Posted inଜାତୀୟ

ଭାଜପାକୁ କଡ଼ା ଚେତାବନୀ ଦେଲେ ଧନଖର, ସମୟ ଅଛି ସୁଧୁରିଯାଅ…

ନୂଆଦିଲ୍ଲୀ,୪।୧୨:କୃଷକ ଆନ୍ଦୋଳନ ଭିତରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଏପରି ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଶିଖର ଛୁଇଁଚି। ଧନଖର କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି। ଏଥିସହ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟାର୍ଗେଟ କରିଛନ୍ତି।

ଏକ କାର୍ଯ୍ୟକ୍ରମରେ ସଭାକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି, ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ସହିତ କାହିଁକି ଆଲୋଚନା କରାଯାଉନାହିଁ? ସେମାନଙ୍କୁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିର ଫଳାଫଳ କ’ଣ ହେଲା?’ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏଭଳି ପ୍ରଶ୍ନ ପଚାରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର। ସେତେବେଳେ ମଞ୍ଚରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ ଉପସ୍ଥିତ ଥିଲେ।

ଦିଲ୍ଲୀ-ନୋଏଡା ସୀମାରେ ଚାଷୀମାନେ ପୁଣି ଥରେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କହି ଧନଖର କୃଷି ମନ୍ତ୍ରୀଙ୍କୁ କହିଥିଲେ, ଆପଣଙ୍କ ପୂର୍ବରୁ ଯିଏ କୃଷି ମନ୍ତ୍ରୀ ଥିଲେ, ସେ ଚାଷୀମାନଙ୍କୁ କିଛି ଲିଖିତ ପ୍ରତିଶ୍ରୁତି ଦେଇଥିଲେ କି? ଯଦି ପ୍ରତିଶ୍ରୁତି ଦିଆଯାଇଥିଲା, ତା’ହେଲେ ଏଯାବତ କାହିଁକି ପାଳନ କରାଯାଇ ନାହିଁ।

ଚାଷୀଙ୍କ ଧର୍ଯ୍ୟ ପରୀକ୍ଷା ନ କରିବାକୁ ଚେତାବନୀ ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ କୌଣସି ଶକ୍ତି ସେମାନଙ୍କ (ଚାଷୀଙ୍କ) ସ୍ବରକୁ ଚପାଇ ପାରିବ ନାହିଁ। ଆମେ କ’ଣ ଚାଷୀ ଓ ସରକାରଙ୍କ ମଧ୍ୟରେ ଏକ ପାଚେରୀ ତିଆରି କରିବା? ମୁଁ ବୁଝିପାରୁନି କାହିଁକି ଏପର୍ଯ୍ୟନ୍ତ ଚାଷୀଙ୍କ ସହିତ ଆଲୋଚନା କରାଯାଇନାହିଁ। ଏହା ମୋତେ ଚିନ୍ତିତ କରିଛି।

ଏହି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦାହରଣ ଦେଇ ଉପରାଷ୍ଟ୍ରପତି କହିଥିଲେ, ଆପଣ (ଶିବରାଜ ସିଂହ ଚୌହାନ) ହେଉଛନ୍ତି ଦେଶର କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ମୋର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଥା ଓ ସେ କିପରି ପୂରା ଦେଶକୁ ଏକଜୁଟ କରିଥିଲେ, ସେ କଥା ମୋର ମନେ ପଡୁଛି। ସ୍ବାଧୀନତା ପରେ ଗଡ ଅଞ୍ଚଳ ଓ ସ୍ବାଧୀନ ରାଜ୍ୟଗୁଡିକୁୁ ଦେଶରେ ମିଶାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ଆଉ ସେହି କାମକୁ ସେ ଅତି ସୁନ୍ଦର ଭାବେ ସମାପନ କରିଥିଲେ। ଆଜି ଆପଣଙ୍କ ସମ୍ମୁଖରେ ସେହି ଚ୍ୟାଲେଞ୍ଜ ଅଛି। କୃଷକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ମଧ୍ୟ ସେହିଭଳି ଗୁରୁତ୍ୱପୂର୍ଣ୍ଣ ଯେମିତି ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବା।

ସେ ଆହୁରି କହିଥିଲ, ଯେତେବେଳେ ଏଭଳି ଘଟଣା ଘଟିବ, ବିଶ୍ୱରେ ଆମ ଭାବମୂର୍ତ୍ତି ଭଲ ରହିବ ନାହିଁ। କାହିଁକି ଚିନ୍ତାରେ ଅଛନ୍ତି ଚାଷୀ? ଏହାକୁ ହାଲକାରେ ନେବା ଅର୍ଥ ଆମେ ସେମାନଙ୍କ ସମସ୍ୟାକୁ ଅନୁଭବ କରିପାରୁନାହୁଁ। ଆମର ନୀତି ଓ ଯୋଜନା ଠିକ ନୁହେଁ। କୌଣସି ଶକ୍ତି କୃଷକମାନଙ୍କ ସ୍ବରକୁ ଚପାଇ ପାରିବ ନାହିଁ। ଯଦି ଚାଷୀଙ୍କ ର୍ଧଯ୍ୟ ପରୀକ୍ଷା କରିବାକୁ ପ୍ରୟାସ କରାଯିବ, ତା’ହେଲେ ଦେଶକୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡିବ।

ଉତ୍ତର ପ୍ରଦେଶର ହଜାର ହଜାର ଚାଷୀ ଦିଲ୍ଲୀ-ନୋଏଡା ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନେ ଦିଲ୍ଲୀ ଚଲୋ ନାରା ଦେଇ ବାହାରିଥିଲେ। କିନ୍ତୁ ସେମାନଙ୍କୁ ଦିଲ୍ଲୀ-ନୋଏଡା ସୀମାରେ ଅଟକାଇ ଦେଇଥିଲା ପୋଲିସ। ତା’ପରେ ସେମାନେ ସେଠାରେ ଆନ୍ଦୋଳନରେ ବସିଛନ୍ତି। ସେହିପରି ଚାଷୀମାନଙ୍କ ଆଉ ଏକ ଗୋଷ୍ଠୀ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ନେଇ ଗତ ଫେବ୍ରୁଆରୀ ମାସରୁ ହରିୟାଣା-ପଞ୍ଜାବ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ୬ ତାରିଖରେ ଦିଲ୍ଲୀ ଅଭିମୁଖେଯାତ୍ରା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?