦର୍ଶାଇ ଆସୁଥିଲା ଭଳି ମନେହୁଏ। ସେହିସବୁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକ୍ରମର କୁଫଳ ଏବେ ଦେଶକୁ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ମୋଜତବାଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର: ପୁରସ୍କାର ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୧୪ା୩:ଇରାନ୍‌ର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ଓ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି)ର ବରିଷ୍ଠ ନେତାମାନଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ଆମେରିକା…

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri