ବ୍ୟବସାୟରେ ଧର୍ମ

ନିଜକୁ ଆତ୍ମଘୋଷିତ ଈଶ୍ୱର ଓ ବାବା ବୋଲି ଘୋଷଣା କରିବା ଏକ ପ୍ରକାର ବାଚାଳତା ଓ ସମଗ୍ର ସମାଜ, ମାନବ ଜଗତକୁ ତଥା ଈଶ୍ୱରଙ୍କର ସୃଷ୍ଟିକୁ ହେୟଜ୍ଞାନ କରିବା ସହିତ ସମାନ। ଆଧୁନିକ ସମାଜରେ ଏମିତି କିଛି ଗୋଷ୍ଠୀ ଅଛନ୍ତି ଏମାନେ ସମୟେ ସମୟେ ଲୋକମାନଙ୍କ ମନୋବଳକୁ ଦୁର୍ବଳ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସହ ଏମିତି ସଂଯୋଗ ସ୍ଥାପନ କରିଥାନ୍ତି ଯେ ସେମାନେ ସେମାନଙ୍କୁ ନିଜର ଭକ୍ତ ଭାବରେ ଗ୍ରହଣ କରିନେଇ ନିଜ କାରନାମା ପ୍ରକଟ କରିଥାନ୍ତି। କହିବାକୁ ଗଲେ ବର୍ତ୍ତମାନ ଧର୍ମ ନୁହେଁ ଧର୍ମାନ୍ଧତା ହିଁ ସମାଜରେ ବେଶି ପରିଲକ୍ଷିତ ହଏ। ତେଣୁ ବସ୍ତୁତଃ ସହନଶୀଳତା, ଭାଇଚାରା, ସହାବସ୍ଥାନ, ପ୍ରେମ, ମୈତ୍ରୀ, ପର ଦୁଃଖ ସୁଖରେ ସହଭାଗୀ ହେବା ଦୁଷ୍ପ୍ରାପ୍ୟ।

ଈଶ୍ୱର ସୃଷ୍ଟ ପ୍ରକୃତିକୁ ବିଶ୍ୱାସ ରୂପେ ଶ୍ରେଷ୍ଠତର ମଣିଷ ଆବାହନ କରିଛି। ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ମରୁତ, ମାଟି, ଜଳରୁ ହିଁ ଧର୍ମବିଶ୍ୱାସର ଶବ୍ଦ ସୃଷ୍ଟି କରିଛି। କଲ୍ୟାଣକାରୀ ପ୍ରକୃତିର ଉପାଦାନକୁ ମଣିଷ ସ୍ବୀକାର ବି କରେ। ତା’ର ଭାବନାର ଈଶ୍ୱରୀୟ ସତ୍ତାକୁ ଉପଲବ୍ଧି କରିଆସିଛି। ଏକଥା ସତ୍ୟ ଯେ, ଗୋଟିଏ ପିପିଲୀକା ଯେପରି ଏକ ହସ୍ତୀର ପରିକଳ୍ପନା କରି ପାରେ ନାହିଁ ସେହିଭଳି ଈଶ୍ୱରୀୟ ଚେତନାର ରହସ୍ୟକୁ ଛାର ମଣିଷ ଛୁଇଁବା ସହଜ ନୁହେଁ। ସାମ୍ପ୍ରତିକ ଧର୍ମ ଶବ୍ଦ ଏକ ବିରାଟ ବିଡ଼ମ୍ବନାରେ ପରିଣତ ହୋଇଛି। ଧର୍ମ ନାମରେ ଅନେକ ବିକୃତି ଦେଖାଦେଇଛି। ଧର୍ମ ନାମରେ ଚିତା, ତିଳକ, ବସ୍ତ୍ର, ସାତ୍ତ୍ୱିକ ତଥା ନିରାମିଷ ଭୋଜନ ନୀତିକୁ ମାନି ନିଆଯାଉଛି। ଧର୍ମକୁ ବିଭକ୍ତୀକରଣ କରି ଦିଆଯାଇଛି।

ଏବେ ଆମ ଧର୍ମଚିନ୍ତନ ପୂର୍ଣ୍ଣମାତ୍ରାରେ ଦୂଷିତ। ପୁଣ୍ୟ ଫଳ ପାଇଁ ଆମେ ଆତୁର ଅଥଚ ପାପ କର୍ମଠାରୁ ନିଜକୁ ଦୂରେଇ ରଖିପାରୁ ନାହିଁ। ଅର୍ଥର ଲାଳସାରେ ବଶବର୍ତ୍ତୀ ହୋଇ ଆମେ ଧର୍ମ ନାମରେ ବ୍ୟବସାୟ ଆରମ୍ଭ କରି ଦେଇଛୁ। କିଛି ବ୍ୟକ୍ତିବିଶେଷ ଠାକୁରଙ୍କୁ ଆଗରେ ଥୋଇ ଠାକୁର ଖାଇ ଖଟୁଲୀ ବିକିବାରେ ବ୍ୟସ୍ତ। ଠାକୁରଙ୍କ ଜମିକୁ ଅକ୍ତିଆର କରି ଅର୍ଥ ଉପାର୍ଜନ କରୁଛନ୍ତି। କେତେଜଣ ଠାକୁରଙ୍କୁ ବୁଲେଇ ଟଙ୍କା ଗୋଟାଇବାରେ ବ୍ୟସ୍ତ। ଗଛରେ ସିନ୍ଦୂର ମାରି ରାସ୍ତାର ପଥରକୁ ଚନ୍ଦନ, ସିନ୍ଦୂର ଓ ତୁଳସୀମାଳ ପିନ୍ଧାଇ ଏ ହେଉଛନ୍ତି ବିଶ୍ୱର ଦେବତା ଓ ହୃଦୟର ଦେବତା କହି ଲୋକଙ୍କୁ ଭକ୍ତ ସଜେଇବାରେ ବ୍ୟସ୍ତ।

କ୍ରୋଧ, ମାନ, ମାୟା, ଲୋଭ, କାମବାସନା, ଅର୍ଥଲାଳସା ଏସବୁ ବିଚାର ଧର୍ମ ମାର୍ଗ ନୁହେଁ।
ଧର୍ମ କହିଲେ ଧନ ସମ୍ପତ୍ତି ମିଳିବ – ଏହା ଧର୍ମର ବ୍ୟବସାୟିକ ରୂପ। ଆମେ ଏତେ ଅଜ୍ଞାନ ଯେ, ଅନ୍ଧ ଭାବରେ ଏହାକୁ ମାନି ନେବା କ’ଣ ଯଥାର୍ଥ? ବିଚାରଶୀଳ ବ୍ୟକ୍ତି କେବେହେଲେ ବିଷୟଟିକୁ ପୁଙ୍ଖାନୁପୁଙ୍ଖ ବିଚାର ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନ ଥାଏ । ଧର୍ମନାମରେ ମାତ୍ରାଧିକ ଗୁଜବ ଓ ଅନ୍ଧବିଶ୍ୱାସ ଆଡକୁ ଆମେ ଏବେ ମାଡିଚାଲିଛୁ ବିନା ଦ୍ୱିଧାରେ। ତା’ର ଫଳାଫଳ ସମ୍ପର୍କରେ ଆଦୌ ଚିନ୍ତା କରୁନା। ଧର୍ମ ନାମରେ ଯେଉଁ ଭାଣ୍ଡାମି ଚାଲିଛି ସେଥିରେ କେତେଜଣ ବିରାଡି ବୈଷ୍ଣବ ସମାଜକୁ ଧ୍ୱଂସ ଆଡ଼କୁ ଟାଣି ନେଉଛନ୍ତି ।

କିଛି ପ୍ରବଚକ ଶିଶୁ ତଥା ବାଳକଙ୍କୁ ବସାଇ ତାଙ୍କର କଳା କାରନାମା ଆରମ୍ଭ କରିଦେଲେଣି।
ଆତ୍ମଘୋଷିତ ଭଗବାନ ଓ ବାବା ବୋଲି ପ୍ରତିଷ୍ଠା କରିବା ବା ଘୋଷଣା କରିବା ହିଁ ରିଷ୍ଟ ବ୍ୟକ୍ତିତ୍ୱର ବିକାର ଅଥବା ଅତ୍ୟଧିକ ଆନନ୍ଦ ପାଇବାର ଅଭିପ୍ରାୟ ବଳବତ୍ତର ହୋଇଥାଏ। ଏଣୁ ସେ ନିଜକୁ ଏଭଳି ଭାବରେ ପରିପ୍ରକାଶ କରେ। ଏମିତି ସେ ବ୍ୟବହାର କରେ ଯେ ସମାଜଠୁଁ ଦୂରେଇ ରହେ- ସମାଜର ଚଳିତ ନୀତିନିୟମକୁ ସେ ବେଖାତିର କରେ।
ଅନ୍ୟର ସୁଖ ସୁବିଧାକୁ ସେ ତିଳେ ହେଲେ ଗ୍ରହଣ କରେନାହିଁ । ସେ ଅତ୍ୟନ୍ତ ଅହଂ ସର୍ବସ୍ବ ଈର୍ଷାପରାୟଣ ହୋଇ ନିଜେ ନିୟନ୍ତ୍ରକ ଭାବରେ କାର୍ଯ୍ୟ କରେ। ସେ ନିଜର ଦୋଷକୁ ଆଦୌ ସ୍ବୀକାର କରେ ନାହିଁ। ମଣିଷର ଏ ପ୍ରକାର ହୀନ ପ୍ରବୃତ୍ତି ହେଉଛି ମହାପାପ। ଏବଂ ନିଜର ଏସବୁ କୁପ୍ରବୃତ୍ତି ଦ୍ୱାରା ଅନ୍ୟକୁ ବଶ କରାଇ ‘ମୁଁ ଈଶ୍ୱର’ ଓ ‘ମୁଁ ସାଧୁବାବା’ କହି ମଣିଷକୁ ଭଣ୍ଡାଇ ନିଜର ସ୍ବାର୍ଥ ସିଦ୍ଧ କରିବା ହେଉଛି ଗର୍ହିତ ଅପରାଧ।

ଧର୍ମ କେବେ କାହାପାଇଁ ବନ୍ଧନ ସାଜେ ନାହିଁ।
ନିଜ ବ୍ୟକ୍ତିଗତ ଧର୍ମପାଳନ ଯେତେବେଳେ ସମାଜର ମଙ୍ଗଳ ସାଧନ କରିବାରେ କାରଣ ହୁଏ ସେତେବେଳେ ନିଜ ଧର୍ମରୁ ବିଚ୍ୟୁତ ହେବା ପାଇଁ ଶାସ୍ତି କେବେ ବି ଅଧର୍ମ ଆଖ୍ୟା ପ୍ରଦାନ କରେ ନାହିଁ। ଏଣୁ ସୁସ୍ଥ ସମାଜ ଗଠନ ଲାଗି ଏ ପ୍ରକାର ହଟ୍ଟକାରିତାକୁ ମୂଳପୋଛ କରିବା ସର୍ବଦା ବାଞ୍ଛନୀୟ ।

ମୋ:୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ…

ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri