ଧାମିଙ୍କ ଦାବି

Dillip Cherian

ଉତ୍ତରାଖଣ୍ଡରେ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ଲାଗି ରହିଛି। ରାଜ୍ୟରେ ଆଇଏଏସ୍‌ ଅଧିକାରୀଙ୍କ ନିର୍ଦ୍ଧାରିତ ତଥା ଅନୁମୋଦିତ ସଂଖ୍ୟା ୧୨୦ ରହିଛି। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ୭୬ ଆଇଏଏସ୍‌ ଅଧିକାରୀଙ୍କୁ ନେଇ କାମ କରିବାକୁ ପଡ଼ୁଛି। ଏମାନଙ୍କ ମଧ୍ୟରୁ ୭ ଜଣ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଆଶିଷ ଜୋଶୀ, ଶ୍ରୀଧର ବାବୁ ଅଦ୍ଦାଙ୍କି, ଜ୍ୟୋତି ଯାଦବ, ରାଘବ ଲାଙ୍ଗର, ମଙ୍ଗେଶ ଘିଲ୍‌ଡିୟାଲ ଏବଂ ଅମିତ ସିଂ ନେଗି। ଗତ ସପ୍ତାହରେ କେନ୍ଦ୍ର ରାଜ୍ୟର ଆଇଏଏସ୍‌ କ୍ୟାଡର ସଂଖ୍ୟା ୧୨୦ରୁ ୧୨୬କୁ ବୃଦ୍ଧି କରିବା ଲାଗି ରାଜି ହେବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଦାବି କିଛିଟା ପୂରଣ ହୋଇଛି ଓ ସେ ଆଂଶିକ ସନ୍ତୁଷ୍ଟି ଲାଭ କରିଛନ୍ତି। ରାଜ୍ୟ ସରକାର ନିର୍ଦ୍ଧାରିତ ସଂଖ୍ୟା ୧୨୦ରୁ ୧୩୯ କରିବା ଲାଗି ଦାବି କରି ଆସୁଥିଲାବେଳେ କେନ୍ଦ୍ର ଏହାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛି। କେନ୍ଦ୍ରରେ ମଧ୍ୟ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ଯୋଗୁ ସମସ୍ୟା ବଢୁଛି। ଉତ୍ତରାଖଣ୍ଡ ଭଳି ଅନେକ ରାଜ୍ୟ ମଧ୍ୟ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି। କିନ୍ତୁ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଏବେ ଯେଉଁ ବାବୁ ଅଭାବ ଦେଖାଯାଇଛି ତାହା ରାଜ୍ୟ ଯୋଗୁ ହିଁ ଘଟିଛି। ଅଲ୍‌ ଇଣ୍ଡିଆ ସର୍ଭିସ କ୍ୟାଡରର ଢାଞ୍ଚା ପ୍ରତି ୧୦ ବର୍ଷରେ ସମୀକ୍ଷା ହୋଇଥାଏ। ଏହା ୨୦୧୦ରେ ହୋଇଥିଲା ଓ କ୍ୟାଡର ପଦବୀ ୧୨୦ରୁ ବୃଦ୍ଧିି କରିବା ପାଇଁ ସେତେବେଳେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବାର ଏକ ସୁଯୋଗ ଥିଲା। କିନ୍ତୁ ରାଜ୍ୟଏହା କରିବାକୁ ଚାହିଁଲା ନାହିଁ। ଏବେ ୬ଟି କ୍ୟାଡର ପଦବୀ ବୃଦ୍ଧି କଲେ ଅଧିକ କିଛି ଫରକ୍‌ ପଡ଼ିବନାହିଁ।

ଲମ୍ବା ଅଭିଯୋଗ
ହରିୟାଣା ସରକାର ଦୀର୍ଘଦିନ ହେଲା ଦାବି କରୁଛନ୍ତି ଯେ ଚଣ୍ଡିଗଡ ପ୍ରଶାସନ ସହିତ ୟୁଟି କ୍ୟାଡର ଆଇଏଏସ୍‌ ଅଧିକାରୀମାନେ ସେମାନଙ୍କ ଏକାଧିକାର ଜମାଇ ରଖିଛନ୍ତି ଓ ହରିୟାଣା କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କୁ ଅବହେଳା କରାଯାଉଛି। ଫଳରେ ତାଙ୍କ ସରକାରଙ୍କ ପ୍ରତି ଅନୁଚିତ ବ୍ୟବହାର କରାଯାଉଛି ବୋଲି ସରକାର କହିଆସୁଛନ୍ତି। ରାଜ୍ୟର ଅତିରିିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ ଅରୋରାଙ୍କ ସହ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ୍‌ ପୁରୋହିତ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ବାରମ୍ବାର ଉଠାଇଛନ୍ତି। ବର୍ତ୍ତମାନ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏହି ପ୍ରସଙ୍ଗରେ ପୁରୋହିତଙ୍କୁ ଏକ ଚିଠି ଲେଖି ଚଣ୍ଡିଗଡରେ ହରିୟାଣା କ୍ୟାଡର ଆଇଏଏସ୍‌ ଏବଂ ଆଇପିଏସ୍‌ କ୍ୟାଡର ଅଧିକାରୀଙ୍କୁ କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଗର ଅସମାନ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଟ୍ଟର ଅଭିଯୋଗ କରିଛନ୍ତି କି ୟୁଟି କ୍ୟାଡର ଅଧିକାରୀ କିମ୍ବା ଡାନିକ୍‌ସ କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କ ଅନୁଚିତ ପ୍ରାଧାନ୍ୟ ହରିୟାଣା ଏବଂ ପଞ୍ଜାବ ଆଇଏଏସ୍‌ ଅଫିସରଙ୍କ ତୁଳନାରେ ବଢିବାରେ ଲାଗିଛି। ଏମିତି କି ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ୟୁଟି କ୍ୟାଡର ଅଧିକାରୀମାନେ ମାଡି ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଖଟ୍ଟର ଅଭିଯୋଗ କରିଛନ୍ତି ଯେ ଫେବୃୟାରୀରେ ୨ ଜଣ ଏଚ୍‌ସିଏସ୍‌ ଅଧିକାରୀଙ୍କ ପୁନଃପ୍ରତ୍ୟାବର୍ତ୍ତନ ମାମଲାକୁ ଆହୁରି ଖରାପ କରିଦେଇଛି। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି କି ହରିୟାଣାରୁ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡକୁ ଗୃହସଚିବ ଏବଂ ଡେପୁଟି କମିଶନର ଭାବେ ଡେପୁଟେଶନରେ ଯାଇଥିବା ଦୁଇ ଆଇଏଏସ୍‌ ଅଧିକାରୀଙ୍କ କ୍ଷମତା ଏବଂ ଦାୟିତ୍ୱକୁ ମଧ୍ୟ ସମାନ ଭାବରେ କମାଇ ଦେଇଛନ୍ତି। ହରିୟାଣାର ଅଭିଯୋଗର ତାଲିକା ଲମ୍ବା ଏବଂ କେନ୍ଦ୍ରୀୟ ପ୍ରଶାସନ ଖୁବ୍‌ ଶୀଘ୍ର ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଖଟ୍ଟର ଏବେ ଆଶା କରୁଛନ୍ତି।

ବାବୁଙ୍କ ପୋଷାକ ଚର୍ଚ୍ଚା
ଆଇପିଏସ୍‌ କିମ୍ବା ପ୍ରତିରକ୍ଷା କର୍ମଚାରୀମାନେ ସାଧାରଣତଃ ଡ୍ୟୁଟିରେ ୟୁନିଫର୍ମରେ ଦେଖାଯାଆନ୍ତି। କିନ୍ତୁ ସେମାନଙ୍କ ଭଳି ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ କୌଣସି ଡ୍ରେସ କୋଡ୍‌ ନାହିଁ। ସେମାନଙ୍କ ପୋଷାକକୁ ନେଇ କୌଣସି ନିଶ୍ଚିତ ନିୟମ ନ ରଖାଯିବା ଏବଂ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇ ନ ଥିବାରୁ ବେଳେବେଳେ ଏହା ବାବୁମାନଙ୍କୁ ଅସୁବିଧାରେ ପକାଉଛି। ଖୁବ୍‌ ନିକଟରେ ପାଟନା ଉଚ୍ଚନ୍ୟାୟାଳୟ ବିହାରର ଆଇଏଏସ୍‌ ଅଧିକାରୀ ଆନନ୍ଦ କିଶୋରଙ୍କୁ ଭର୍ତ୍ସନା କରିଥିଲେ। ଆନନ୍ଦ ରାଜ୍ୟ ସ୍କୁଲ୍‌ ଏକ୍‌ଜାମିନେଶନ ବୋର୍ଡର ଚେୟାରମ୍ୟାନ ଏବଂ ଗୃହ ଓ ସହର ବିକାଶର ପ୍ରିନ୍ସିପାଲ ସେକ୍ରେଟାରି ରହିଛନ୍ତି। ସେ କୋର୍ଟରେ ଏକ ଶୁଣାଣି ସମୟରେ ଧଳା ଶାର୍ଟ ଓ ଟ୍ରାଉଜରରେ ଉପସ୍ଥିତ ହୋଇଥିଲେ। ଏଣୁ ତାଙ୍କର ଏଭଳି ବେଶ ପୋଷାକରେ କେଉଁଠି ଭୁଲ୍‌ ରହିଲା? ହେଲେ ଏହି ବାବୁ ଜଣକ କଲର ବୋତାମ ଦେଇ ନ ଥିଲେ କି କୋର୍ଟ ମଧ୍ୟ ପିନ୍ଧି ନ ଥିଲେ। ତେବେ ବିଚାରପତିଙ୍କ ଏଭଳି ବ୍ୟବହାରରେ କେହି ଏକମତ ନୁହନ୍ତି। ଏପରି କି କେତେଜଣ ଓକିଲ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି। କେତେ ଜଣ କହିଥିଲେ ଯେ, ବିଚାରପତିଙ୍କ ମନ୍ତବ୍ୟ ଅନୁଚିତ ଥିଲା ଏବଂ ଏହା ଅନାବଶ୍ୟକ ଅପମାନ ଓ କ୍ରୋଧର କାରଣ ହୋଇଥିଲା। ଅନ୍ୟ କେତେ ଜଣ କହିଛନ୍ତି ଯେ, ଗରିମା ଓ ମର୍ଯ୍ୟାଦା ପାଇଁ କୋର୍ଟରେ ପ୍ରତ୍ୟେକ ସରକାରୀ ଅଧିକାରୀ ଠିକ୍‌ ଭାବେ ପୋଷାକ ପିନ୍ଧିବା ଦରକାର। ଯଦି ଏହା ହୁଏ, ତେବେ ସାଧାରଣରେ ସରକାରୀ ଅଧିକାରୀମାନେ କେମିତିକା ପୋଷାକରେ ଦୃଶ୍ୟମାନ ହେବେ ସେଥିପାଇଁ ଏକ ନିୟମ କରିବାର ସମ୍ଭବତଃ ଏହା ହିଁ ଉପଯୁକ୍ତ ସମୟ। ଏହା ଏକ ସାମ୍ୟବାଦୀ ପ୍ରତୀକ ନା ପ୍ରଗତିଶୀଳ ମାନସିକତା, ତାହା ପାଠକମାନେ ସ୍ଥିର କରିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri