ଗଡ଼ ଜିଣିବାକୁ କସରତ

ଭଦ୍ରକ ଅଫିସ, ୧୬।୧୦: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ସରିବା ପରେ ଗଡ଼ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି, କଂଗ୍ରେସ ସମେତ ସ୍ବାଧୀନ ପ୍ରାର୍ଥୀ କସରତ ଆରମ୍ଭ କରିଦେଇଛନ୍ତି। ଭାଜପା ଘର ଘର ବୁଲି ଲୋକଙ୍କୁ ଭେଟୁଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୈଠକ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଉଛି। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବହୁ ପୂର୍ବରୁ ନାମାଙ୍କନ ଦାଖଲ ସାରି ପ୍ରଚାର ଆରମ୍ଭ କରିଥିଲେ। ଶନିବାର ନିର୍ବାଚନମଣ୍ଡଳୀ ଅଧୀନ ମୁସ୍ତାଫାପୁର, ଦଳାଙ୍ଗ, କରଦା, ଦୋବଲ ଆଦି ପଞ୍ଚାୟତରେ ଘର ଘର ବୁଲି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି।

ସୂରଜଙ୍କ ସହ ଭାଜପାର ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରଚାରରେ ସାମିଲ ଥିଲେ। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆନନ୍ଦବଜାରଠାରେ ଅନୁସୂଚିତ ଜାତି ବର୍ଗର କର୍ମୀମାନଙ୍କ ସହ ବୈଠକ କରିଛନ୍ତି।
ଅପରପକ୍ଷେ ନାମାଙ୍କନର ଶେଷଦିନରେ ବିଜେଡି ପ୍ରାର୍ଥତ୍ନୀ ଅବନ୍ତୀ ଦାସ ନାମାଙ୍କନ ଦାଖଲ କରିବା ପରେ ଦଳ ପକ୍ଷରୁ ଶନିବାର ଅସୁରାଳି ଜୋନ୍‌ର ଜିଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁଙ୍କ ବାସଭବନରେ ଏକ ବୈଠକ କରାଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବଡ଼ଚଣା ବିଧାୟକ ଅମର ଶତପଥୀ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାର୍ଥିନୀ ଅବନ୍ତୀଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ ଏଥିରେ ଯୋଗଦେଇ ନିର୍ବାଚନ ରଣନୀତି ପ୍ରସ୍ତୁତ ନେଇ ଆଲୋଚନା କରିଥିଲେ।

ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ତାଙ୍କ ବାସଭବନରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀଙ୍କୁ ନେଇ ଉପନିର୍ବାଚନର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ବିଜେଡି ଟିକେଟରୁ ବଞ୍ଚତ୍ତ ହେବା ଦିନଠାରୁ ତାଙ୍କ ବାସଭବନରେ ସମର୍ଥକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ତାଙ୍କ ପ୍ରତି କରାଯାଇଥିବା ଅବିଚାରର ପ୍ରତିଫଳନ ଏହି ଉପନିର୍ବାଚନରେ ବିଜେଡି ଭୋଗିବ ବୋଲି ସମର୍ଥକମାନେ କହୁଛନ୍ତି। କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ମଧ୍ୟ ଶନିବାର କେତେକ ସ୍ଥାନରେ କର୍ମୀମାନଙ୍କ ସହ ବୈଠକ କରି ନିର୍ବାଚନରେ ଜିତିବା ଲାଗି ରଣକୌଶଳ ଆରମ୍ଭ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri