Dharitri Climate Film Fest: ମନୁଷ୍ୟର ଚିନ୍ତାଧାରା ପ୍ରଭାବିତ ହେଲେ ସମାଜର ପରିବର୍ତ୍ତନ ହେବ

ଭୁବନେଶ୍ୱର,୨୩ା୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ‘ଧରିତ୍ରୀ କ୍ଲାଇମେଟ ଫିଲ୍ମ ଫେଷ୍ଟ’ର ପ୍ରଥମ ସଂସ୍କରଣ ରବିବାର ପ୍ରେସ କ୍ଲବ ଅଫ ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଭିନେତା ଆକାଶ ଦାସ ନାୟକ ଯୋଗ ଦେଇଥିଲେ।

ସେ କହିଥିଲେ, ଜଳବାୟୁ ପରିବର୍ତ୍ତନ ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ପାଲଟିଛି। ସମାଜକୁ ପରିବର୍ତ୍ତନ କରିବା ପାଇଁ ହେଲେ ମନୁଷ୍ୟର ମନୋବଳ ଓ ଚିନ୍ତାଧାରାକୁ ପ୍ରଭାବିତ କରିବାକୁ ପଡିବ। ଏଥିପାଇଁ ସାହିତ୍ୟ, ସଙ୍ଗୀତ, ଫିଲ୍ମ ଏବଂ ସଚେତନତା ଭଳି ବିଭିନ୍ନ ଶୈଳୀକୁ ଆପଣେଇବାକୁ ପଡ଼ିବ। ବର୍ତ୍ତମାନ ପ୍ରାକୃତିକ ପରିବେଶକୁ ସୁରକ୍ଷିତ ନ ରଖିପାରିବା ତେବେ ଆମ ଭବିଷ୍ୟତ ପିଢ଼ି ଅମ୍ଲଜାନ କିଣିବାକୁ ପଡ଼ିବ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାଶ ଜୁରି ସଦସ୍ୟ ଭାବେ ଯୋଗଦେଇ କହିଛନ୍ତି, କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ବିଭିନ୍ନ ନୂତନତ୍ୱକୁ ଆପଣାଇଛନ୍ତି। କୌଣସି ଜିନିଷକୁ କପି ନ କରି ନୂତନ ଭାବେ ପିଲ୍ମ କରିବାକୁ ଯୁବପିଢ଼ିମାନେ ପ୍ରୟାସ କରୁଛନ୍ତିି। ଏହିଭଳି ପ୍ରୟାସ ଜାରି ରହିଲେ ଆଗାମୀ ଭବିଶ୍ୟତ ସୁରକ୍ଷୀତ ରହିପାରିବେ।

ସେହିପରି ଚଳଚ୍ଚିତ୍ର ନିର୍ମାତା ସୁଶାନ୍ତ ମିଶ୍ର ଜୁରି ସଦସ୍ୟ ଭାବେ ଯୋଗଦେଇ କହିଛନ୍ତି, ପରିବେଶ ସଚେତନା ନେଇ ଯୁବପିଢ଼ି ସଚେତନ ହେବାକୁ ଲାଗିଲେଣି। ପିଲ୍ମ ମାଧ୍ୟମରେ ଭିନ୍ନ ଭିନ୍ନ ଶୌଳୀରେ ପରିବେଶକୁ ସୁରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି।

ଗ୍ରାମାଞ୍ଚଳର ଲୋକମାନେ ଯେପରି ପରିବେଶକୁ ସୁରକ୍ଷା ଦେବାକୁ ଆଗ୍ରହୀ ସେଭଳି ସହରାଞ୍ଚଳରେ ମଧ୍ୟ ଆଗ୍ରହ ପ୍ରକାଶ କରିବାକୁ ପଡ଼ିବ। ଫିଲ୍ମ ଫେଷ୍ଟ କାର୍ଯ୍ୟକ୍ରମରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ ଅତିଥିଙ୍କୁ ସମ୍ବୋଦିତ କରିଥିଲେ।

ପରିବେଶ ଆଧାରିତ ବିଷୟବସ୍ତୁକୁ ନେଇ ମନୋନୀତ ୧୪ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଓଡିଶାର ବିଭିନ୍ନ ପ୍ରାନ୍ତରୁ ପରିବେଶବିତ୍‌ମାନେ ନିଜର ପ୍ରୟାସରେ କ୍ଷୁଦ୍ର ଚଳଚ୍ଚିତ୍ର ପଠେଇଥିଲେ। ଚଳିତ ବର୍ଷର ଶ୍ରେଷ୍ଠ ପରିବେଶ ସଚେତନତା ଓ ବାର୍ତ୍ତା ପ୍ରଦାନ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ରକୁ ଜୁରି ସଦସ୍ୟମାନେ ଚୟନ କରିଥିଲେ।

ଇତିଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର କ୍ଲାଇମେଟ ଫିଲ୍ମ ‘ସୁରଭି’କୁ ପ୍ରଥମ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଅତାସି ଅତିପ୍ରିୟା ରାଉତଙ୍କ ନିଦ୍ଦେଶିତ ‘ଓଟୁ କୋଲାପ୍ସ’ଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ଶୁଭ୍ରାଂଶୁ ଶତପଥୀଙ୍କ ନିର୍ଦ୍ଦେଶିତ ‘ଟେଲ ଅଫ ଟ୍ରି’କୁ ତୃତୀୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ବିଜେତାଙ୍କୁ ୨୫ହଜାର, ୧୫ହଜାର ଏବଂ ୧୦ ହଜାର ଲେଖାଏ ଟଙ୍କା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅଭିନବ ପାଣ୍ଡେଙ୍କ ‘ଓ୍ବାନ ଡିଗ୍ରୀ’, ସାର୍ଥକ ନାୟକଙ୍କ ‘ମାଟି ତଳେ ସ୍ବପ୍ନ’, ବାଇଦୂରୟା ବାରିକଙ୍କ ‘ଟିଜିବ୍‌ସ ହି ଲୁକ୍ସ ଲାଇକ ମି’, ବିଶ୍ୱଜିତ ନାୟକଙ୍କ ‘ ଧୂଆଁ’, ବୁକୁନ୍‌ମି ଓୟେଲଙ୍କ ‘ଫରେଷ୍ଟ ଆଣ୍ଡ ବାୟୋଡାଇଭରସିଟି ହେଲଥ’, ଜ୍ଞାନରଞ୍ଜନ ସାଟୁଆଙ୍କ‘ଆଉ ନୁହେଁ’, ସୌରଭ ସନୟାଲଙ୍କ‘ସନଡର?’, ନିହାରିକା ମହାନ୍ତିଙ୍କ ‘ପ୍ରକୃତି କି ଡାଏରୀ’, ପ୍ରିସା ରଥଙ୍କ ‘ଅଫ ସଏଲ ଆଣ୍ଡ ସୋଲ’, ପ୍ରିୟାନଞ୍ଜଳ ରାଏଙ୍କ ‘ବ୍ରିଦିଙ୍ଗ ଟୁଗୋଦର’, ସମ୍ବଲପୁରୀ ଭାଷାରେ ସାର୍ଥକ ନାୟକଙ୍କ ‘ମନାର ଯୁଦ୍ଧ୍‌’, ତ୍ରିଲୋଚନ ସାହୁଙ୍କ ‘ପୃଥିବୀର ଘରପୋଡି’ ପ୍ରମୁଖ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

 

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?