ଏ ଭାଗ ସରିବ ତ

ରାପୃଷ୍ଠରେ ମଣିଷ ପ୍ରଥମେ ଯେତେବେଳେ କେବଳ ଖାଦ୍ୟ ଅନ୍ବେଷଣ କରୁଥିଲା, ସେତେବେଳେ କେବଳ ତାହାକୁ ଭାଗ କରୁଥିଲା ଓ ସେଥିରେ ଉପଯୁକ୍ତ ଭାଗ ହୋଇନଥିଲେ ମଧ୍ୟ କାହାର ଆପତ୍ତି ନ ଥିଲା। ମାତ୍ର ସମୟକ୍ରମେ ଯେତେବେଳେ ମଣିଷର କ୍ରମବିକାଶ ହେଲା, ସେତେବେଳେ ସେ ଭାଗ ଅଧିକାର ଓ ଦାବିକୁ ପ୍ରଥମେ ଏକ ପ୍ରମୁଖ ସମ୍ପତ୍ତି ଭାବରେ ନିର୍ଣ୍ଣୟକଲା। ତେଣୁ ଭାଗ ବା ଦାବି ଅଧିକାର ଧୀରେ ଧୀରେ ବ୍ୟକ୍ତିଠାରୁ ସମାଜ ଓ ତତ୍ପରେ ରାଜ୍ୟ ତଥା ଦେଶ ମଧ୍ୟରେ ବିସ୍ତାରିତ ହେଲା। ଉକ୍ତ ଭାଗ ବା ଅଧିକାର ଦାବିର କ୍ଷୁଣ୍ଣ ହେଲେ ସେଥିପାଇଁ ନ୍ୟାୟାଳୟ ମଧ୍ୟ ବିଚାରକରିବା ପାଇଁ ଗଠନହୋଇ ନ୍ୟାୟ ପ୍ରଦାନକଲା। ତେବେ ବ୍ୟକ୍ତିଗତ ଭାଗରେ ତ୍ରୁଟି ହେଲେ ମଣିଷ ନିଜ ନିଜ ମଧ୍ୟରେ ସଂଶୋଧନ କରିଥାନ୍ତି। ମାତ୍ର ଅନେକ ସମୟରେ ସମାଜ ଉକ୍ତ ଭାଗ ଦ୍ୱାରା ଆକ୍ରାନ୍ତ ଓ ଜର୍ଜରିତ ହୋଇ ଜୀବନ ଦୁର୍ବିଷହ ହୋଇପଡୁଛି ପରିମାଣର ଅଂଶୀଦାରକୁ ଆଧାରକରି। ମଣିଷ ସମ୍ପ୍ରତି ପ୍ରାୟ ସମସ୍ତ ବ୍ୟବସ୍ଥାରେ ନିଜର ଭାଗକୁ ସାବ୍ୟସ୍ତ କରିବା ପାଇଁ ଲଢ଼େଇ କରୁଛି।
ବର୍ତ୍ତମାନର ସମାଜରେ ଏକ ବିଡ଼ମ୍ବନା ପରିଲକ୍ଷିତ ହୁଏ ଯେ ମଣିଷ କର୍ତ୍ତବ୍ୟ ପ୍ରତି ଯେତିକି ଯତ୍ନଶୀଳ ନୁହେଁ, ତା’ଠାରୁ ଅନେକ ଗୁଣରୁ ଅଧିକ ନିଜର ଅଧିକାର ବା ଭାଗକୁ ସାବ୍ୟସ୍ତ କରିବାରେ ବ୍ୟସ୍ତ। ଆମେ ଯଦି ଆମର ସଂସ୍କୃତି ପରମ୍ପରା ବା ପୁରାଣ ଗ୍ରନ୍ଥକୁ ଅବଲୋକନ କରିବା ତେବେ ସେଥିରୁ ଅନେକ କିଛି ଶିକ୍ଷା କରିବା, କାରଣ ଅତୀତ ସବୁବେଳେ ଶିକ୍ଷା ଦେଇଥାଏ କେଉଁଟା କରିବା ଉଚିତ ବା କେଉଁଟା କରିବା ଅନୁଚିତ। ମଣିଷ ଶରୀରରେ ଯେଉଁ ବିବେକ ଥାଏ ତାହା ହେଉଛି ଉକ୍ତ କରଣୀୟ ଓ ଅକରଣୀୟର ସିଦ୍ଧାନ୍ତକର୍ତ୍ତା। ତେଣୁ ସେ ଦୃଷ୍ଟିରୁ ବିଚାରକଲେ ଦୃଶ୍ୟମାନ ହୋଇଥାଏ ଯେ ଆଜି ପ୍ରତ୍ୟେକ ସମାଜରେ ମହାଭାରତ ଏକ ଉଦାହରଣ ହୋଇ ଶିକ୍ଷା ପ୍ରଦାନ କରିଥାଏ। ସେଥିରୁ ଗୋଟିଏ ଶିକ୍ଷା ସର୍ବାଗ୍ରେ ରହେ ଯେ ମହାଭାରତର ଉତ୍ପତ୍ତି ହୋଇଥାଏ କେବଳ ଭାଗର କଳଙ୍କିତ ଦୃଷ୍ଟିକୋଣରୁ। ଏଠାରେ କେବଳ ପାର୍ଥିବ ବସ୍ତୁର ଇନ୍ଦ୍ରିୟ ଲୋଭ ଓ ଜିଦ୍‌ ତଥା ଅହଙ୍କାର ପାଇଁ ଭାଗର ଆବିର୍ଭାବ ଓ ପରିଣାମ ହୋଇଥିଲା ଧ୍ୱଂସର ଇତିହାସ। ମାତ୍ର ରାମାୟଣର ତ୍ୟାଗ ଓ ସମର୍ପଣକୁ ମଣିଷ ନିଜର ଦୈନନ୍ଦିନ ଜୀବନ ଚର୍ଚ୍ଚାରେ କାର୍ଯ୍ୟକାରୀ ନ କରି ସେହି ଭାଗର ଅଦୃଶ୍ୟ ଛାଇ ପଛରେ ଏବେ ଧାବମାନ।
ଭାରତ ସ୍ବାଧୀନ ହେବା ପରେ ଦୁଇ ଭାଗ ହୋଇଗଲା। ସମ୍ପ୍ରତି ସମାଜରେ ଧର୍ମର ମଧ୍ୟ ଭାଗ ହୋଇ ସାମ୍ପ୍ରଦାୟିକ ହିଂସାରେ ମଣିଷ ଆତଯାତ ହେଉଛି। ଏପରିକି ଗୋଟିଏ ଧର୍ମରେ ମଧ୍ୟ ଅନେକ ଭାଗହୋଇ ଧାର୍ମିକ ଦୃଷ୍ଟିକୋଣକୁ ଅଧିକ ଆଘାତ ଦେଉଛି। ସ୍ବାଧୀନତା ପରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଯେତେବେଳେ ମଣିଷ ପାରିବାରିକ ସମ୍ପତ୍ତିର ଅଧିକାର ପାଇବାରେ ସାମର୍ଥ୍ୟ ପାଇଲା, ତତ୍ପରେ ପାରିବାରିକ ସମ୍ପର୍କରେ ଅନେକ ହିଂସା ବୃଦ୍ଧି ହେବାରେ ଲାଗିଲା, ତାହା ସମ୍ପତ୍ତିର ଭାଗ ପାଇଁ। ଏପରିକି ଭାଇ-ଭାଇ, ଭାଇ-ଭଉଣୀ ଓ ଅନ୍ୟ ସମ୍ପର୍କୀୟମାନଙ୍କ ମଧ୍ୟରେ ଭାଗକୁ କେନ୍ଦ୍ରକରି ସମ୍ପର୍କର ପୂର୍ଣ୍ଣଚ୍ଛେଦ ପଡ଼ିଲା। ତେଣୁ ଏଠାରେ ଭାଗ ଏକ ସହଯୋଗର ସରଳରେଖା ପରିବର୍ତ୍ତେ ସମ୍ପର୍କରେ ଏକ ପାଚେରି ଦଣ୍ଡାୟମାନ କରିଥାଏ। ଭାରତ-ପାକିସ୍ତାନ ସୀମା ଭାଗକୁ ନେଇ ଅମାନବୀୟ ଘଟଣା ଘଟୁଛି ଏବଂ ସେଥିରୁ ପ୍ରତୀୟମାନ ହୁଏ ଯେ ସମାଜରେ ଭାଗ କ’ଣ ଏତେ ଜରୁରୀ, ଯାହା ପାଇଁ ବ୍ୟକ୍ତି ସମାଜର ଅମୂଲ୍ୟ ସମ୍ପଦ କେତେ ଧନ ଜୀବନ ନଷ୍ଟ ହେଉଛି। ସେଥିପାଇଁ ମହାତ୍ମା ଗାନ୍ଧୀ ଭାରତ ଓ ପାକିସ୍ତାନର ବିଭାଜନକୁ ରୋକିବାକୁ ସକ୍ରିୟ ଭାବରେ ଚେଷ୍ଟା କରିଥିଲେ ଯେଉଁଥିରେ ସେ ଫଳପ୍ରସୂ ହୋଇପାରି ନ ଥିଲେ। ଭାରତ ପାକିସ୍ତାନ ଭାଗ ହୋଇଗଲା ଓ ପରବର୍ତ୍ତୀ ସମୟରେ ପୁଣି ବାଂଲାଦେଶ ଭାଗହୋଇ ଭୌଗୋଳିକ ଇତିହାସ ପରିବର୍ତ୍ତନ ହେଲା। ଦେଶକୁ ଧାର୍ମିକ ଦୃଷ୍ଟିକୋଣରେ ଭାଗ କରିବାର ଧାରଣାକୁ ଗାନ୍ଧୀ ପ୍ରତ୍ୟାଖ୍ୟାନ ଓ ବିରୋଧ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଭାଗ ହେତୁ ସଂଘର୍ଷ, ହିଂସା ହେଉଥିବା ସ୍ଥାନକୁ ଯାଇ ତାହାର ନିରାକରଣ କରିବା ସହ ଉପବାସ ମାଧ୍ୟମରେ ଶାନ୍ତି ଫେରାଇ ଆଣିବାକୁ ସେ ଚେଷ୍ଟା କରିଥିଲେ।
ସ୍ବାଧୀନତାର ପରବର୍ତ୍ତୀ ସମୟରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବର୍ତ୍ତମାନ ଅନେକ ବ୍ୟକ୍ତି ରାଜନୀତିର ଆଧାର ମଧ୍ୟରେ ଭାଗ ପାଇଁ ନିମଜ୍ଜିତ ରହୁଛନ୍ତି। ଦେଶ ମଧ୍ୟରେ ଅନେକ ଗୋଷ୍ଠୀ ଆବିର୍ଭାବ ହୋଇ ଭିନ୍ନ ରାଜ୍ୟ, ଦେଶ, ଜିଲା ଇତ୍ୟାଦି କରି ଗଣତନ୍ତ୍ରରେ ଭାଗକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାରେ ବ୍ୟସ୍ତ। ସମ୍ପ୍ରତି ସମଗ୍ର ଦେଶରେ ଏକ ସ୍ପର୍ଶକାତର ତଥା ରୋମାଞ୍ଚକର ସ୍ଥିତି ଜାଗ୍ରତ ହୋଇଛି, ତାହା ହେଉଛି ଜନନାୟକ ବା ମହାପୁରୁଷ ମାନଙ୍କୁ ଭାଗ କରିବା। ବର୍ତ୍ତମାନ ପ୍ରତିଷ୍ଠା, ସମର୍ଥନ, ସହାନୁଭୂତି ଆଦି ପାଇଁ ଦେଶ ବା ରାଜ୍ୟର ବିଶିଷ୍ଟ ମହାପୁରୁଷଙ୍କୁ ନେଇ ଭାଗକରିବା ଏକ ପରିତାପର ବିଷୟ। ଗୋଟିଏ ରାଜନୈତିକ ଦଳ ବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଯଦି ଜଣେ ସୁନାମଧନ୍ୟ ମହାପୁରୁଷଙ୍କ ଜନ୍ମବାର୍ଷିକୀ ବା ମହାପ୍ରୟାଣକୁ ମାନ୍ୟତା ଦେଇ କିଛି ସାମାଜିକ କାର୍ଯ୍ୟକ୍ରମ କରେ ତେବେ ଅନ୍ୟ ଏକ ରାଜନୈତିକ ଦଳ ବା ସାମାଜିକ ଗୋଷ୍ଠୀ ଅନ୍ୟ ଏକ ମହାପୁରୁଷଙ୍କ ଜନ୍ମ ବା ମହାପ୍ରୟାଣ ଦିନକୁ ଭିନ୍ନ ଶୈଳୀରେ ପାଳନ କରିଥାନ୍ତି। ଅନ୍ୟପକ୍ଷରେ ବିଭିନ୍ନ ସମୟରେ ବିଭିନ୍ନ ପରିସ୍ଥିତିରେ ମହାପୁରୁଷଙ୍କ ନାମରେ ଅନେକ ଯୋଜନା କାର୍ଯ୍ୟକାରୀ ହୁଏ ଓ ସମୟକ୍ରମେ ତାହା ବନ୍ଦ ହୋଇ ପୁଣି ଅନ୍ୟ ଜଣେ ମହାପୁରୁଷଙ୍କ ନାମରେ ନାମିତ ହୋଇଯାଏ। ମହାପୁରୁଷମାନଙ୍କୁ ମଧ୍ୟ ଏ ସମାଜ ଭାଗ କରିଚାଲିଛି। ଅନେକ ସମୟରେ କେତେଜଣ ବ୍ୟକ୍ତି ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅପମାନକରି ଭାଙ୍ଗି ଦେଇଥାନ୍ତି, ଯାହା ଏ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା ହୋଇଥାଏ। ଅତଏବ ଏହା ଏକ ସୁସ୍ଥ ମାନସିକତା ଓ ବ୍ୟବସ୍ଥା ହୋଇ ନ ପାରେ, ଯେଉଁଥିରେ ଉକ୍ତ ଜାତିର ଏବଂ ସମାଜର ସଂସ୍କାର ଓ ସଂସ୍କୃତି ଭୂଲୁଣ୍ଠିତ ହୋଇଥାଏ। ଏ ସମାଜ ଏଭଳି ଭାଗ ମନୋବୃତ୍ତି ଓ ଚିନ୍ତାଧାରାରୁ କ୍ଷାନ୍ତ ହେବା ଏକାନ୍ତ ଆବଶ୍ୟକ। ଅନ୍ୟଥା ମଣିଷ ଭାଗ କରିକରି ଚାଲିଥିବ ଓ ଯେତେବେଳେ ଭାଜ୍ୟ, ଭାଜକ ଓ ଭାଗଫଳ ଉପଯୁକ୍ତ ସ୍ଥାନରେ ଅବସ୍ଥିତ ହୋଇଯିବେ ସେତେବେଳେ ମଣିଷ ନିକଟରେ ଭାଗଫଳ ଥିବ କେବଳ ଶୂନ। ଅତଏବ ଏ ଭାଗ ସରିବ ତ ?

ଡ. ସତ୍ୟନାରାୟଣ ମିଶ୍ର

ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର
ମଧୁସୂଦନନଗର , ଭୁବନେଶର
ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri