ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା ବଡ଼ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟ ହେବ ବା ଘଟିବ ଆଉ ସେଇ ଅନୁରୂପ ଫଳାଫଳ ବି ନିଶ୍ଚିତ। କ୍ରିୟା ଅନୁରୂପ ପ୍ରତିକ୍ରିୟା ସମାନ ଫଳାଫଳ ଦେଇପାରେ, ପୁଣି କେବେ ସମ୍ପୂର୍ଣ୍ଣ ଭିନ୍ନ। ବିଜ୍ଞାନ କୁହେ ‘ଏଭ୍ରି ଆକ୍ସନ ଦେଆର ଇଜ୍‌ ଆନ୍‌ ଇକୁଆଲ ଆଣ୍ଡ ଅପୋଜିଟ ରିଆକ୍‌ସନ’। ପ୍ରତ୍ୟେକ ଘଟଣା ବା ପ୍ରତିକ୍ରିୟା ପରେ କେମିତି, କାହିଁକି ଆଉ କିପରି ହେଲା ପ୍ରଶ୍ନ ପରେ ପ୍ରଶ୍ନ ଉଠେ। କାରଣ ନିଆଁ ନ ଥିଲେ ଧୂଆଁ କିପରି ଆସିଲା ଏହା ତ ମନରେ ଆସିବା ସ୍ବାଭାବିକ। କ୍ରିୟା ପ୍ରତିକ୍ରିୟା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। କ୍ରିୟାର କି ରୂପ ହେବ ପୂର୍ବାନୁମାନ କରିବା ସମ୍ଭବ ନୁହେଁ, କିନ୍ତୁ କ୍ରିୟାର ପ୍ରତିକ୍ରିୟା ନିଶ୍ଚିତ ହେବ ଏଥିରେ ସନ୍ଦେହ ନାହିଁ। କଳିକଜିଆ ବେଳେ ଅନେକେ ତାତ୍ସଲ୍ୟକରି କୁହନ୍ତି, ଗୋଟେ ହାତରେ କ’ଣ କେବେ ତାଳି ବାଜିଲାଣି। କ୍ରିୟା ସହ ଯୋଗହୋଇ ରହିଛି ପ୍ରତିକ୍ରିୟା। ଆମେ ମନ ଜିଣିବା ପରି ସ୍ନେହ ଆଦରପୂର୍ଣ୍ଣ କଥାଟି କହିଲେ ଅନ୍ୟ ଜଣେ ନିଶ୍ଚୟ ଆଦର ପୂର୍ଣ୍ଣ ବ୍ୟବହାର ଦେଖାଇବେ। ଅସମୟରେ ଅନ୍ୟକୁ ଆମେ ପ୍ରତିଶ୍ରୁତି ଦେଇ ପାଳନ କରିଥିଲେ କେହି ନିଶ୍ଚୟ ଆମ ବେଳକୁ ଆଗେଇଆସିବେ। ଅନ୍ୟର ଗାଳି କଟୁ ଶବ୍ଦକୁ ସହ୍ୟକରିବା କଷ୍ଟକର ହୋଇଥିଲେ ବି ବେଳେ ବେଳେ ନୀରବତା ଅବଲମ୍ବନ ଜରୁରୀ ହୋଇଥାଏ। ଅନ୍ୟଥା ବିଷମ ପରିସ୍ଥିତିର କାରଣ ସାଜେ। ସମୟ ପରିସ୍ଥିତିରେ ଚୁପ୍‌ ରହିବା ଏକ ଭଲ ପ୍ରତିକ୍ରିୟା। ବିପକ୍ଷ ମୁହଁରେ ଜବାବ ଦେବାର ନୀରବତା ଗୋଟେ ଉତ୍ତମ ଅସ୍ତ୍ର। ଗୁରୁଜନମାନେ ତ୍ରୁଟି ସୁଧାରକ, ମାର୍ଗଦର୍ଶକ ଓ ଶୁଭ ଚିନ୍ତକ। ପ୍ରତିକ୍ରିୟା ଶୂନ୍ୟରେ ସେମାନଙ୍କ କଥାକୁ ଗ୍ରହଣ କରିନେଲେ ଜୀବନ ପଥ ହୋଇଯାଏ ସରଳ ଆଉ ସୁଗମ।
କ୍ରିୟା ପ୍ରତିକ୍ରିୟା ଅଛି ବୋଲି ତ ଦୁନିଆ ଚାଲିଛି। ସୃଷ୍ଟି ଆରମ୍ଭରୁ ଜଡ଼ ନିର୍ଜୀବ ଆଉ ସଜୀବ ସମସ୍ତେ କ୍ରିୟା ପ୍ରତିକ୍ରିୟା କ୍ରିୟାକଳାପ ସହ ଜଡ଼ିତ ରହି ଆସିଛନ୍ତି। ଆଉ ଏ କଥା ବି ସତ ଯେ ବିନା କ୍ରିୟାରେ ଦୁନିଆ ଅଚଳ କହିଲେ ଚଳେ। ଧ୍ୱନିର ପ୍ରତିଧ୍ୱନି ପରି କ୍ରିୟାର ପ୍ରତିକ୍ରିୟା ଲେଉଟି ଆସେ। ଉଭୟ କ୍ରିୟା ପ୍ରତିକ୍ରିୟାରୁ ପ୍ରାପ୍ତହୁଏ ଫଳାଫଳ। କିନ୍ତୁ ଉଭୟ ମାଧ୍ୟମରେ ଅନେକ ଫରକ ଆଉ ଅନ୍ତର। ଭୂମି ଉପରେ ଆକାଶକୁ ବଲ୍‌ଟି ଫିଙ୍ଗିଲେ ଯେତିକି ବେଗରେ ନ ଯାଏ ତା’ଠାରୁ ଅଧିକ ବେଗରେ ଭୂପୃଷ୍ଠକୁ ଲେଉଟିଥାଏ। ରକେଟଟି ମହାକାଶକୁ ଯେତିକି ବେଗରେ ଯାଏ ସେଭଳି ନିଆଁ ଓ ଧୂଆଁ ପଛକୁ ଫିଙ୍ଗିଥାଏ। ଆଉ ତୁଣ୍ଡରୁ ଯେମିତି ଶବ୍ଦ ନିକ୍ଷେପ ହେବ ସେଇ ଅନୁରୂପ ଶବ୍ଦ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ହେବ। ଅନ୍ୟପଟେ କର୍ମ ଆଉ ଫଳରେ କେବଳ ସମୟର ବ୍ୟବଧାନ। ବାସ୍ତବ ଜୀବନ କୁହେ, କର୍ମ ସିଦ୍ଧାନ୍ତରେ ଜୀବନରଥ ଧାବମାନ। ଯିଏ ଯେଉଁ ଭଳି କର୍ମ କରେ ସେଇ ଫଳ ପାଏ। ଜୀବନ ସୁଖଦୁଃଖ ସମାହାରରେ ଗଢ଼ା। ଦୁଃଖ ନ ଥିଲେ ସୁଖ ଅତି ସାମାନ୍ୟ ମନେହେବ। ରାତି ସହ ଯୋଡ଼ିହୋଇଛି ଦିନ। କେବଳ ଯଦି ଆଲୋକ ରହିବ ଅନ୍ଧକାରର କୌଣସି ଅସ୍ତିତ୍ୱ ରହିବ ନାହିଁ ଆଉ ଉଜ୍ଜ୍ୱଳ ଆଲୋକ ତା’ ଚମକ ହରାଇବ। ଏ କଥାରୁ ଗୋଟିଏ କଥା ସ୍ପଷ୍ଟ ଯେ କ୍ରିୟା ପ୍ରତିକ୍ରିୟା ଅଭିନ୍ନ ହୋଇପାରିବେ ନାହିଁ। ବଡ଼ କଥା ହେଲା ଉଭୟଙ୍କ ମଧ୍ୟରେ ସମନ୍ବୟ ଏବଂ ସନ୍ତୁଳନ ରକ୍ଷା। ତେବେ ଯାଇଁ ସୃଷ୍ଟିର ଭାରସାମ୍ୟ ବଜାୟ ରହିବ।
ଥରେ ଏକ ଲୁହା କାରଖାନାରେ ସାପଟେ ପଶିଗଲା। ସେ କିବା ଜାଣେ ଶକ୍ତ ଲୁହାର ଦମ୍ଭକୁ। ଖୁସି ମନରେ ଏଣେତେଣେ ବୁଲିଲା। ଗୋଟେ ଲୁହା ଟେବୁଲ ଅତିକ୍ରମକରି ଆଗକୁ ଯାଉଯାଉ ଟେବୁଲ ଗୋଡ଼ରେ ଥିବା ଟିକି ଧାରୁଆ ଖଣ୍ଡରେ ଘଷିହୋଇଯିବାରୁ ତା’ ଦେହରେ ଖଣ୍ଡିଆ ହୋଇଗଲା। ରାଗରେ ସେ ଟେବୁଲ ଗୋଡ଼ରେ ଗୁଡ଼େଇ ହୋଇ ତାକୁ ମୋଡ଼ିବାକୁ ଚେଷ୍ଟାକଲା ସେଥିରେ ବିଫଳହେବାରୁ ବାରବାର ଚୋଟ ମାରିବାକୁ ଲାଗିଲା। ଶେଷରେ ଚୋଟମାରି ରକ୍ତାକ୍ତ ହେଲା ଆଉ ନିଜ ଜୀବନ ହାରିଲା। ବର୍ତ୍ତମାନ ଏହି କାହାଣୀର ମୂଳ ବିଷୟ ହେଉଛି ଯେ ଭଲ ଜୀବନଯାପନ କରିବାକୁ ବେଳେବେଳେ ଆମେ କିଛି ଜିନିଷ, କିଛି ଲୋକ, କିଛି ଘଟଣା, କିଛି କାର୍ଯ୍ୟ ଏବଂ କିଛି ଜିନିଷକୁ ଅଣଦେଖା କରିବା ଉଚିତ। ମାନସିକ ଶାନ୍ତି ବଜାୟ ରଖିବାକୁ ପାରିପାର୍ଶ୍ୱକୁ ଅବହେଳା କରିବାକୁ ନିଜକୁ ଅଭ୍ୟସ୍ତ କରିବାକୁ ହେବ। ପ୍ରତ୍ୟେକ କାର୍ଯ୍ୟ ପାଇଁ ଆମେ ଏକ ପ୍ରତିକ୍ରିୟା ଦେଖାଇବା ଜରୁରୀ ନୁହେଁ। ଆମର କିଛି ପ୍ରତିକ୍ରିୟା କେବଳ ଆମକୁ କ୍ଷତି ପହଞ୍ଚାଇବ ନାହିଁ ବରଂ ଆମକୁ ଶେଷ ବି କରିପାରେ। ସବୁଠାରୁ ବଡ ଶକ୍ତି ହେଉଛି ଧୈଯ୍ୟ। କ୍ରିୟା ଶକ୍ତି ହେଲେ ନୀରବତା ସାଧନା। ପ୍ରତିକ୍ରିୟା ଦେବା ପରିବର୍ତ୍ତେ ନୀରବତା ଅବଲମ୍ବନ କରିବା ନିତାନ୍ତ ଜରୁରୀ।

ଦେବେନ୍ଦ୍ର କର
ମଙ୍ଗଳାବାଗ, ନିୟୋଗୀ କଲୋନି, କଟକ ମୋ: ୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri