ଅସାଦ୍‌ଙ୍କ ପରେ ସିରିଆ

ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ଦ୍ରୁତ ପତନ ଏକ ନାଟକୀୟ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଏହା ଗତବର୍ଷର ମଧ୍ୟପ୍ରାଚ୍ୟ ରଣନୀତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଓ ତୁର୍କୀର ସମର୍ଥିତ ଶକ୍ତିଗୁଡ଼ିକୁ ସାମ୍ନା କରି ଅସାଦ୍‌ ଏକ ଦଶନ୍ଧିରୁ ଅଧିକ ସମୟ କ୍ଷମତାରେ ରହିଥିଲେ। ମାତ୍ର ବିଦ୍ରୋହୀ ଗୋଷ୍ଠୀ ହାୟତ୍‌ ତାହିର ଅଲ-ଶାମ୍‌ (ଏଚ୍‌ଟିଏସ୍‌) ଆକ୍ରମଣ ଆରମ୍ଭ କରିବାର ମାତ୍ର ୧୧ ଦିନ ପରେ ଅସାଦ୍‌ ତାଙ୍କ ପରିବାରର ୫୦ ବର୍ଷର ଶାସନକୁ ଶେଷ କରି ରୁଷିଆକୁ ପଳାଇଗଲେ।

ଅନେକ ବର୍ଷର ଅପାରଗ ଶାସନ ଏବଂ ଅର୍ଥନୈତିକ ଓ ସାମାଜିକ ନିର୍ଯାତନାର ଏହା ଥିଲା ଶେଷ ପରିଣାମ। ଏପରିକି ଅସାଦ୍‌ଙ୍କ ସମର୍ଥନରେ ରହିଆସିଥିବା ଆଲ୍‌ୱି ସମ୍ପ୍ରଦାୟ ବିନା ଯୁଦ୍ଧରେ ବିରୋଧୀଙ୍କ ସହ ସାମିଲ ହୋଇଗଲେ। ବାସ୍ତବରେ ଶାସନର ଶେଷ ହେଲା, ଯେତେବେଳେ ତାଙ୍କୁ ବାହାରୁ ସମର୍ଥନ କରୁଥିବା ରୁଷିଆ ଏବଂ ଇରାନ୍‌ ତାଙ୍କୁ ଛାଡ଼ି ଚାଲିଗଲେ। ତେବେ ଅସାଦ୍‌ଙ୍କ ପତନରୁ ବ୍ୟାପକ ଆଞ୍ଚଳିକ ଲାଭ ହୋଇପାରେ। ଅସାଦ୍‌ଙ୍କ ଶାସନ ଇରାନ୍‌ରୁ ହିଜବୁଲ୍ଲାକୁ ଅସ୍ତ୍ର ଯୋଗାଣରେ ସହଯୋଗ କରୁଥିଲା। ତେବେ ଡମାସ୍‌କସ୍‌ରେ ସମ୍ଭାବ୍ୟ ନୂତନ ନେତୃତ୍ୱ ଇରାନ୍‌ର ପ୍ରଭାବକୁ ଆହୁରି ଅଧିକ ହ୍ରାସ କରିବା ସହ ଏକ ସ୍ଥିର ଆଞ୍ଚଳିକ ବ୍ୟବସ୍ଥା ଆଣିବାରେ ଏକ ଗଠନମୂଳକ ଭୂମିକା ଗ୍ରହଣ କରିପାରେ। କିନ୍ତୁ ଲାଭ ଆଶାକୁ ନିୟନ୍ତ୍ରଣରେ ରଖି ସତର୍କ ରହିବା ଆବଶ୍ୟକ। ମଧ୍ୟପ୍ରାଚ୍ୟରେ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଶାସନରୁ ହଟାଇବା ସାଧାରଣତଃ ହିଂସା ଓ ଘୋର ଅବ୍ୟବସ୍ଥା ସୃଷ୍ଟି କରିବା ଦେଖାଯାଇଛି। ସ୍ଥିର ଏବଂ ସମ୍ମିଳିତ ଶାସନ ଆସିପାରିନାହିଁ। ଅସାଦ୍‌ଙ୍କ ଶାସନ ସମୟରେ ସଂଖ୍ୟାଗରିଷ୍ଠ ସୁନ୍ନିଙ୍କ ଉପରେ ସଂଖ୍ୟାଲଘୁ ଆଲ୍‌ଓ୍ବି ଶାସନ କରିଥିଲେ। ଏଣୁ ସୁନ୍ନିମାନେ ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସାଧାରଣତଃ ସିରିଆରେ ବିବିଧ ବିଭିନ୍ନ ବର୍ଗର ଲୋକ ରହୁଥିବାରୁ ତାହା ଜାତି ଏବଂ ସାମ୍ପ୍ରଦାୟିକ ବିଭାଜନ ରାଜନୀତିର ସହଜରେ ଶିକାର ହୋଇପାରେ। ଅବଶ୍ୟ ଅସାଦ୍‌ ବିମାନ ଯୋଗେ ବାହାର ଦେଶକୁ ଚାଲିଯିବା ପୂର୍ବରୁ ସିରିଆ କେବଳ ନାମକୁମାତ୍ର ଦେଶ ହୋଇ ରହିଆସିଛି। ଏଠାରେ ଗୃହଯୁଦ୍ଧ ଦେଶକୁ ଅନେକ ଭାଗରେ ବିଭକ୍ତ କରିଥିଲା, ଯାହା ପ୍ରାୟତଃ ପ୍ରଭାବଶାଳୀ ଶତ୍ରୁ ଗୋଷ୍ଠୀର ନିୟନ୍ତ୍ରଣରେ ରହିଆସିଛି। ସେହି ଗୋଷ୍ଠୀ ମଧ୍ୟରୁ ଗୋଟିଏ ହେଉଛି ସିରିଆର କୁର୍ଦ୍ଦ ଆତଙ୍କବାଦୀ ସଂସ୍ଥା କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି (ପି.କେ.କେ)। ଏହା ସିରିଆର ଉତ୍ତରର ଏକ ବ୍ୟାପକ ଅଂଶକୁ ନିୟନ୍ତ୍ରଣ କରିବା ପାଇଁ ତୁର୍କୀକୁ ଉସୁକାଉଛି।

ଏବକାର ଏହିସବୁ ବିଭେଦ ମଧ୍ୟରେ ଉଗ୍ରବାଦୀ ଗୋଷ୍ଠୀ ଅସାଦ୍‌ଙ୍କ ପତନର ସୁଯୋଗ ନେଇ ଅଶାନ୍ତି ସୃଷ୍ଟି କରି ସେମାନଙ୍କ ଆଞ୍ଚଳିକ ସ୍ଥିତି ଏବଂ ଶକ୍ତିକୁ ଦୃଢ଼ କରିବା ପାଇଁ ଚେଷ୍ଟା କରିପାରନ୍ତି। ୨୦୧୪ରେ ଏଭଳି ଘଟିଥିଲା, ଯେତେବେଳେ ଇସ୍‌ଲାମିକ ଷ୍ଟେଟ୍‌ ଇରାକ ଏବଂ ସିରିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା, ଯାହା ଉଭୟ ଦେଶରେ ରାଜନୈତିକ ଅଶାନ୍ତି ସୃଷ୍ଟି କରିଥିଲା। ସିରିଆରେ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ବର୍ତ୍ତମାନ ସମାନ କାର୍ଯ୍ୟ କରିପାରନ୍ତି। ସେଥିପାଇଁ ଇସ୍ରାଏଲ ଗତ କିଛି ଦିନ ହେଲା ଏହାର ସୀମା ବାହାରେ ସିରିଆରେ ଏକ ସୁରକ୍ଷିତ ଜୋନ୍‌ ନିର୍ମାଣ କରିବା ସହ ଉଗ୍ରବାଦୀ ଗୋଷ୍ଠୀଙ୍କ ହାତରେ ଯେପରି ସିରିଆର ଅସ୍ତ୍ରଭଣ୍ଡାର ନ ପଡ଼ିବ, ତାହାକୁ ଦୃଷ୍ଟିରେ ରଖି ସେଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି। ଏହାର ଏକ ଉଦାହରଣ ହେଉଛି ଏଚ୍‌ଟିଏସ୍‌। ଏହା ଅଲ୍‌-କାଏଦାର ସହଯୋଗୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ପି.କେ.