ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ ଭାଷାର ବ୍ୟବହାର ଧୀରେ ଧୀରେ କମି ଆସିଲାଣି। ଏପରି କି ପାରମ୍ପରିକ ଓଡ଼ିଆ ଶବ୍ଦର ବ୍ୟବହାର ହ୍ରାସ ପାଇ ଅନେକ ଇଂଲିଶ ଶବ୍ଦ ଦୈନନ୍ଦିନ ଜୀବନରେ ହେଉଥିବା କଥାବାର୍ତ୍ତା ଓ ଲେଖିବାରେ ବ୍ୟବହାର ହେଉଛି; ଯେପରି କି ଆପ୍ଲିକେଶନ, ସଫ୍ଟୱେର୍‌, ହାର୍ଡୱେର୍‌, ମୋବାଇଲ, ଫୋନ, ରେଡିଓ, ସର୍ଚ୍ଚ ଇଞ୍ଜିନ ଇତ୍ୟାଦି ଏହିପରି ଅନେକ ଶବ୍ଦ। ସମ୍ପ୍ରତି ବିଭିନ୍ନ ପିଢ଼ିର ରୁଚି, ଆଗ୍ରହ, ସ୍ପୃହା ଓ ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ ରହୁଛି। ଅତି ଦ୍ରୁତଗତିରେ ବୃଦ୍ଧି ପାଉଥିବା ଆଧୁନିକୀକରଣ ଓ ଜଗତୀକରଣ ପ୍ରଭାବରୁ ଇଂଲିଶ ଭାଷାରେ ଯୋଗାଯୋଗକୁ ଅତି ସହଜରେ ଗ୍ରହଣ କରିବା ସହିତ ଏହାକୁ ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ବହୁଳ ପରିମାଣରେ ବ୍ୟବହାର କରାଯାଉଛି। ତେଣୁ ଓଡ଼ିଆ ଭାଷାରେ ଆନ୍ତର୍ଜାତିକୀକରଣ ଓ ସ୍ଥାନୀୟକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଟ୍ରାନ୍ସଲେଶନ ତଥା ଅନୁବାଦ, ଟ୍ରାନ୍ସଲିଟରେଶନ ତଥା ଲିପ୍ୟନ୍ତରଣ, ଟ୍ରାନ୍ସକ୍ଳିପ୍ସନ ତଥା ପ୍ରତିଲିପୀକରଣ ଭଳି ଉପାୟ ଅନୁକରଣ କରାଯାଉଛି।
ଗୋଟିଏ ଭାଷାରେ ଲେଖାଯାଇଥିବା ପାଠ୍ୟର ମୂଳ ଅର୍ଥକୁ ସଂରକ୍ଷଣ ରଖି ଅନ୍ୟ ଏକ ଭାଷାରେ ଲେଖିବା ପ୍ରକ୍ରିୟାକୁ ଟ୍ରାନ୍ସଲେଶନ ବା ଅନୁବାଦ କୁହାଯାଏ। ମୂଳ ଭାଷାରେ ଏକ ଶବ୍ଦର ଉଚ୍ଚାରଣ ଓ ଧ୍ୱନିକୁ ଯଥା ସମ୍ଭବ ଅକ୍ଷୁଣ୍ଣ ରଖି ଏହାକୁ ଅନ୍ୟ ଏକ ଭାଷାରେ ଲେଖିବାର ପ୍ରକ୍ରିୟାକୁ ଟ୍ରାନ୍ସଲିଟରେଶନ ବା ଲିପ୍ୟନ୍ତରଣ କୁହାଯାଏ। ଟ୍ରାନ୍ସଲିଟରେଶନ ସମସ୍ତ ପିଢ଼ି ପାଇଁ ସହଜରେ ଭାବବିନିମୟ କରିବାର ଏକ ପ୍ରକୃଷ୍ଟ ମାର୍ଗ । ତେବେ ଏହି ପଦ୍ଧତି ଗତାନୁଗତିକ ଭାବରେ ପ୍ରଚଳିତ ହେବାଠାରୁ ହିଁ ଓଡ଼ିଆ ଭାଷାରେ ଇଂଲିଶ ଶବ୍ଦର ଲିପ୍ୟନ୍ତରଣ ଅନେକାଂଶରେ ଭୁଲ୍‌ ଭାବରେ କରାଯାଉଛି ଏବଂ ଏହାର ପ୍ରଭାବ ଇଂଲିଶ ଶବ୍ଦ ଉଚ୍ଚାରଣ ଉପରେ ମଧ୍ୟ ପଡ଼ୁଛି। ଉଚ୍ଚାରଣ ଯଦିଓ ସମସ୍ତଙ୍କର ନିଜସ୍ବ ଭାଷାଗତ ଦକ୍ଷତା ଉପରେ ନିର୍ଭର କରେ, କିନ୍ତୁ କୌଣସି ଶବ୍ଦର ବନାନ ଠିକ୍‌ ଭାବରେ ଲେଖିବାର ଆବଶ୍ୟକତା ନିହାତି ଭାବରେ ରହିଛି। ଲିପ୍ୟନ୍ତରଣ ପଦ୍ଧତିରେ ଉଚ୍ଚାରଣ, ଧ୍ୱନି, ବନାନ ଆଦି ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବା ପାଇଁ ଆଇପିଏ (ଇଣ୍ଟରନ୍ୟାଶନାଲ ଫୋନେଟିକ୍‌ ଆଲ୍ଫାବେଟ୍ସ)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଚିହ୍ନ ଆଧାରିତ ଓ ଲାଟିନ ଲିପିରେ ଲିଖିତ ଏକ ଲିଖନ ବିଧି। ଏହାକୁ ବିଶ୍ୱର ସମସ୍ତ କଥିତ ଭାଷାର ଲିଖନ ନିମନ୍ତେ ଅନ୍ତର୍ଜାତୀୟ ଫୋନେଟି୍‌କ ଆସୋସିଏଶନ ଦ୍ୱାରା ଏକ ମାନକ ରୂପେ ପ୍ରତିଷ୍ଠା କରାଯାଇଛି।
ଉଦାହରଣ ସ୍ବରୂପ ଯେମିତି ଓଡ଼ିଆରେ ‘ମଣିଷ’ ଶବ୍ଦର ବନାନକୁ ‘ମଣୀସ’ କିମ୍ବା ‘ମଣିଶ’ଲେଖିଲେ ଭୁଲ୍‌ ବୋଲି କୁହାଯିବ, ସେମିତି ଇଂଲିଶରେ ‘feature’ ଶବ୍ଦକୁ ଆମେ ‘ଫିଚର୍‌’ ଲେଖିବା ଭୁଲ୍‌ ଯଦିଓ ନୁହେଁ, ତେବେ ଯୁକ୍ତିସଙ୍ଗତ ମଧ୍ୟ ନୁହେଁ। ‘Feature’ ଶବ୍ଦଟିକୁ ଯଦି ଆମେ ଟ୍ରାନ୍ସଲିଟରେଟ ବା ଲିପ୍ୟନ୍ତରଣ କରିବା, ତେବେ ଏହା ଆଇପିଏ ଅନୁଯାୟୀ ‘ଫୀଚର୍‌’ ଭାବରେ ଲେଖାଯିବା ଉଚିତ। ଏହିପରି ଭାବରେ ଦୈନନ୍ଦିନ ଆମେ ବହୁ ଇଂଲିଶ ଶବ୍ଦକୁ କଥାବାର୍ତ୍ତା ଏବଂ ଲେଖିବାରେ ବ୍ୟବହାର କରୁଛୁ, ଯାହାର ବନାନ ଓ ଉଚ୍ଚାରଣ ମଧ୍ୟରେ ବିସଙ୍ଗତି ରହୁଛି। ସେହିପରି କିଛି ଶବ୍ଦ ଯେପରିକି ‘ସ୍କୁଲ’, ‘ହସ୍ପିଟାଲ’, ‘ମିଟର’, ‘ମେଶିନ’ର -ଆଇପିଏ ଅନୁଯାୟୀ ଠିକ୍‌ ବନାନ ହେଉଛି ‘ସ୍କୂଲ’, ‘ହସ୍ପିଟଲ’, ‘ମୀଟର୍‌’, ‘ମଶୀନ’। ଆମେ ପ୍ରାୟତଃ ଲେମ୍ୟାନ ମେଥଡ୍‌ରେ ‘ହ୍ରସ୍ବ ଇ କାର’, ‘ହ୍ରସ୍ବ ଉ କାର’ ଓ ‘ସ’ ବ୍ୟବହାର କରି ଟ୍ରାନ୍ସଲିଟରେଶନ କରିଦେଉଛୁ। କିନ୍ତୁ ଏପରି ଲେଖିବାର ଧାରା ଠିକ୍‌ ନୁହେଁ ଓ ଯୁକ୍ତିସଙ୍ଗତ ମଧ୍ୟ ନୁହେଁ।
ସମୟକ୍ରମେ ଓଡ଼ିଆ ଭାଷାରେ ହ୍ରସ୍ବ ଇ କାର, ଦୀର୍ଘ ଈ କାର, ହ୍ରସ୍ବ ଉ କାର, ଦୀର୍ଘ ଊ କାର, ‘ସ’, ‘ଶ’ ରେ ଉଚ୍ଚାରଣଗତ ପାର୍ଥକ୍ୟ ଅନେକାଂଶରେ ହ୍ରାସ ପାଇଛି। ଉଦାହରଣ ସ୍ବରୂପ ଆମେ ଓଡ଼ିଆ କହିବା ସମୟରେ କୀଳାକିଳା, କୁଳକୂଳ, ଚୂଡ଼ାଚୁଡ଼ା, ସରଶର ଇତ୍ୟାଦି ସମୋଚ୍ଚାରିତ ଶବ୍ଦକୁ ଏକାଭଳି ଉଚ୍ଚାରଣ କରୁ। ତେବେ ଇଂଲିଶ ଭାଷାର ଶବ୍ଦକୁ ଓଡ଼ିଆରେ କହିବା ସମୟରେ ମଧ୍ୟ ଆମେ ଉପରୋକ୍ତ ନିୟମକୁ ବ୍ୟବହାର କରୁ। କିନ୍ତୁ ଇଂଲିଶରେ ଏଭଳି ଶବ୍ଦଗୁଡ଼ିକ ମଧ୍ୟରେ ଉଚ୍ଚାରଣଗତ ପାର୍ଥକ୍ୟ ରହିଛି, ଯେପରି sit, seat, sheet ଭଳି ଶବ୍ଦଗୁଡ଼ିକୁ ସେମାନେ ଯଥାକ୍ରମେ ସିଟ୍‌, ସୀଟ୍‌, ଶୀଟ୍‌ ଭାବରେ ଉଚ୍ଚାରଣ କରନ୍ତି। ଆମେ କିନ୍ତୁ ଏ ସମସ୍ତ ଶବ୍ଦକୁ ଟ୍ରାନ୍ସଲିଟରେଟ କରିବା ସମୟରେ ‘ସିଟ୍‌’ ହିଁ ଲେଖିଥାଉ ଯାହା କି ଯୁକ୍ତିସଙ୍ଗତ ନୁହେଁ।
ଇଂଲିଶ ଏକ ବିଦେଶୀ ଭାଷା ହେଲେ ହେଁ ସ୍କୁଲ ସମୟରୁ ହିଁ ପିଲାମାନେ କିଭଳି ଭାବରେ ଏଥିରେ ଦକ୍ଷତା ହାସଲ କରିବେ, ସେ ନେଇ ଓଡ଼ିଆ ଅଭିଭାବକମାନେ ଯତ୍ନବାନ୍‌ ହୋଇପଡ଼ୁଛନ୍ତି। ଆଧୁନିକୀକରଣ ଓ ଜଗତୀକରଣ ପ୍ରକ୍ରିୟାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବହୁଳ ପ୍ରଚଳନ ଯୋଗୁ ଆମ ଦୈନନ୍ଦିନ ଜୀବନରେ ଇଂଲିଶ ଶବ୍ଦର ବର୍ଦ୍ଧିତ ପ୍ରୟୋଗ ଫଳରେ ଅତି କମ୍‌ ସମୟ ମଧ୍ୟରେ ଲକ୍ଷାଧିକ ଇଂଲିଶ ଶବ୍ଦ ଅନାୟାସରେ ଓଡ଼ିଆ ଶବ୍ଦଭଣ୍ତାରରେ ପ୍ରବେଶ କରିଛି। ଏଭଳି ପରିସ୍ଥିତିରେ ଇଂଲିଶ ଭାଷାରେ ଦକ୍ଷତା ହାସଲ ତଥା ବିଶେଷତଃ ଇଂଲିଶ ଶବ୍ଦଗୁଡ଼ିକର ଠିକ୍‌ ଲିପ୍ୟନ୍ତରଣ ଓ ଉଚ୍ଚାରଣ ପାଇଁ ସରକାରୀ, ବେସରକାରୀ କିମ୍ବା ଆନୁଷ୍ଠାନିକ ସ୍ତରରେ ପ୍ରୟାସ ଜରୁରୀ । ଓଡ଼ିଆ ବିଦ୍ୟାର୍ଥୀ ତଥା ଚାକିରି ଆଶାୟୀଙ୍କୁ ବହୁରାଷ୍ଟ୍ରୀୟ କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ନିଜର ଯୋଗାଯୋଗ ଦକ୍ଷତା ବା କମ୍ୟୁନିକେଶନ ସ୍କିଲକୁ ଶାଣିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ହିନ୍ଦୀ, ଗୁଜରାଟୀ, ମରାଠୀ ସମେତ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକ ଅକ୍ସଫୋର୍ଡ ଇଂଲିଶରୁ ଲିପ୍ୟନ୍ତରଣ ପଦ୍ଧତିକୁ ଏକ ମାନକ ଭାବରେ ବ୍ୟବହାର କରିସାରିଲେଣି। ଓଡ଼ିଆ ଭାଷାରେ ବ୍ରିଟିଶ (ଅତିରିକ୍ତ ଭାବରେ ଭାରତୀୟ ଓ ଆମେରିକୀୟ) ଉଚ୍ଚାରଣ ଅନୁଯାୟୀ ଗୋଟିଏ ଲିପ୍ୟନ୍ତରଣ ଭାଷାକୋଷ ପ୍ରକାଶ କରାଗଲେ ଏବଂ ସ୍କୁଲ ପାଠପଢ଼ାରେ ଫୋନେଟିକ ସଙ୍କେତ ଓ ଉଚ୍ଚାରଣଗତ ଶିକ୍ଷା ଦିଆଗଲେ ଏହି ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରନ୍ତା।
ତେବେ ଆମେ ପାରମ୍ପରିକ ଇଂଲିଶ ବନାନ ଓ ଉଚ୍ଚାରଣକୁ ଏତେ ମାତ୍ରାରେ ଅଗ୍ରାଧିକାର ଦେଇଛୁ ଯେ ଆଧୁନିକ ବା ମଡର୍ନ ଇଂଲିଶ ବନାନ ଓ ଉଚ୍ଚାରଣକୁ ଗ୍ରହଣ କରିବା ପାଇଁ ଆମକୁ ଏକ ପ୍ରକାରର ସଂଘର୍ଷ କରିବାକୁ ପଡ଼ିବ କହିଲେ ଅତ୍ୟୁକ୍ତି ହେବନାହିଁ। ଯେଉଁ ଓଡ଼ିଆମାନେ ଇଂଲିଶ କହିବାରେ ଦକ୍ଷତା ଲାଭ କରିଛନ୍ତି, ନିଶ୍ଚିତ ଭାବରେ ଏହା ପଛରେ ସେମାନଙ୍କର ବ୍ୟକ୍ତିଗତ ପ୍ରଚେଷ୍ଟା ରହିଛି, ତେବେ ଆନୁଷ୍ଠାନିକ ଭାବରେ ନୁହେଁ। ଇଂଲିଶ ଶବ୍ଦକୁ ଓଡ଼ିଆ ଲିପିରେ ଲେଖିବା ସମ୍ବନ୍ଧୀୟ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶାବଳୀ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ଆଇପିଏକୁ ଅନୁସରଣ କରି ଏହାକୁ ପଢ଼ିବା ଓ ଲେଖିବା ଆରମ୍ଭ କରିପାରିଲେ ଧୀରେଧୀରେ ସେସବୁ ଆମ କଥିତ ଓ ଲିଖିତ ଭାଷାର ଅଙ୍ଗ ହୋଇଯିବ।

ଓମ୍ପ୍ରସାଦ ପଟ୍ଟନାୟକ
ଅଠରଭାଗ, ପିପିଲି
ମୋ: ୯୮୧୮୮୪୭୮୦୬


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?