କାରଣ-ନିରାକରଣ ପ୍ରଶ୍ନ

ସଂହତ ସମାଜବୋଧ ନ ଥିବା କିଛି ମଣିଷ ପାଇଁ ଏହି କାରଣ-ନିରାକରଣ ପ୍ରଶ୍ନଟି ଗୋଟିଏ ଗୋଲକଧନ୍ଦା ଭଳି ପ୍ରତୀୟମାନ ହୁଏ। ଅଥଚ ଏହି ପ୍ରଶ୍ନ ପ୍ରତି ମଣିଷର ଆଭିମୁଖ୍ୟରୁ ଜଣାପଡ଼େ ସେ କେତେ ସ୍ବାର୍ଥପର, ସୁବିଧାବାଦୀ, ଆତ୍ମକୈନ୍ଦ୍ରିକ ଓ କେତେ ପଳାତକ। ଆମେ ଶୁଣୁ କେତେ ସ୍ବଚ୍ଛନ୍ଦରେ ଲୋକେ କହି ଯାଆନ୍ତି, ‘ଏହା ମୋ ସମୟର କଥା ନୁହେଁ; ମୁଁ ଏ ପାଇଁ ଦାୟୀ ନୁହେଁ, ମୋ କାର୍ଯ୍ୟକାଳ ଆଗରୁ ଏ ଘଟଣା ଇତ୍ୟାଦି।’

ଉଚ୍ଚତା ନେଇ ମଣିଷର ଚିନ୍ତନ। ଗାନ୍ଧିଜୀଙ୍କୁ ‘ଏହା ମୋ କାମ ନୁହେଁ ବା ଏହା ମୋ ସମୟର ଘଟଣା ନୁହେଁ’ ଭଳି କଥା ବହୁତ କଷ୍ଟ ଦେଉଥିଲା। ସେଥିପାଇଁ ସେ ଯେତେବେଳେ କହୁଥିଲେ, ‘ମୁଁ ପୃଥିବୀର ସବୁ ଦୀନ ଦୁଃଖୀ ମଣିଷଙ୍କ ଆଖିରୁ ଲୁହ ପୋଛି ଦେବାକୁ ଚାହେଁ’ ଏବଂ ଯେତେବେଳେ ପ୍ରଶ୍ନ ହେଲା, ‘ଆପଣ ତ ଏହି ଲକ୍ଷ ଲକ୍ଷ ଲୋକଙ୍କ ଅଶ୍ରୁପାତର କାରଣ ନୁହନ୍ତି?’ ଗାନ୍ଧୀ ଉତ୍ତର ଦେଇଥିଲେ, ‘କାରଣ ନ ହେଲେ ବି ନିରାକରଣ ବି ତ ନୁହେଁ। ଅର୍ଥାତ୍‌ ମୁଁ ସେ ମଣିଷ ବା ମଣିଷମାନଙ୍କର ନ କାନ୍ଦିବା ପାଇଁ କ’ଣ କରିଛି?’

କାହାରି ଦୁଃଖଲାଘବ ପାଇଁ ବସ୍ତୁତଃ କାରଣ ନ ଥାଇ, ଆତ୍ମ-ଦାୟିତ୍ୱ ନ ଥାଇ ସଂଶ୍ଳିଷ୍ଟ ହୋଇ ପଡ଼ିବା ମନୋଭାବରୁ ନାଗରିକତ୍ୱ ଆରମ୍ଭ। କିଛିଦିନ ତଳେ ମୋ ଘରକୁ ଆସିଥିବା ପାଣିମିସ୍ତ୍ରିଟିଏ ପାଣିବୁହା କଳ ବିକୁଥିବା ବ୍ୟବସାୟୀଙ୍କୁ ପ୍ରଶଂସା କରି କହିଲା, ‘ବାବୁ, ମୁଁ ତାଙ୍କ ଯୋଗୁ ବଞ୍ଚିଛି।’ ପାଣିବୁହା ମେଶିନ ବିକୁଥିବା ଯୁବ ବ୍ୟବସାୟୀ ଜଣକ ମୋର ଛାତ୍ର ହୋଇଥିବାରୁ ମୁଁ ମିସ୍ତ୍ରିଟିର ମନ୍ତବ୍ୟର ସତ୍ୟାସତ୍ୟ ବିଷୟରେ ପଚାରିଲାରୁ ସେ କହିଲା, ”ସେ ହୁଏତ ଅତିରଞ୍ଜିତ କରୁଥିବ। ସତକଥା ହେଲା, ମିସ୍ତ୍ରିଜଣକ ସଚ୍ଚୋଟ, କିନ୍ତୁ ଗରିବ। ମୁଁ ଚାହୁଁନି ସେ ପ୍ରକାର ଲୋକ ଅଭାବଗ୍ରସ୍ତ ହେଉ। ଦୁର୍ଦ୍ଦିନ ଦେଇ ଗତି କରୁ। ତେଣୁ ମୁଁ ଏଠୁ ସେଠୁ କିଛି କାମ ସାଉଁଟି ଆଣି ତାକୁ ଦିଏ, ଯେମିତି ସେ ଭଲରେ ଚଳିଯିବ।“

ପ୍ରକୃତରେ କାରଣ ନ ହୋଇ ନିରାକରଣ ପାଇଁ ଝାସଦେବା ଖାଲି ଉତ୍ତମ ନାଗରିକତ୍ୱର ସୂଚନା ନୁହେଁ, ଏହା ମଧ୍ୟ ସମାଜସେବାର ପ୍ରଥମ ଲକ୍ଷଣ। ତେବେ ସବୁକିଛି ସୁରୁଖୁରୁରେ ଚାଲେ ନାହିଁ, ଯାହା ବାରମ୍ବାର ଘଟୁଥିଲା ପଣ୍ଡାବାବୁ ପୋଷ୍ଟ ମାଷ୍ଟରଙ୍କ ଜୀବନରେ। ପଣ୍ଡାବାବୁ ଜଣେ ନିଷ୍ଠାପର, ସାଧୁଶ୍ରେଣୀର ମଣିଷ। ନିଜର ନାଗରିକତ୍ୱ ପ୍ରତିପାଦନ କରିବାକୁ ସଦା ଆଗ୍ରହୀ ସେ। ସେଇଥି ପାଇଁ ପୁଅବୋହୂଙ୍କଠୁ ବହୁତ କଥା ଶୁଣନ୍ତି। ତଥାପି ଜୀବନରେ ସେ ନିଜ ଟ୍ରାକ୍‌ କେବେ ପରିବର୍ତ୍ତନ କରିନାହାନ୍ତି। ପଣ୍ଡାବାବୁ ଯାଇଥିଲେ ଗ୍ରାମାଞ୍ଚଳ ବନ୍ଧୁ ଘରକୁ। ଫେରିବା ଦିନ ରାଜପଥର ଏକ ଛକରେ ବସ ଅଟକିଲା। ଅଧିକାଂଶ ପୁରୁଷ ଲୋକ ବସରୁ ଓହ୍ଲାଇ ପଡ଼ିଲେ। ଯେ ଯାହା ବାଗରେ ନିଜ ନିଜ ପିନ୍ଧାଲୁଗାର ଉତ୍ତମ ପରିଚାଳନା କରି କୃତ୍ରିମ ହ୍ରଦମାନ ସୃଷ୍ଟି କଲେ! ଏ ଅଭାବନୀୟ ଦୃଶ୍ୟ ବସର ଝରକା ପାଖରୁ ଦେଖୁଥିଲେ ପଣ୍ଡାବାବୁ ଓ କିଛି ମହିଳା ସହଯାତ୍ରୀ। ତୁରନ୍ତ ଓହ୍ଲେଇପଡ଼ି ସେ ଚିତ୍କାର କଲେ; ”ପ୍ରକୃତିର ତାଡ଼ନାର ଉତ୍ତର ପାଇଁ ଆପଣମାନେ ଆଉ ଟିକେ ଦୂରକୁ ଯାଇ ପାରିଲେନି? ବସର ଝରକା ପାଖରେ ବସିଥିବା ମା’, ଭଉଣୀମାନେ କି ଦୃଶ୍ୟ ଦେଖୁଛନ୍ତି?“ ଅସାମାଜିକଙ୍କୁ ଉତ୍ତର କାହିଁ? ଜଣେ ଦୁଇଜଣ ଝପଟି ଆସି ତାଙ୍କୁ ପଚାରିଲେ, ‘ଏତେ ବଡ଼ ବଡ଼ କଥା କହୁଛ, ତୁମେ କିଏ?’ ପଣ୍ଡାବାବୁ କହିଥିଲେ, ‘ମୁଁ ଜଣେ ନାଗରିକ।’
ଶାରୀରିକ ହେଉ ଅବା ମାନସିକ କାହାରି କଷ୍ଟ ନିବାରଣରୁ ସଭ୍ୟତା ଆରମ୍ଭ। ପ୍ରଖ୍ୟାତ ନୃତତ୍ତ୍ୱବିତ୍‌ ମାର୍ଗାରେଟ ମିଡ୍‌ ଏ ପ୍ରସଙ୍ଗରେ ତାଙ୍କ ଛାତ୍ରୀଛାତ୍ରଙ୍କୁ ଏକ ଅଭିନବ ତତ୍ତ୍ୱ ପ୍ରଦାନ କରିଥିଲେ। ‘ଆମ ସଂସ୍କୃତି ଭିତରେ ସଭ୍ୟତା କେବେ ଆତ୍ମପ୍ରକାଶ କଲା?’ ପ୍ରଶ୍ନର ଉତ୍ତରରେ ମିଡ୍‌ କହିଥିଲେ, ମଣିଷର ଭଙ୍ଗା ଜଙ୍ଘ ହାଡ଼ର ଯତ୍ନ ଆଉଜଣେ ମଣିଷ ଯେବେଠୁ ନେଲା, ସେବେଠୁ ସଭ୍ୟତା ଆରମ୍ଭ। କଥାଟିକୁ ସେ ବୁଝାଇ କହିଥିଲେ ଯେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଥରେ ଜଙ୍ଘହାଡ଼ ଭାଙ୍ଗିଲେ ସେମାନେ ସମଗ୍ର ଜୀବନ ପାଇଁ ଅକାମୀ ହୋଇଯାନ୍ତି। ଅଚିରେ ମୃତ୍ୟୁଲାଭ କରି, ଅନ୍ୟର ଖାଦ୍ୟ ମଧ୍ୟ ପାଲଟି ଯାଆନ୍ତି। ମଣିଷ ପାଇଁ ମଧ୍ୟ ସେଇ ଏକା କଥା। ଯେଉଁଦିନଠୁ ପଟି ବାନ୍ଧିଦେବା ଭଳି ଅନ୍ୟର ଯତ୍ନରେ ଜଙ୍ଘହାଡ଼ ଭାଙ୍ଗିଥିଲେ ହେଁ, ମଣିଷ ବିକଳାଙ୍ଗ ହେଉପଛେ ବଞ୍ଚିଛି, ଅନ୍ୟ କାହାରି ସେବା ଶୁଶ୍ରୂଷା, ଯତ୍ନ, ସାଧାରଣଜ୍ଞାନ ସୁଲଭ ଚିକିତ୍ସା ଦ୍ୱାରା, ସେହି ଦିନଠୁ ସଭ୍ୟତାର ସୂତ୍ରପାତ। ପରିଚିତ ହେଉ ଅବା ଅପରିଚିତ, କାହାରି କଷ୍ଟର ନିରାକରଣ ବା ରୋଗ ନିବାରଣ ପାଇଁ ହେଉଥିବା ମାନବିକ ଉଦ୍ୟମରୁ ସଭ୍ୟତାର ସୂର୍ଯ୍ୟୋଦୟ।

କାରଣ ନ ହୋଇ ନିରାକରଣକୁ ପାଥେୟ କରି ବଞ୍ଚିଥିବା ମଣିଷମାନେ କଳ୍ପିତ କର୍ମର ବ୍ୟାପକତା ନେଇ ବ୍ୟସ୍ତ ହୁଅନ୍ତି ନାହିଁ। ଗାନ୍ଧୀ ପରି ମଦର ଟେରେସା, ସାମାନ୍ୟ ଭିନ୍ନତା ପ୍ରକାଶ କରି କହିଥିଲେ, ‘ମୁଁ ପୃଥିବୀର ସବୁ ଦରିଦ୍ରତମ ବ୍ୟକ୍ତିଙ୍କ ସେବା କରିବାକୁ ଚାହେଁ।’ ଯେତେବେଳେ ତାଙ୍କୁ କୁହାଗଲା ସେମାନଙ୍କ ସଂଖ୍ୟା ଅସୁମାରୀ, ମଦର୍‌ କହିଥିଲେ, ‘ମୁଁ ସେବାର ପରିମାଣ ନେଇ ଚିନ୍ତିତ ନୁହେଁ, ମୋ ପାଇଁ ସେବା ଗୁରୁତ୍ୱପୂର୍ଣ୍ଣ। ମୁଁ ଜାଣେ ମୋ ସେବା ସମୁଦ୍ରକୁ ବୁନ୍ଦାଏ ପାଣି, ତଥାପି ସେହି ବୁନ୍ଦାଏ ପାଣିର ଅନୁପସ୍ଥିତି ସମୁଦ୍ରକୁ ସେହି ପରିମାଣରେ ତ ଦରିଦ୍ର କରିବ!!’

ନିଜ ଆଖପାଖ ପରିବେଶରେ ଘଟୁଥିବା ଘଟଣାର ପ୍ରତ୍ୟକ୍ଷ ଉତ୍ତରଦାୟିତ୍ୱ ନିଜ ମୁଣ୍ଡ ଉପରେ ନ ଥାଇ ମଧ୍ୟ କିଛି ଗୋଟାଏ ଚମକପ୍ରଦ କାମ କରି ସବୁଦିନ ପାଇଁ ଅମର ହୋଇଯାଇଥିବା ବ୍ୟକ୍ତି ଜଣକ ହେଲେ ପ୍ରଖ୍ୟାତ ଇଂରାଜୀ କବି ସାର୍‌ ଫିଲିପ୍‌ ସିଡ୍‌ନୀ। କବି ହେଲେ ବି ସିଡ୍‌ନୀ କିଛିଦିନ ସେନାରେ ସୈନିକ ହିସାବରେ କାମ କରୁଥିଲେ। ଯୁଦ୍ଧକ୍ଷେତ୍ରର ଦୁଇଟି ଘଟଣା ତାଙ୍କୁ ଅମର କରି ତୋଳିଛି। ସାଥୀ ସୈନିକଟି ବିନା ଉରୁଆଚ୍ଛାଦନରେ (ଥାଇ ଗାର୍ଡ) ଯୁଦ୍ଧ କରୁଥିବାରୁ ସେ ନିଜେ ପିନ୍ଧିଥିବା ଉରୁ ଆବରଣ ଫିଙ୍ଗି ଦେଇଥିଲେ, ଯାହା ତାଙ୍କ ପାଇଁ ବିପଦ ଡାକି ଆଣିଲା। କାରଣ, ପରବର୍ତ୍ତୀ ସମୟରେ ସେହି ଖୋଲା ଜଙ୍ଘରେ ଗୁଳିବିଦ୍ଧ ହୋଇ, ଭୟଙ୍କର ସଂକ୍ରମଣର ଶିକାର ହୋଇ ସେ ମୃତ୍ୟୁବରଣ କଲେ। ତେବେ ନିଜ ଗୁଳିବିଦ୍ଧ, ରକ୍ତାକ୍ତ ଶରୀରକୁ ଘୋଷାରି ଘୋଷାରି ଶିବିରକୁ ଯାଉଥିବାବେଳେ ସେ ବହୁତ ତୁଷାର୍ତ୍ତ ଅନୁଭବ କରୁଥିଲେ। ଦିଆଯାଇଥିବା ପାଣି ବୋତଲରୁ ପାଣି ପିଇବାକୁ ଉଦ୍ୟତ ହେଉଥିଲାବେଳେ ସେ ଆଉ ଜଣେ ଆହତ ସାଥୀ ସୈନିକର ତୃଷାର୍ତ୍ତ ଓଠର ବ୍ୟାକୁଳତା ଅନୁଭବ କରି ବଢ଼େଇ ଦେଇଥିଲେ ତାଙ୍କ ବୋତଲ ଏବଂ କହିଥିଲେ -ତୁମ ଆବଶ୍ୟକତା ମୋଠୁ ବହୁତ ବେଶି (ୟୋର ନିଡ ଇଜ୍‌ ଗ୍ରେଟର ଦ୍ୟାନ୍‌ ମାଇନ୍‌)।

ନିଜ ଆଖପାଖରେ ଘଟୁଥିବା ଘଟଣା ସହ ପ୍ରତ୍ୟକ୍ଷ ସଂଶ୍ଳିଷ୍ଟହୀନତା ଯୋଗୁଁ ‘ମୁଁ ଏଥିପାଇଁ ଦାୟୀ ନୁହେଁ’ ଭାବିବା ପରିବର୍ତ୍ତେ ନିକଟ ସମାଜ ଅବା ବୃହତ୍ତର ବିଶ୍ୱ ସମାଜରେ ମନକୁ ଆନ୍ଦୋଳିତ କଲାଭଳି ଘଟୁଥିବା ଘଟଣା ପାଇଁ ‘ମୁଁ ମଧ୍ୟ ଦାୟୀ’ ବୋଲି ଆମେ ଯଦି ଭାବି ପାରନ୍ତୁ, ତା’ହେଲେ ଆମେ ନିଜ ପାଇଁ, ପରସ୍ପର ପାଇଁ ଜୀବନାଦର୍ଶର ଏକ ନୂତନ ସଂଜ୍ଞା ନିରୂପଣ କରିପାରିଥାନ୍ତୁ।

ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର
ମୋ: ୯୪୩୭୩ ୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?