Dharitri Climate Film Fest: ମନୁଷ୍ୟର ଚିନ୍ତାଧାରା ପ୍ରଭାବିତ ହେଲେ ସମାଜର ପରିବର୍ତ୍ତନ ହେବ

ଭୁବନେଶ୍ୱର,୨୩ା୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ‘ଧରିତ୍ରୀ କ୍ଲାଇମେଟ ଫିଲ୍ମ ଫେଷ୍ଟ’ର ପ୍ରଥମ ସଂସ୍କରଣ ରବିବାର ପ୍ରେସ କ୍ଲବ ଅଫ ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଭିନେତା ଆକାଶ ଦାସ ନାୟକ ଯୋଗ ଦେଇଥିଲେ।

ସେ କହିଥିଲେ, ଜଳବାୟୁ ପରିବର୍ତ୍ତନ ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ପାଲଟିଛି। ସମାଜକୁ ପରିବର୍ତ୍ତନ କରିବା ପାଇଁ ହେଲେ ମନୁଷ୍ୟର ମନୋବଳ ଓ ଚିନ୍ତାଧାରାକୁ ପ୍ରଭାବିତ କରିବାକୁ ପଡିବ। ଏଥିପାଇଁ ସାହିତ୍ୟ, ସଙ୍ଗୀତ, ଫିଲ୍ମ ଏବଂ ସଚେତନତା ଭଳି ବିଭିନ୍ନ ଶୈଳୀକୁ ଆପଣେଇବାକୁ ପଡ଼ିବ। ବର୍ତ୍ତମାନ ପ୍ରାକୃତିକ ପରିବେଶକୁ ସୁରକ୍ଷିତ ନ ରଖିପାରିବା ତେବେ ଆମ ଭବିଷ୍ୟତ ପିଢ଼ି ଅମ୍ଲଜାନ କିଣିବାକୁ ପଡ଼ିବ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାଶ ଜୁରି ସଦସ୍ୟ ଭାବେ ଯୋଗଦେଇ କହିଛନ୍ତି, କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ବିଭିନ୍ନ ନୂତନତ୍ୱକୁ ଆପଣାଇଛନ୍ତି। କୌଣସି ଜିନିଷକୁ କପି ନ କରି ନୂତନ ଭାବେ ପିଲ୍ମ କରିବାକୁ ଯୁବପିଢ଼ିମାନେ ପ୍ରୟାସ କରୁଛନ୍ତିି। ଏହିଭଳି ପ୍ରୟାସ ଜାରି ରହିଲେ ଆଗାମୀ ଭବିଶ୍ୟତ ସୁରକ୍ଷୀତ ରହିପାରିବେ।

ସେହିପରି ଚଳଚ୍ଚିତ୍ର ନିର୍ମାତା ସୁଶାନ୍ତ ମିଶ୍ର ଜୁରି ସଦସ୍ୟ ଭାବେ ଯୋଗଦେଇ କହିଛନ୍ତି, ପରିବେଶ ସଚେତନା ନେଇ ଯୁବପିଢ଼ି ସଚେତନ ହେବାକୁ ଲାଗିଲେଣି। ପିଲ୍ମ ମାଧ୍ୟମରେ ଭିନ୍ନ ଭିନ୍ନ ଶୌଳୀରେ ପରିବେଶକୁ ସୁରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି।

ଗ୍ରାମାଞ୍ଚଳର ଲୋକମାନେ ଯେପରି ପରିବେଶକୁ ସୁରକ୍ଷା ଦେବାକୁ ଆଗ୍ରହୀ ସେଭଳି ସହରାଞ୍ଚଳରେ ମଧ୍ୟ ଆଗ୍ରହ ପ୍ରକାଶ କରିବାକୁ ପଡ଼ିବ। ଫିଲ୍ମ ଫେଷ୍ଟ କାର୍ଯ୍ୟକ୍ରମରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ ଅତିଥିଙ୍କୁ ସମ୍ବୋଦିତ କରିଥିଲେ।

ପରିବେଶ ଆଧାରିତ ବିଷୟବସ୍ତୁକୁ ନେଇ ମନୋନୀତ ୧୪ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଓଡିଶାର ବିଭିନ୍ନ ପ୍ରାନ୍ତରୁ ପରିବେଶବିତ୍‌ମାନେ ନିଜର ପ୍ରୟାସରେ କ୍ଷୁଦ୍ର ଚଳଚ୍ଚିତ୍ର ପଠେଇଥିଲେ। ଚଳିତ ବର୍ଷର ଶ୍ରେଷ୍ଠ ପରିବେଶ ସଚେତନତା ଓ ବାର୍ତ୍ତା ପ୍ରଦାନ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ରକୁ ଜୁରି ସଦସ୍ୟମାନେ ଚୟନ କରିଥିଲେ।

ଇତିଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର କ୍ଲାଇମେଟ ଫିଲ୍ମ ‘ସୁରଭି’କୁ ପ୍ରଥମ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଅତାସି ଅତିପ୍ରିୟା ରାଉତଙ୍କ ନିଦ୍ଦେଶିତ ‘ଓଟୁ କୋଲାପ୍ସ’ଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ଶୁଭ୍ରାଂଶୁ ଶତପଥୀଙ୍କ ନିର୍ଦ୍ଦେଶିତ ‘ଟେଲ ଅଫ ଟ୍ରି’କୁ ତୃତୀୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ବିଜେତାଙ୍କୁ ୨୫ହଜାର, ୧୫ହଜାର ଏବଂ ୧୦ ହଜାର ଲେଖାଏ ଟଙ୍କା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅଭିନବ ପାଣ୍ଡେଙ୍କ ‘ଓ୍ବାନ ଡିଗ୍ରୀ’, ସାର୍ଥକ ନାୟକଙ୍କ ‘ମାଟି ତଳେ ସ୍ବପ୍ନ’, ବାଇଦୂରୟା ବାରିକଙ୍କ ‘ଟିଜିବ୍‌ସ ହି ଲୁକ୍ସ ଲାଇକ ମି’, ବିଶ୍ୱଜିତ ନାୟକଙ୍କ ‘ ଧୂଆଁ’, ବୁକୁନ୍‌ମି ଓୟେଲଙ୍କ ‘ଫରେଷ୍ଟ ଆଣ୍ଡ ବାୟୋଡାଇଭରସିଟି ହେଲଥ’, ଜ୍ଞାନରଞ୍ଜନ ସାଟୁଆଙ୍କ‘ଆଉ ନୁହେଁ’, ସୌରଭ ସନୟାଲଙ୍କ‘ସନଡର?’, ନିହାରିକା ମହାନ୍ତିଙ୍କ ‘ପ୍ରକୃତି କି ଡାଏରୀ’, ପ୍ରିସା ରଥଙ୍କ ‘ଅଫ ସଏଲ ଆଣ୍ଡ ସୋଲ’, ପ୍ରିୟାନଞ୍ଜଳ ରାଏଙ୍କ ‘ବ୍ରିଦିଙ୍ଗ ଟୁଗୋଦର’, ସମ୍ବଲପୁରୀ ଭାଷାରେ ସାର୍ଥକ ନାୟକଙ୍କ ‘ମନାର ଯୁଦ୍ଧ୍‌’, ତ୍ରିଲୋଚନ ସାହୁଙ୍କ ‘ପୃଥିବୀର ଘରପୋଡି’ ପ୍ରମୁଖ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

 

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

Union Budget 2026: ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧।୨(ପି.ଟି.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର କ୍ରମାଗତ ୯ମ ବଜେଟ…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri