ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ ନିକଟରୁ ୪ଟି ଚୋରି ହୋଇଥିବା ବାଇକ୍ ଜବତ କରାଯାଇଛି।
ମିଳିଥିବା ସୂଚନାନୁଯାୟୀ, ଦୀର୍ଘଦିନ ଧରି ଅଞ୍ଚଳରେ ବାଇକ୍ ଚୋରି ଘଟଣା ବଢ଼ୁଥିବା ବେଳେ ଧର୍ମଶାଳା ପୋଲିସ ସ୍ବତନ୍ତ୍ର ତଦନ୍ତ ଚଳାଇଥିଲା। ରାତିରେ ପାଟ୍ରୋଲିଂ ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ କିଛି ଯୁବକଙ୍କୁ ଧରି ତଦନ୍ତ ଆରମ୍ଭ କରିଥିଲା। ପରେ ସେମାନଙ୍କ ସମ୍ପୃକ୍ତିରେ ୪ଟି ଚୋରି ବାଇକ୍ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଚୋରି ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେଦିଗରେ ମଧ୍ୟ ଖୋଳତାଡ଼ କରୁଛି।