କେ. ପରି ଏହାକୁ ଆମେରିକା ଏବଂ ଅନ୍ୟ ଦେଶ ଆତଙ୍କବାଦୀ ଗୋଷ୍ଠୀ ଭାବରେ ତାଲିକାଭୁକ୍ତ କରିଛି। ଏଚ୍‌ଟିଏସ୍‌ ନେତାମାନେ ଏକ ଉଦାରବାଦୀ ତଥା ଅନ୍ତର୍ଭୁକ୍ତି ସରକାର ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହି ଗୋଷ୍ଠୀର ଦମନମୂଳକ କାର୍ଯ୍ୟର ରେକର୍ଡ ରହିଛି। ଅଧିକ ବିସ୍ତୃତ ଭାବରେ ବିଚାର କଲେ ସିରିଆର ଏବକାର ବିଭାଜିତ ଦଳଗୁଡିକ ସମାଧାନ କରିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ଏକାଠି କାମ କରିବାର ସମ୍ଭାବନା କମ୍‌।

ଆଗକୁ ସିରିଆରେ ସର୍ବପ୍ରଥମେ ଏକ ସମାବେଶୀ ରାଜନୈତିକ ପରିବର୍ତ୍ତନ ଆଣିବା ଦରକାର ଏବଂ ଏହାର ବହୁସଂଖ୍ୟକ ନେତାଙ୍କ ସାମର୍ଥ୍ୟ ଉପରେ ନିର୍ଭର କରେ। ଏକ କାର୍ଯ୍ୟକ୍ଷମ ବ୍ୟବସ୍ଥାର ପୁନଃ ନିର୍ମାଣ ପାଇଁ ସିରିଆ ଆଞ୍ଚଳିକ ଅଖଣ୍ଡତାର ପୁନରୁଦ୍ଧାର ଆବଶ୍ୟକ। ଜାତୀୟ ଏକତା ପାଇଁ ଏକାଧିକ ଆଞ୍ଚଳିକ ଭାଗୀଦାରି ସେମାନଙ୍କ କ୍ଷମତା ଶେୟାର କରିବା ସହ ଓ ସେମାନଙ୍କ ସ୍ବାୟତ୍ତତାକୁ ତ୍ୟାଗ କରିବାର ଇଚ୍ଛାଶକ୍ତି ଲୋଡ଼ା। ଏହା ବ୍ୟତୀତ ଅନ୍ୟ ଏକ ପ୍ରମୁଖ ଆହ୍ବାନ ହେଉଛି, ସିରିଆବାସୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଏବଂ ଅର୍ଥନୈତିକ ସୁଯୋଗ ପ୍ରଦାନ କରିବା ଭଳି ଏକ ନୂତନ ସାମାଜିକ ଚୁକ୍ତିନାମା ଗଢ଼ିବା ସକାଶେ ସିରିଆବାସୀଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିବ, କିନ୍ତୁ ଏଥିରେ ଅନ୍ତର୍ଜାତୀୟ ସମୁଦାୟର ପ୍ରମୁଖ ଭୂମିକା ରହିଛି। ଯେଉଁମାନେ ଆରମ୍ଭରୁ ସିରିଆରେ ଶାସନ ହାତକୁ ନେବାକୁ ଯାଉଛନ୍ତି, ସେମାନେ ଇରାକର ବାଥ୍‌ ଶାସନ କିଭଳି ହିଂସାମତ୍କ ବିଶୃଙ୍ଖଳା ସୃଷ୍ଟି କରିଥିଲା ସେଥିରୁ ଶିକ୍ଷାନେବା ଉଚିତ। ଅସାଦ୍‌ ଶାସନର ମେରୁଦଣ୍ଡ ରହିଥିବା ଆଲ୍‌ୱିମାନଙ୍କୁ ବଳପୂର୍ବକ ହଟାଇ ନ ଦେବା ପାଇଁ ବିରୋଧୀ ଗୋଷ୍ଠୀଗୁଡ଼ିକ ଉପରେ ବାହ୍ୟ ଶକ୍ତିମାନେ ଚାପ ପକାଇବା ଉଚିତ।

ବହୁ ପକ୍ଷଙ୍କୁ ନେଇ ଏକ ମିଳତ ସରକାରରେ ଯଦି ଆଲ୍‌ୱି ନେତାମାନଙ୍କୁ ଅଧିକ ଜଡ଼ିତ କରାଯାଏ, ତେବେ ସ୍ଥାୟୀ ସମାଧାନର ଅଧିକ ଆଶା ରହିିବ। ତେବେ ତୁର୍କୀ ଏବଂ ଆମେରିକାର ସିରିଆରେ ଥିବା ସପକ୍ଷବାଦୀ ସିରିଆନ୍‌ ନ୍ୟାଶନାଲ ଆର୍ମି ଏବଂ ସିରିଆନ୍‌ ଡେମୋକ୍ରାଟିକ ଫୋର୍ସ ଉପରେ ଗଠନମୂଳକ କାର୍ଯ୍ୟରେ ଭାଗୀଦାରି ହେବା ଏବଂ ପରିବର୍ତ୍ତିତ ସରକାର ସହ କାର୍ଯ୍ୟ କରିବା ପାଇଁ ଚାପ ପକାଇବା ଦରକାର। ଅନ୍ୟ ଦେଶଗୁଡ଼ିକ ମଧ୍ୟ ସିରିଆର ପରବର୍ତ୍ତୀ ପତନକୁ ରୋକିବାରେ ସାହାଯ୍ୟ କରିବା ସହ ସିରିଆ ବ୍ୟବସ୍ଥା ଏବଂ ତାହାର ଅର୍ଥନୀତି କିଭଳି ଆଗକୁ ପତନ ନ ଘଟିବ, ସେଥିପାଇଁ ସାହାଯ୍ୟ କରିପାରିବେ। ଯଦି ସିରିଆରେ ଜୀବନ ମାନରେ ଅବକ୍ଷୟ ଘଟିଚାଲିବ ଏବଂ ସ୍ବାସ୍ଥ୍ୟସେବା ଓ ଶିକ୍ଷା ଭଳି ମୌଳିକ ସେବାରୁ ଲୋକେ ବଞ୍ଚତ୍ତ ହେବେ, ତେବେ ସଂଘର୍ଷ ପରବର୍ତ୍ତୀ ଥଇଥାନ ଅଧିକ କଷ୍ଟକର ହୋଇପଡ଼ିବ। ଠିକ୍‌ ଏହି ପରିସ୍ଥିତିରେ ଇରାକରେ ଶାସନ ପରିବର୍ତ୍ତନ ମୌଳବାଦ ଏବଂ ବ୍ୟବସ୍ଥାରେ ବିଫଳତା ସୃଷ୍ଟି କରିଥିଲା।

ଏଣୁ ଅନ୍ତର୍ଜାତୀୟ ସମୁଦାୟ ଦକ୍ଷତା ବିକାଶ ପଦକ୍ଷେପ ସହିତ ବିତ୍ତୀୟ ଓ ମାନବିକ ସହାୟତା କୈନ୍ଦ୍ରିକ ଏକ ବହୁଦେଶୀୟ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ କରିବା ଉଚିତ। ବହୁସଂଖ୍ୟକ ସିରିଆ ଶରଣାର୍ଥୀଙ୍କୁ ନିଜ ଦେଶରେ ସ୍ଥାନ ଦେଇଥିବା ତୁର୍କୀ ଏବଂ ୟୁରୋପୀୟ ୟୁନିଅନ ସେମାନଙ୍କ ନିରାପଦ, ସ୍ବେଚ୍ଛାକୃତ ପ୍ରତ୍ୟାବର୍ତ୍ତନ ପାଇଁ ସଠିକ୍‌ ସାମାଜିକ ତଥା ଅର୍ଥନୈତିକ ଅବସ୍ଥାକୁ ଦୃଢ଼ କରିବା ପାଇଁ ତୁରନ୍ତ ବହୁପକ୍ଷୀୟ ରଣନୀତି କାର୍ଯ୍ୟକାରୀ କରିବାରେ ଆଗ୍ରହ ପ୍ରକାଶ କରିଛନ୍ତି। ଅସାଦ୍‌ଙ୍କ ପତନ ଏକ ପ୍ରମୁଖ ଆରବ ରାଷ୍ଟ୍ରର ରାଜନୈତିକ ଏବଂ ଅର୍ଥନୈତିକ ପୁନଃ ନିର୍ମାଣ ଏବଂ ଏହାର ଆଞ୍ଚଳିକ ଭୂମିକାର ପୁନର୍ଗଠନ ଲାଗି ଏକ ସୁଯୋଗ ସୃଷ୍ଟି କରିଛି, କିନ୍ତୁ ଆଗାମୀ କିଛି ମାସ ଗୁରୁତ୍ୱପୂର୍ଣ୍ଣ। ଏହି ଅଞ୍ଚଳରେ ସଂଘର୍ଷ ପରବର୍ତ୍ତୀ ସାମାଜିକ ସ୍ଥିରତା ଆଣିବା ପ୍ରୟାସର ରେକର୍ଡ ସଫଳ ହୋଇନାହିଁ। ଆଫଗାନିସ୍ତାନ, ଇରାକ୍‌ ଏବଂ ଲିବ୍ୟା ଭଳି ସିରିଆରେ ଗତ ୧୩ ବର୍ଷ ଧରି ଏଭଳି ସ୍ଥିତି ଦେଖାଦେଇଛି। ଏବେ ଏହାକୁ ସୁଧାରିବାର ବେଳ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri