Posted inଖେଳ

ହକି ଏକାଡେମୀ ଓଡ଼ିଶା ପରିଦର୍ଶନ କଲେ ଧନରାଜ, ଦିଲୀପ ଓ ଆୟାପ୍ପା

ଭୁବନେଶ୍ୱର, ୨୦ା୧୧ (ସ୍ପୋଟର୍‌ସ ବ୍ୟୁରୋ)-ଡ୍ରାଗ୍‌ ଫ୍ଲିକର ଲେନ୍‌ ଆୟାପ୍ପା ଓ ଦିଲୀପ ତିର୍କୀଙ୍କ ସମେତ ଭାରତୀୟ ହକି କିମ୍ବଦନ୍ତୀ ଧନରାଜ ପିଲେ ଗୁରୁବାର ସକାଳେ ନାଭାଲ ଟାଟା ହକି ଏକାଡେମୀ ଓଡ଼ିଶା ପରିଦର୍ଶନ କରିଛନ୍ତି। ସେମାନେ ହକି ହାଇପରଫରମାନ୍ସ ସେଣ୍ଟରଠାରେ ବାଳିକା କ୍ୟାଡେଟ୍‌ ଏବଂ କୋଚିଂ ଷ୍ଟାଫ୍‌ଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଏହି ୩ ଜଣଙ୍କ ଅଚାନକ ପରିଦର୍ଶନ ବ୍ଲୁ ଟର୍ଫରେ ଅଭ୍ୟାସ ରତ ଯୁବ ହକି ଖେଳାଳିଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ସେମାନେ ହକି ଷ୍ଟିକ୍‌ ଧରି ଖେଳାଳିମାନଙ୍କୁ ନାନା କୌଶଳ ଶିଖାଇଥିଲେ। ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ପିଲେ କହିଥିଲେ ନିଜକୁ କୌଣସି କ୍ଷେତ୍ରରେ କାହା ସହିତ ତୁଳନା କରିବା ଉଚିତ୍‌ ନୁହେଁ। ଗେମ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ମୂଳ ଲକ୍ଷ୍ୟ ରହିବା ଉଚିତ୍‌। ବର୍ତ୍ତମାନ ଅତୀତ ଓ ବର୍ତ୍ତମାନ ଖେଳ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି। ଉନ୍ନତ ଫଳାଫଳ ପାଇଁ ଟର୍ଫର ବ୍ୟବହାର ହେଉଛି। ୨୦୧୮ରେ ଓଡ଼ିଶା ସଫଳତାର ସହିତ ହକି ବିଶ୍ୱକପ୍‌ ଆୟୋଜନ କରିପାରିଛି। ଏଥିପାଇଁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। ଲେନ୍‌ ଆୟାପ୍ପା ଭାରତର ସବୁଠାରୁ ଦ୍ରୁତ ଏବଂ ସଫଳ ଡ୍ରାଗ୍‌ ଫ୍ଲିକର ଭାବେ ପରିଚିତ। ସେ ଯୁବ ଖେଳାଳିଙ୍କୁ ତାଙ୍କ ଡ୍ରାଗ୍‌ ଫ୍ଲିକିଂ କୌଶଳ ଶିଖାଇଥିଲେ। ଏଠାରେ ଯୁବ ହକି ଖେଳାଳିଙ୍କ ଲାଗି ଯେଉଁ ସୁବିଧା ସୁଯୋଗ ଦିଆଯାଉଛି ସେଥିପାଇଁ ରାଜ୍ୟସରକାରଙ୍କ ପ୍ରଶଂସା କରିଥିଲେ। ଓଡ଼ିଶା ୨୦୨୩ ହକି ବିଶ୍ୱକପ୍‌ ଅଧିକାର ହାସଲ କରିଥିବାରୁ ସେ ବଧେଇ ଜଣାଇଥିଲେ। ଏହି ଅବସରରେ ନାଭାଲା ଟାଟା ହକି ଏକାଡେମୀ ଓଡ଼ିଶାର ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ୍‌ କହିଥିଲେ ଏକାଡେମୀରେ ୪ଥର ହକି ଅଲିମ୍ପିଆନ ଧନରାଜ ପିଲେ, ଆମ ରାଜ୍ୟର ପଦ୍ମଶ୍ରୀ ଓ ହକି କିମ୍ବଦନ୍ତୀ ଦିଲୀପ ତିର୍କୀ ଏବଂ ଜଣାଶୁଣା ଭାରତୀୟ ଡ୍ରାଗ୍‌ ଫ୍ଲିକର ଲେନ୍‌ ଆୟାପ୍ପାଙ୍କ ଉପସ୍ଥିତି ଏକ ସ୍ମରଣରୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri