ସ୍ବଚ୍ଛ ବାୟୁ ହେଉ ମୌଳିକ ଅଧିକାର: ସୁନୀତା

ଭୁବନେଶ୍ୱର, ୨୪।୧୧ (ବନ୍ଦନା ସେଠୀ): ଆମେ ସମସ୍ତେ ଏବେ ଜଳବାୟୁ ପରିବର୍ତ୍ତନ ଭଳି ଏକ ବିରାଟ ସଙ୍କଟ ଦେଇ ଗତି କରୁଛେ। ଏହାକୁ ଆମେ ନିଜେ ହିଁ ତିଆରି କରିଛୁ। ସମ୍ପୂର୍ଣ୍ଣ ମାନବ ସମାଜ ଏକାଠି ହୋଇ ଏହାର ସମାଧାନର ବାଟ ଖୋଜିବା ବର୍ତ୍ତମାନର ସବୁଠାରୁ ବଡ ଆହ୍ବାନ ପାଲଟିଛି। ବର୍ତ୍ତମାନର ବିକାଶ ମଡେଲଗୁଡିକ କେବଳ ସଙ୍କଟକୁ ଅଧିକ ଗଭୀର କରି ଚାଲିଛି ଓ ପରିବେଶଗତ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ସ୍ଥିତି ଏଭଳି ହେଲାଣି ଯେ, ସ୍ବଚ୍ଛ ବାୟୁ ପ୍ରତ୍ୟେକ ନାଗରିକମାନଙ୍କ ମୌଳିକ ଅଧିକାର ହେବା ଉଚିତ ବୋଲି ସେଣ୍ଟର ଫର୍‌ ସ୍‌ାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ)ର ମହାନିର୍ଦ୍ଦେଶକ ତଥା ‘ଡାଉନ୍‌ ଟୁ ଆର୍ଥ’ର ସମ୍ପାଦକ ପଦ୍ମଶ୍ରୀ ସୁନୀତା ନାରାୟଣ କହିଛନ୍ତି। ‘ଧରିତ୍ରୀ’ର ୫୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୋମବାର ସ୍ବସ୍ତିପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ର ପଞ୍ଚମ ସଂସ୍କରଣ ‘କ୍ଲାଇମେଟ୍‌ ଚେଞ୍ଜ: ଫାଇଣ୍ଡିଂ ସଲ୍ୟୁସନ’ରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ବାୟୁ ପ୍ରଦୂଷଣ ଏବେ ପ୍ରମୁଖ ସମସ୍ୟା ପାଲଟିଛି। ପାଶ୍ଚାତ୍ୟ ଦେଶ ଗୁଡିକ ଏହାର ଛୋଟ ଛୋଟ ସମାଧାନ ପାଇଥିଲେ ମଧ୍ୟ ଏହା ସମସ୍ୟା ପରିମାଣଠାରୁ ବହୁତ କମ୍‌ ବୋଲି ସେ ଆହୁରି କହିଛନ୍ତି ଯେ, ଭାରତର କିଛି ଭାଗରେ ପ୍ରତ୍ୟେକ ଦିନ କିଛି ନା କିଛି ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ଗରିବ ଲୋକଙ୍କ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡୁଛି ଏବଂ ଏମାନେ ସେହି ଲୋକ ଯେଉଁମାନଙ୍କର ବାୟୁମଣ୍ଡଳରେ ଗ୍ରୀନ ହାଉସ୍‌ ଗ୍ୟାସ ଭଣ୍ଡାର ସୃଷ୍ଟିରେ ଯୋଗଦାନ ନାହିଁ।

ଏହି ଅବସରରେ ଝାଡଖଣ୍ଡର ପରିବେଶବିତ୍‌ ପଦ୍ମଶ୍ରୀ ଚାମୀ ର୍ମୁମୁଙ୍କୁ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ପୁରସ୍କାରର ପ୍ରତି ଉତ୍ତରରେ ଚାମୀ ନିଜର ୩୮ବର୍ଷର ସଂଘର୍ଷମୟ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କ ଅଞ୍ଚଳରେ ବଞ୍ଜର ଜମି ରହିଥିଲା। ତେଣୁ ସେଠାରେ କିପରି ଗଛ ଲଗାଇ ସବୁଜ ବନାନୀ ସୃଷ୍ଟି ହେବ ସେ ନେଇ ଆଖପାଖ ଗଁାର ଲୋକଙ୍କୁ ନେଇ ବୈଠକ କରିଥିଲେ। କେମିତି ଗଛ ଲଗାଇବେ ଜାଣି ନଥିବାରୁ ବନ ବିଭାଗ ସହିତ ସମ୍ପର୍କ କରିଥିଲେ। ଗଛ ଲଗାଇ କିପରି ତାହାର ଯତ୍ନ ନିଆଯିବ ସେ ନେଇ ଗ୍ରାମର କିଛି ମହିଳା ୧ମାସ ଶ୍ରମିକ ଭାବେ କାମ କରିଥିଲେ। କାମ ଶିଖିବା ପରେ ନର୍ସରୀ ଆରମ୍ଭ କରିଥିଲେ। ପରେ ‘ସହଯୋଗୀ ମହିଳା’ ନାମରେ ଏକ ସଂଗଠନ ଗଠନ କରି ଚାରାରୋପଣ ଆରମ୍ଭ କରିଥିଲେ। ଏଥିସହିତ ମହିଳାଙ୍କୁ କିଭଳି ଏହି କାମରେ ସାମିଲ କରିବା ସହିତ ରୋଜଗାରକ୍ଷମ କରାଯାଇ ପାରିବ ସେ ନେଇ କାମ କରିଥିଲେ। ବର୍ତ୍ତମାନ ସଂଗଠନ ସହଯୋଗରେ ଚାରାରୋପଣ କରାଯିବା ସହିତ ସବୁଜ ବନାନୀ ସୃଷ୍ଟି କରାଯାଉଛି ବୋଲି ପଦ୍ମଶ୍ରୀ ମୁର୍ମୁ କହିଥିଲେ। କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବରେ କୋଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡ. ଆଣ୍ଡ୍ର୍ୟୁ ଫ୍ଲେମିଙ୍ଗ ଯୋଗଦେଇ କହିଲେ, ଆଜିର ଯୁବପିଢ଼ି ମାନବ ଇତିହାସର ସବୁଠାରୁ ପ୍ରଭାବଶାଳୀ। ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲେ ହେଁ ଏହାର ସମାଧାନ ପାଇଁ ମଧ୍ୟ ସେମାନେ ଆଗେଇ ଆସୁଛନ୍ତି। ସେମାନଙ୍କର ନିରନ୍ତର ପ୍ରଚେଷ୍ଟା, କାର୍ଯ୍ୟ ପ୍ରତି ଦୃଢ ପ୍ରତିବଦ୍ଧତା ଭବିଷ୍ୟତ ପିଢି ପାଇଁ ଆଶା ପ୍ରକାଶ କରୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ତୀବ୍ରଭାବେ ପ୍ରଭାବିତ ହେଉଛି। ଏଭଳି ସ୍ଥଳେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ପ୍ରୟାସକୁ ଡ. ଫ୍ଲେମିଙ୍ଗ୍‌ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ବନ୍ୟପ୍ରାଣୀ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଯୋଗଦେଇ ଆମକୁ ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ଆଗେଇ ଆସିବା ଉଚିତ୍‌ ବୋଲି କହିଥିଲେ। ଏଥିସହିତ ଗ୍ରେଟ୍‌ର ଆଡ୍‌ଜୁଟାଣ୍ଟ ଷ୍ଟୋର୍କ (ସ୍ଥାନୀୟ ଭାଷାରେ ‘ହର୍ଗିଲା’ ପକ୍ଷୀ ଭାବେ ଜଣାଶୁଣା)ର ସଂରକ୍ଷଣ ଆରମ୍ଭ ସମୟରେ ତାଙ୍କୁ କିଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ। ‘ହର୍ଗିଲା’ ପକ୍ଷୀକୁ ପ୍ରଥମେ ଅଶୁଭ ଭାବେ ବିବେଚନା କରାଯାଉଥିଲା। ଏପରିକି ପକ୍ଷୀମାନେ ଯେଉଁ ଗଛରେ ରହିବା ପାଇଁ ଚେଷ୍ଟା କରୁଥିଲେ ଲୋକମାନେ ସେହି ଗଛକୁ କାଟି ଦେଉଥିଲେ। ୨୦୦୭ ମସିହାରେ ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ମୁଁ ଅଣ୍ଟା ଭିଡିଥିଲି। ଦିନେ ମତେ ଗୋଟିଏ ଗାଁରୁ ଏକ ଫୋନ୍‌ କଲ୍‌ ଆସିଥିଲା। ଜଣେ ବ୍ୟକ୍ତିଙ୍କ ଘରପାଖ ଗଛରେ ହର୍‌ଗିଲା ପକ୍ଷୀ ବସା ବାନ୍ଧି ଥିବାରୁ ବ୍ୟକ୍ତି ଜଣକ ସେହି ଗଛକୁ କାଟିବାକୁ ଯାଉଥିଲେ। ଖବର ପାଇବା ପରେ ମୁଁ ସେଠାକୁ ଯାଇ ତାଙ୍କୁ ଅଟକାଇ ଥିଲି। ସେମାନେ ଏହି ପକ୍ଷୀକୁ ଅଶୁଭ କହିବା ସହିତ ତାହାର ବଞ୍ଚତ୍ବାର ଅଧିକାର ନାହିଁ ବୋଲି କହିଥିଲେ। ଏପରିକି ଘଟଣାରୁ ଦୂରେଇ ରହିବା ପାଇଁ ମତେ ମଧ୍ୟ ଗାଳି, ଧମକ ଦେଇଥିଲେ। ସେହି ଦିନଠାରୁ ମୁଁ ଲୋକଙ୍କ ମନରେ ହର୍‌ଗିଲା ପକ୍ଷୀକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂରେଇବା ପାଇଁ ଚେଷ୍ଟା ଆରମ୍ଭ କରିଥିଲି। ଏହି ଘଟଣା ମୋ ଜୀବନର ମୋଡ ପରିବର୍ତ୍ତନ କରିଥିଲା। ଏହାପରେ ମହିଳାମାନଙ୍କୁ ନେଇ ଏହି ପକ୍ଷୀଙ୍କ ସୁରକ୍ଷା ଦିଗରେ କାମ କରିବା ପାଇଁ ଚେଷ୍ଟା କରିଥିଲି। ପ୍ରଥମେ ଏହାକୁ କେହି ଗ୍ରହଣ କରି ନଥିଲେ, ମାତ୍ର ପରେ ଆମର ପ୍ରୟାସକୁ ସମର୍ଥନ ମିଳିଥିଲା। ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ହେଲାଣି। ବର୍ତ୍ତମାନ ୨୦ହଜାର ମହିଳାଙ୍କୁ ନେଇ ‘ହର୍ଗିଲା ଆର୍ମି’ ଗଠନ କରାଯାଇଛି। ଏମାନେ ପକ୍ଷୀ ବସା ବାନ୍ଧିଥିବା ଗଛଗୁଡ଼ିକୁ ସୁରକ୍ଷା ଦେବା ସହ ଆର୍ଦ୍ରଭୂମି ବାସସ୍ଥାନର ପୁନରୁଦ୍ଧାର ଏବଂ ସଂରକ୍ଷଣ କରିବା ନେଇ କାମ କରୁଛନ୍ତି। ହର୍ଗିଲା ଭଳି ଅଣଦେଖା କରାଯାଉଥିବା ଅନ୍ୟ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ପୂର୍ଣ୍ଣିମା କହିଥିଲେ।

ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଦ୍ୟାଶା ସତପଥି ସ୍ବାଗତ ଭାଷଣ ଦେଇ କହିଲେ, ‘କ୍ଲାଇମେଣ୍ଟ ଗ୍ରାଣ୍ଟ’ ପ୍ରୟାସ ତୃଣମୂଳସ୍ତରରେ ପରିବେଶ ପାଇଁ କାମ କରୁଥିବା ବ୍ୟକ୍ତିଙ୍କୁ ସହଯୋଗ ଦେବା, ସେମାନଙ୍କୁ ତାଙ୍କ ସମୁଦାୟରେ ଯଥୋଚିତ ସ୍ବୀକୃତି ଦେବା ପାଇଁ ଆରମ୍ଭ କରାଯାଇଛି। ଗ୍ରାଣ୍ଟ ମାଧ୍ୟମରେ ଯୁବ ପରିବେଶକର୍ମୀମାନେ କେବଳ ପରିଚିତ ଲାଭ କରୁନାହାନ୍ତି, ବରଂ ଅଧିକ ସାଧନ ମଧ୍ୟ ପାଉଛନ୍ତି ବୋଲି ଆଦ୍ୟାଶା ମତ ରଖିଥିଲେ। ସଭା ଶେଷରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କହିଲେ, ଅତିଥିମାନନେ କେବଳ ଭାଷଣ ଦେଇ ନାହାନ୍ତି, ଏହା ସେମାନଙ୍କର ଭଲପାଇବା। ଗତ ୮ବର୍ଷ ହେବ ‘ଧରିତ୍ରୀ’ ଓ ‘ଓଡିଶା ପୋଷ୍ଟ’ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଛି। ସେହିପରି ପ୍ରତ୍ୟେକ ଲୋକ ଚାହିଁଲେ ପରିବେଶ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବେ। ମରିବା ବେଳେ ଆମେ କିଛି ନେବାନି ମାତ୍ର ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବା, ଯାହାକି ଆଗାମୀ ପିଢିକୁ ସାହାଯ୍ୟ କରିବ। ସୁନ୍ଦର, ସବୁଜ ପୃଥିବୀ ର୍ନିମାଣ ପାଇଁ ଆମେ କାମ କରୁଛୁ, ଆଗକୁ ମଧ୍ୟ କାମ କରିବୁ। ସେହିପରି ଯୁବ ପିଢି ପରିବେଶ ପାଇଁ କାର୍ଯ୍ୟ କରିବା ଉଚିତ ଏବଂ ମୋବାଇଲ ଛାଡି ଖବରକାଗଜ ପଢିବା ଉଚିତ ବୋଲି ତଥାଗତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?