Posted inଖେଳ

ହକି ଏକାଡେମୀ ଓଡ଼ିଶା ପରିଦର୍ଶନ କଲେ ଧନରାଜ, ଦିଲୀପ ଓ ଆୟାପ୍ପା

ଭୁବନେଶ୍ୱର, ୨୦ା୧୧ (ସ୍ପୋଟର୍‌ସ ବ୍ୟୁରୋ)-ଡ୍ରାଗ୍‌ ଫ୍ଲିକର ଲେନ୍‌ ଆୟାପ୍ପା ଓ ଦିଲୀପ ତିର୍କୀଙ୍କ ସମେତ ଭାରତୀୟ ହକି କିମ୍ବଦନ୍ତୀ ଧନରାଜ ପିଲେ ଗୁରୁବାର ସକାଳେ ନାଭାଲ ଟାଟା ହକି ଏକାଡେମୀ ଓଡ଼ିଶା ପରିଦର୍ଶନ କରିଛନ୍ତି। ସେମାନେ ହକି ହାଇପରଫରମାନ୍ସ ସେଣ୍ଟରଠାରେ ବାଳିକା କ୍ୟାଡେଟ୍‌ ଏବଂ କୋଚିଂ ଷ୍ଟାଫ୍‌ଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଏହି ୩ ଜଣଙ୍କ ଅଚାନକ ପରିଦର୍ଶନ ବ୍ଲୁ ଟର୍ଫରେ ଅଭ୍ୟାସ ରତ ଯୁବ ହକି ଖେଳାଳିଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ସେମାନେ ହକି ଷ୍ଟିକ୍‌ ଧରି ଖେଳାଳିମାନଙ୍କୁ ନାନା କୌଶଳ ଶିଖାଇଥିଲେ। ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ପିଲେ କହିଥିଲେ ନିଜକୁ କୌଣସି କ୍ଷେତ୍ରରେ କାହା ସହିତ ତୁଳନା କରିବା ଉଚିତ୍‌ ନୁହେଁ। ଗେମ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ମୂଳ ଲକ୍ଷ୍ୟ ରହିବା ଉଚିତ୍‌। ବର୍ତ୍ତମାନ ଅତୀତ ଓ ବର୍ତ୍ତମାନ ଖେଳ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି। ଉନ୍ନତ ଫଳାଫଳ ପାଇଁ ଟର୍ଫର ବ୍ୟବହାର ହେଉଛି। ୨୦୧୮ରେ ଓଡ଼ିଶା ସଫଳତାର ସହିତ ହକି ବିଶ୍ୱକପ୍‌ ଆୟୋଜନ କରିପାରିଛି। ଏଥିପାଇଁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। ଲେନ୍‌ ଆୟାପ୍ପା ଭାରତର ସବୁଠାରୁ ଦ୍ରୁତ ଏବଂ ସଫଳ ଡ୍ରାଗ୍‌ ଫ୍ଲିକର ଭାବେ ପରିଚିତ। ସେ ଯୁବ ଖେଳାଳିଙ୍କୁ ତାଙ୍କ ଡ୍ରାଗ୍‌ ଫ୍ଲିକିଂ କୌଶଳ ଶିଖାଇଥିଲେ। ଏଠାରେ ଯୁବ ହକି ଖେଳାଳିଙ୍କ ଲାଗି ଯେଉଁ ସୁବିଧା ସୁଯୋଗ ଦିଆଯାଉଛି ସେଥିପାଇଁ ରାଜ୍ୟସରକାରଙ୍କ ପ୍ରଶଂସା କରିଥିଲେ। ଓଡ଼ିଶା ୨୦୨୩ ହକି ବିଶ୍ୱକପ୍‌ ଅଧିକାର ହାସଲ କରିଥିବାରୁ ସେ ବଧେଇ ଜଣାଇଥିଲେ। ଏହି ଅବସରରେ ନାଭାଲା ଟାଟା ହକି ଏକାଡେମୀ ଓଡ଼ିଶାର ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ୍‌ କହିଥିଲେ ଏକାଡେମୀରେ ୪ଥର ହକି ଅଲିମ୍ପିଆନ ଧନରାଜ ପିଲେ, ଆମ ରାଜ୍ୟର ପଦ୍ମଶ୍ରୀ ଓ ହକି କିମ୍ବଦନ୍ତୀ ଦିଲୀପ ତିର୍କୀ ଏବଂ ଜଣାଶୁଣା ଭାରତୀୟ ଡ୍ରାଗ୍‌ ଫ୍ଲିକର ଲେନ୍‌ ଆୟାପ୍ପାଙ୍କ ଉପସ୍ଥିତି ଏକ ସ୍ମରଣରୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri