ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ କ୍ରମାଗତ ୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ମଥୁରାନଗରୀକୁ ପହଞ୍ଚିବା ଧନୁଯାତ୍ରା ଇତିହାସରେ ପ୍ରଥମ। କେବଳ ସେତିକି ନୁହେଁ, ନୂଆଁ ସରକାର ଆସିବା ପରେ ପ୍ରଥମଥର ପାଇଁ ଧନୁଯାତ୍ରା କଳାକାରମାନଙ୍କୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଯୋଗାଇ ଆସୁଛନ୍ତି। ସେହିପରି ଧନୁଯାତ୍ରା ମହୋତ୍ସବରୁ ସାଜସଜ୍ଜା ବହୁଗୁଣିତ ହୋଇଥିବାବେଳେ ମଥୁରା ନଗରୀର ସବୁ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ହୋଇଛି। ଉଭୟ ରାଜଦରବାର ଓ ରଙ୍ଗମହଲ ଦରବାର ମଧ୍ୟ ଗତବର୍ଷଠାରୁ ଉଚ୍ଚକୋଟୀର ହୋଇଥିଲା। ଗୋପପୁର ବି ପଛରେ ପଡ଼ି ନ ଥିଲା। ଗୋପପୁର ଦୃଶ୍ୟାଭିନୟ ମଧ୍ୟ ବେଶ ଉଚ୍ଚମାନର ହୋଇପାରିଥିଲା। ଧନୁଯାତ୍ରା ମହୋତ୍ସବ ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମଧ୍ୟ ତାଙ୍କ ଅନୁଦାନ ରାଶିକୁ ଏକ କୋଟିରୁ ଦେଢ଼ କୋଟିକୁ ବୃଦ୍ଧି କରିଲେ। ଧନୁଯାତ୍ରା ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଦୃଶ୍ୟାଭିନୟ ମଧ୍ୟ ଏଥର କିଭଳି ଇତିହାସ ରଚିଲା, ତାହା କେବଳ ଦର୍ଶକ ନୁହେଁ, ଚା ଖଟିଠାରୁ ଆରମ୍ଭ କରି ସୋସିସାଲ ମିଡ଼ିଆରେ ତାକୁ ନେଇ ବେଶ ଚର୍ଚ୍ଚା।

ଦର୍ଶକ ହଁି ମାପକାଠି
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆତ୍ମାକୁ ଅପରିବର୍ତ୍ତିତ ରଖାଯାଉ। ଦର୍ଶକମାନଙ୍କ ଭାବାବେଗ ସହିତ ପ୍ରଶାସନ ଖେଳୁଆଡ ନ କରି ସେମାନଙ୍କୁ ସୁରକ୍ଷା ସହିତ ଆଡମ୍ବରପୂର୍ଣ୍ଣ ଧନୁଯାତ୍ରାର ଆୟୋଜନ କରାଯାଉ। ଦର୍ଶକଙ୍କୁ ଯାତ୍ରାରେ ଗ୍ରାହକ ଭାବି ନେବା କଦାପି ଉଚିତ ନୁହେଁ। ସାଜସଜ୍ଜା ଅନ୍ୟବର୍ଷ ତୁଳନାରେ ବୃଦ୍ଧି ହୋଇଥିବା ବେଳେ ନାଟ୍ୟ ଅଭିନୟ ଓ ଧନୁଯାତ୍ରାରୁ ଆତ୍ମା ମୁଖ୍ୟ କଳାକାର କଂସଙ୍କ ଅଭିନୟ ଶୈଳୀ ଭଟ୍ଟା ପଡ଼ିଯାଇଥିଲା। ତାହା ଦର୍ଶକଙ୍କୁ ଏଥର ନିରାଶ କରିଥିଲା। ତେଣୁ ନାଟକ ଓ ଅଭିନୟକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ କମିଟିର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ସର୍ବୋପରି ଦର୍ଶକ ହିଁ ହେଉଛି ଧନୁଯାତ୍ରାର ସଫଳତା ଓ ବିଫଳତାର ମାପକାଠି।
– ବୀରେନ୍ଦ୍ର ପ୍ରଧାନ, ଉପସଭାପତି, ବରଗଡ଼ ସାମ୍ବାଦିକ ସଂଘ ବରଗଡ଼
କଳାକାର ଚୟନ ପ୍ରତି ସତର୍କ ରହିବା ବିଧେୟ
ଧନୁଯାତ୍ରା ମହୋତ୍ସବର ସାଜସଜ୍ଜା ଗତ ଦୁଇ ବର୍ଷ ହେଲା ଉଚ୍ଚକୋଟୀର ଥିଲା । ଲୋକଙ୍କ ଭିଡ଼ ପ୍ରଥମ ଦିନରୁ ହୋଇ ନ ଥିଲେ ବି ଅନ୍ତିମ ଦିବସରେ ଜନସମାଗମ ଧନୁଯାତ୍ରା ପ୍ରତି ଲୋକଙ୍କ ଆକୃଷ୍ଟକୁ ପ୍ରତିପାଦିତ କରିଥିଲା । ବରଗଡ଼ ଏସ୍‌ପି ଅଫିସ ଛକରୁ ଲୋକମଣ୍ଡପ ପଡ଼ିଆ ରାସ୍ତା ଏଥର ପ୍ରଶସ୍ତୀକରଣ କରାଯାଇଥିଲା। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ସତ୍ତ୍ୱେ ଏହି ରାସ୍ତାରେ ଏଭଳି ଭିଡ଼ ଜମିଥିଲା ଯେ, ତାହା ଆଗରୁ କେବେ ଦେଖାଦେଇ ନ ଥିଲା। ହେଲେ କଳାକାର ଚୟନକୁ ନେଇ ଆରମ୍ଭରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କଳାକାର ଚୟନକୁ ନେଇ ଲୋକେ ଯଦି ପ୍ରଥମରୁ ସନ୍ତୁଷ୍ଟ ହୋଇଥାନ୍ତେ, ଧନୁଯାତ୍ରା ମହୋତ୍ସବର ପ୍ରଥମ ଦିନରୁ ହିଁ ଲୋକଙ୍କ ଭିଡ଼ ଜମିଥାନ୍ତା। ମାତ୍ର ଏଥର ତାହା ପରିଲକ୍ଷିତ ହୋଇ ନ ଥିଲା ଏବଂ ଧନୁଯାତ୍ରା ସରିଥିଲେ ସୁଦ୍ଧା କଳାକାର ଚୟନକୁ ନେଇ ଏବେ ବି ସବୁଠି ଚର୍ଚ୍ଚା ଲାଗି ରହିଛି। ଧନୁଯାତ୍ରା ମହୋତ୍ସବର କଳାକାର ଚୟନ ପ୍ରତି ଅଧିକ ସତର୍କ ରହିବା ଦରକାର।
– ପ୍ରଫେସର ପତିତପାବନ ସାହୁ, ଶିକ୍ଷାବିତ, ବରଗଡ଼
ଆତ୍ମପ୍ରଚାର ପାଇଁ ବ୍ୟାକୁଳ
ପ୍ରସାର ପ୍ରଚାର କମିଟୀରେ ସାମିଲ ଥିବା ସଦସ୍ୟମାନେ ଦୂରଦୃଷ୍ଟି ସଂପନ୍ନ ହେବା ଆବଶ୍ୟକ। କୌଣସି ଇଭେଣ୍ଟରେ ସେମାନେ ସାମିଲ ନ ହୋଇ କେବଳ ପ୍ରସାର ପ୍ରଚାରରେ ସୀମିତ ରହିବା ଆବଶ୍ୟକ। ବ୍ୟାନର ପୋଷ୍ଟରର ଡିଜାଇନ ଉନ୍ନତମାନର ହେବା ସହିତ ବିଭିନ୍ନ ଡିଜାଇନର ପୋଷ୍ଟର କେବଳ ବରଗଡ଼ ମଧ୍ୟରେ ସୀମିତ ନ ରହି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲଗାଯିବା ଦରକାର। ଏଥିପାଇଁ କୁଶଳୀ ବ୍ୟକ୍ତିମାନଙ୍କର ଆବଶ୍ୟକତା ରହିଛି। ହେଲେ ତାହା ଦେଖାଯାଉ ନାହିଁ, ଧନୁଯାତ୍ରା ପ୍ରଚାର ପ୍ରସାର ବଦଳରେ ଆତ୍ମ ପ୍ରଚାରରେ ବ୍ୟାକୂଳତା ଚର୍ଚ୍ଚାର ବିଷୟ ପାଲଟିଛି।
– ରାଜେନ୍ଦ୍ର ସିକନ୍ଦର, ଚିତ୍ରଶିଳ୍ପୀ

ଜିଲାପାଳ ସମୀକ୍ଷା ବୈଠକ ଡାକନ୍ତୁ
ଆମେ ବରଗଡ଼ ଉନ୍ନତିକୁ ସମ୍ମାନ ଜଣାଉଛୁ । କିନ୍ତୁ ପରିତାପର ବିଷୟ ଯେ ଯାହାକୁ ନେଇ ଧନୁଯାତ୍ରା ପ୍ରସିଦ୍ଧ ଲାଭ କରିଛି, ତାକୁ ବଳି ପକାଯାଉଛି। ବରଗଡ଼ ଐତିହ୍ୟ, ପରମ୍ପରା ତଥା ସଂସ୍କୃତିକୁ ବଜାୟ ରଖିବାର ଏକ ପ୍ରୟାସ କରାଯାଇଥିଲା । ଲୋକଙ୍କ ଯାତ୍ରା କୁହାଯାଉଥିବା ଧନୁଯାତ୍ରା ଏବେ ସରକାରୀ ଅଫିସର ଓ କର୍ମଚାରୀମାନଙ୍କ ଯାତ୍ରାରେ ସୀମିତ ରହିଯାଇଛି। ଯେଉଁମାନେ ଦିନରାତି ପରିଶ୍ରମ କରି ନିଜ ସହରର ତଥା ଜିଲାର ନାମକୁ ଆଗେଇ ନେବା ପାଇଁ ଚାହିଁଥିଲେ, ସେମାନଙ୍କୁ ଉପେକ୍ଷା କରାଯାଇଛି। କଳାକାର ଚୟନ ସମୟରେ ମଧ୍ୟ ବରଗଡ଼ ଇଜ୍ଜତ, ସମ୍ମାନକୁ ସାମନାରେ ରଖିବା ଉଚିତ। ଶୀଘ୍ର ଏହା ଉପରେ ଜିଲାପାଳ ଏକ ସମୀକ୍ଷା ବୈଠକ ଡାକନ୍ତୁ ନ ହେଲେ ପରିସ୍ଥିତି ଭୟାବହ ହେବ।
– ଭୀଷ୍ମଦେବ ସରାଫ : ସଭାପତି, ଜିଲା ଓକିଲ ସଂଘ, ବରଗଡ଼

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?