ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ କ୍ରମାଗତ ୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ମଥୁରାନଗରୀକୁ ପହଞ୍ଚିବା ଧନୁଯାତ୍ରା ଇତିହାସରେ ପ୍ରଥମ। କେବଳ ସେତିକି ନୁହେଁ, ନୂଆଁ ସରକାର ଆସିବା ପରେ ପ୍ରଥମଥର ପାଇଁ ଧନୁଯାତ୍ରା କଳାକାରମାନଙ୍କୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଯୋଗାଇ ଆସୁଛନ୍ତି। ସେହିପରି ଧନୁଯାତ୍ରା ମହୋତ୍ସବରୁ ସାଜସଜ୍ଜା ବହୁଗୁଣିତ ହୋଇଥିବାବେଳେ ମଥୁରା ନଗରୀର ସବୁ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ହୋଇଛି। ଉଭୟ ରାଜଦରବାର ଓ ରଙ୍ଗମହଲ ଦରବାର ମଧ୍ୟ ଗତବର୍ଷଠାରୁ ଉଚ୍ଚକୋଟୀର ହୋଇଥିଲା। ଗୋପପୁର ବି ପଛରେ ପଡ଼ି ନ ଥିଲା। ଗୋପପୁର ଦୃଶ୍ୟାଭିନୟ ମଧ୍ୟ ବେଶ ଉଚ୍ଚମାନର ହୋଇପାରିଥିଲା। ଧନୁଯାତ୍ରା ମହୋତ୍ସବ ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମଧ୍ୟ ତାଙ୍କ ଅନୁଦାନ ରାଶିକୁ ଏକ କୋଟିରୁ ଦେଢ଼ କୋଟିକୁ ବୃଦ୍ଧି କରିଲେ। ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଦୃଶ୍ୟାଭିନୟ ମଧ୍ୟ ଏଥର କିଭଳି ଇତିହାସ ରଚିଲା, ତାହା କେବଳ ଦର୍ଶକ ନୁହେଁ, ଚା ଖଟିଠାରୁ ଆରମ୍ଭ କରି ସୋସିସାଲ ମିଡ଼ିଆରେ ତାକୁ ନେଇ ବେଶ ଚର୍ଚ୍ଚା।

ଦର୍ଶକ ହଁି ମାପକାଠି
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆତ୍ମାକୁ ଅପରିବର୍ତ୍ତିତ ରଖାଯାଉ। ଦର୍ଶକମାନଙ୍କ ଭାବାବେଗ ସହିତ ପ୍ରଶାସନ ଖେଳୁଆଡ ନ କରି ସେମାନଙ୍କୁ ସୁରକ୍ଷା ସହିତ ଆଡମ୍ବରପୂର୍ଣ୍ଣ ଧନୁଯାତ୍ରାର ଆୟୋଜନ କରାଯାଉ। ଦର୍ଶକଙ୍କୁ ଯାତ୍ରାରେ ଗ୍ରାହକ ଭାବି ନେବା କଦାପି ଉଚିତ ନୁହେଁ। ସାଜସଜ୍ଜା ଅନ୍ୟବର୍ଷ ତୁଳନାରେ ବୃଦ୍ଧି ହୋଇଥିବା ବେଳେ ନାଟ୍ୟ ଅଭିନୟ ଓ ଧନୁଯାତ୍ରାରୁ ଆତ୍ମା ମୁଖ୍ୟ କଳାକାର କଂସଙ୍କ ଅଭିନୟ ଶୈଳୀ ଭଟ୍ଟା ପଡ଼ିଯାଇଥିଲା। ତାହା ଦର୍ଶକଙ୍କୁ ଏଥର ନିରାଶ କରିଥିଲା। ତେଣୁ ନାଟକ ଓ ଅଭିନୟକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ କମିଟିର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ସର୍ବୋପରି ଦର୍ଶକ ହିଁ ହେଉଛି ଧନୁଯାତ୍ରାର ସଫଳତା ଓ ବିଫଳତାର ମାପକାଠି।
– ବୀରେନ୍ଦ୍ର ପ୍ରଧାନ, ଉପସଭାପତି, ବରଗଡ଼ ସାମ୍ବାଦିକ ସଂଘ ବରଗଡ଼
କଳାକାର ଚୟନ ପ୍ରତି ସତର୍କ ରହିବା ବିଧେୟ
ଧନୁଯାତ୍ରା ମହୋତ୍ସବର ସାଜସଜ୍ଜା ଗତ ଦୁଇ ବର୍ଷ ହେଲା ଉଚ୍ଚକୋଟୀର ଥିଲା । ଲୋକଙ୍କ ଭିଡ଼ ପ୍ରଥମ ଦିନରୁ ହୋଇ ନ ଥିଲେ ବି ଅନ୍ତିମ ଦିବସରେ ଜନସମାଗମ ଧନୁଯାତ୍ରା ପ୍ରତି ଲୋକଙ୍କ ଆକୃଷ୍ଟକୁ ପ୍ରତିପାଦିତ କରିଥିଲା । ବରଗଡ଼ ଏସ୍‌ପି ଅଫିସ ଛକରୁ ଲୋକମଣ୍ଡପ ପଡ଼ିଆ ରାସ୍ତା ଏଥର ପ୍ରଶସ୍ତୀକରଣ କରାଯାଇଥିଲା। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ସତ୍ତ୍ୱେ ଏହି ରାସ୍ତାରେ ଏଭଳି ଭିଡ଼ ଜମିଥିଲା ଯେ, ତାହା ଆଗରୁ କେବେ ଦେଖାଦେଇ ନ ଥିଲା। ହେଲେ କଳାକାର ଚୟନକୁ ନେଇ ଆରମ୍ଭରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କଳାକାର ଚୟନକୁ ନେଇ ଲୋକେ ଯଦି ପ୍ରଥମରୁ ସନ୍ତୁଷ୍ଟ ହୋଇଥାନ୍ତେ, ଧନୁଯାତ୍ରା ମହୋତ୍ସବର ପ୍ରଥମ ଦିନରୁ ହିଁ ଲୋକଙ୍କ ଭିଡ଼ ଜମିଥାନ୍ତା। ମାତ୍ର ଏଥର ତାହା ପରିଲକ୍ଷିତ ହୋଇ ନ ଥିଲା ଏବଂ ଧନୁଯାତ୍ରା ସରିଥିଲେ ସୁଦ୍ଧା କଳାକାର ଚୟନକୁ ନେଇ ଏବେ ବି ସବୁଠି ଚର୍ଚ୍ଚା ଲାଗି ରହିଛି। ଧନୁଯାତ୍ରା ମହୋତ୍ସବର କଳାକାର ଚୟନ ପ୍ରତି ଅଧିକ ସତର୍କ ରହିବା ଦରକାର।
– ପ୍ରଫେସର ପତିତପାବନ ସାହୁ, ଶିକ୍ଷାବିତ, ବରଗଡ଼
ଆତ୍ମପ୍ରଚାର ପାଇଁ ବ୍ୟାକୁଳ
ପ୍ରସାର ପ୍ରଚାର କମିଟୀରେ ସାମିଲ ଥିବା ସଦସ୍ୟମାନେ ଦୂରଦୃଷ୍ଟି ସଂପନ୍ନ ହେବା ଆବଶ୍ୟକ। କୌଣସି ଇଭେଣ୍ଟରେ ସେମାନେ ସାମିଲ ନ ହୋଇ କେବଳ ପ୍ରସାର ପ୍ରଚାରରେ ସୀମିତ ରହିବା ଆବଶ୍ୟକ। ବ୍ୟାନର ପୋଷ୍ଟରର ଡିଜାଇନ ଉନ୍ନତମାନର ହେବା ସହିତ ବିଭିନ୍ନ ଡିଜାଇନର ପୋଷ୍ଟର କେବଳ ବରଗଡ଼ ମଧ୍ୟରେ ସୀମିତ ନ ରହି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲଗାଯିବା ଦରକାର। ଏଥିପାଇଁ କୁଶଳୀ ବ୍ୟକ୍ତିମାନଙ୍କର ଆବଶ୍ୟକତା ରହିଛି। ହେଲେ ତାହା ଦେଖାଯାଉ ନାହିଁ, ଧନୁଯାତ୍ରା ପ୍ରଚାର ପ୍ରସାର ବଦଳରେ ଆତ୍ମ ପ୍ରଚାରରେ ବ୍ୟାକୂଳତା ଚର୍ଚ୍ଚାର ବିଷୟ ପାଲଟିଛି।
– ରାଜେନ୍ଦ୍ର ସିକନ୍ଦର, ଚିତ୍ରଶିଳ୍ପୀ

ଜିଲାପାଳ ସମୀକ୍ଷା ବୈଠକ ଡାକନ୍ତୁ
ଆମେ ବରଗଡ଼ ଉନ୍ନତିକୁ ସମ୍ମାନ ଜଣାଉଛୁ । କିନ୍ତୁ ପରିତାପର ବିଷୟ ଯେ ଯାହାକୁ ନେଇ ଧନୁଯାତ୍ରା ପ୍ରସିଦ୍ଧ ଲାଭ କରିଛି, ତାକୁ ବଳି ପକାଯାଉଛି। ବରଗଡ଼ ଐତିହ୍ୟ, ପରମ୍ପରା ତଥା ସଂସ୍କୃତିକୁ ବଜାୟ ରଖିବାର ଏକ ପ୍ରୟାସ କରାଯାଇଥିଲା । ଲୋକଙ୍କ ଯାତ୍ରା କୁହାଯାଉଥିବା ଧନୁଯାତ୍ରା ଏବେ ସରକାରୀ ଅଫିସର ଓ କର୍ମଚାରୀମାନଙ୍କ ଯାତ୍ରାରେ ସୀମିତ ରହିଯାଇଛି। ଯେଉଁମାନେ ଦିନରାତି ପରିଶ୍ରମ କରି ନିଜ ସହରର ତଥା ଜିଲାର ନାମକୁ ଆଗେଇ ନେବା ପାଇଁ ଚାହିଁଥିଲେ, ସେମାନଙ୍କୁ ଉପେକ୍ଷା କରାଯାଇଛି। କଳାକାର ଚୟନ ସମୟରେ ମଧ୍ୟ ବରଗଡ଼ ଇଜ୍ଜତ, ସମ୍ମାନକୁ ସାମନାରେ ରଖିବା ଉଚିତ। ଶୀଘ୍ର ଏହା ଉପରେ ଜିଲାପାଳ ଏକ ସମୀକ୍ଷା ବୈଠକ ଡାକନ୍ତୁ ନ ହେଲେ ପରିସ୍ଥିତି ଭୟାବହ ହେବ।
– ଭୀଷ୍ମଦେବ ସରାଫ : ସଭାପତି, ଜିଲା ଓକିଲ ସଂଘ, ବରଗଡ଼

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ...

‘ବିପଦମୁକ୍ତ ଭବିଷ୍ୟତ ଗଠନରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ’

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ପରିସରରେ ମଙ୍ଗଳବାର ପରିବେଶ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।...

ଏବିଡିଓଙ୍କ ନାମରେ ସଙ୍ଗୀନ ଅଭିଯୋଗ: ବିବାହ ପ୍ରମାଣପତ୍ର ପାଇଁ…

ଛତ୍ରପୁର/ପୁରୁଷୋତ୍ତମପୁର,୬।୧( ଦିଲ୍ଲୀପ ସାମଲ /ସବିତା ମିଶ୍ର): ପଇସା ଦିଅ ସାର୍ଟିଫିକେଟ ନିଅ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତପୁର ଏବିଡିଓଙ୍କ ନାମରେ। ଏନେଇ...

ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲା ସରପଞ୍ଚ ସଂଘ, ଭାଜପା ନେତାଙ୍କ ସମେତ ୧୭ ଜଣଙ୍କୁ ଗିରଫ କରା ନଗଲେ…

ରାଜନଗର,୬ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ନୂଆ କରି ବିଡିଓ ଭାବରେ ଯୋଗ ଦେଇଥିବା ତିଳୋତ୍ତମା ପୃଷ୍ଟିଙ୍କୁ ରାଜନଗର ଭାଜପା ନେତା ଲଳିତ ବେହେରା...

୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଚେତାବନୀ, ୩ୟ ବିଶ୍ୱଯୁଦ୍ଧରେ ଛାରଖାର ହୋଇଯିବ ବିଶ୍ୱ!

ବାବା ଭାଙ୍ଗାଙ୍କ ନାମ ଉଲ୍ଲେଖ ବିଶ୍ୱବ୍ୟାପୀ ଚିନ୍ତାକୁ ଆକର୍ଷିତ କରୁଛି। ୨୦୨୬ ବର୍ଷ ପାଇଁ ତାଙ୍କର କଥିତ ଭବିଷ୍ୟବାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି...

ଜନଜାତିଙ୍କ ସମ୍ମେଳନ -୨୦୨୬ ଉଦ୍‌ଯାପିତ: ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକଳ୍ପ ପ୍ରଶାସକ କହିଲେ ପୁଣି ଜଙ୍ଗଲକୁ ବୃଦ୍ଧି କରି…

ଦାରିଙ୍ଗବାଡି, ୬।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।...

ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇଲେ ଷ୍ଟିଭ୍ ସ୍ମିଥ, ଏବେ ନଜର ଡନ୍ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଉପରେ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ମେଲବର୍ଣ୍ଣଠାରେ ଚାଲିଥିବା ଆସେସ୍ ସିରିଜର ଚତୁର୍ଥ ଟେଷ୍ଟରେ...

ଭାରତର ଏହି ଟ୍ରେନରେ ଯାତ୍ରା କରିବା ସମ୍ପୂର୍ଣ୍ଣ ମାଗଣା! ଜାଣନ୍ତୁ କେଉଁ ରୁଟ୍‌…

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭୫ ବର୍ଷ ହେବ ଭାରତର ଏକ ଟ୍ରେନ ଯାତ୍ରୀମାନଙ୍କୁ ମାଗଣା ସେବା ଯୋଗାଇ ଆସୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri