ଧାମିଙ୍କ ଦାବି

Dillip Cherian

ଉତ୍ତରାଖଣ୍ଡରେ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ଲାଗି ରହିଛି। ରାଜ୍ୟରେ ଆଇଏଏସ୍‌ ଅଧିକାରୀଙ୍କ ନିର୍ଦ୍ଧାରିତ ତଥା ଅନୁମୋଦିତ ସଂଖ୍ୟା ୧୨୦ ରହିଛି। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ୭୬ ଆଇଏଏସ୍‌ ଅଧିକାରୀଙ୍କୁ ନେଇ କାମ କରିବାକୁ ପଡ଼ୁଛି। ଏମାନଙ୍କ ମଧ୍ୟରୁ ୭ ଜଣ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଆଶିଷ ଜୋଶୀ, ଶ୍ରୀଧର ବାବୁ ଅଦ୍ଦାଙ୍କି, ଜ୍ୟୋତି ଯାଦବ, ରାଘବ ଲାଙ୍ଗର, ମଙ୍ଗେଶ ଘିଲ୍‌ଡିୟାଲ ଏବଂ ଅମିତ ସିଂ ନେଗି। ଗତ ସପ୍ତାହରେ କେନ୍ଦ୍ର ରାଜ୍ୟର ଆଇଏଏସ୍‌ କ୍ୟାଡର ସଂଖ୍ୟା ୧୨୦ରୁ ୧୨୬କୁ ବୃଦ୍ଧି କରିବା ଲାଗି ରାଜି ହେବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଦାବି କିଛିଟା ପୂରଣ ହୋଇଛି ଓ ସେ ଆଂଶିକ ସନ୍ତୁଷ୍ଟି ଲାଭ କରିଛନ୍ତି। ରାଜ୍ୟ ସରକାର ନିର୍ଦ୍ଧାରିତ ସଂଖ୍ୟା ୧୨୦ରୁ ୧୩୯ କରିବା ଲାଗି ଦାବି କରି ଆସୁଥିଲାବେଳେ କେନ୍ଦ୍ର ଏହାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛି। କେନ୍ଦ୍ରରେ ମଧ୍ୟ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ଯୋଗୁ ସମସ୍ୟା ବଢୁଛି। ଉତ୍ତରାଖଣ୍ଡ ଭଳି ଅନେକ ରାଜ୍ୟ ମଧ୍ୟ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି। କିନ୍ତୁ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଏବେ ଯେଉଁ ବାବୁ ଅଭାବ ଦେଖାଯାଇଛି ତାହା ରାଜ୍ୟ ଯୋଗୁ ହିଁ ଘଟିଛି। ଅଲ୍‌ ଇଣ୍ଡିଆ ସର୍ଭିସ କ୍ୟାଡରର ଢାଞ୍ଚା ପ୍ରତି ୧୦ ବର୍ଷରେ ସମୀକ୍ଷା ହୋଇଥାଏ। ଏହା ୨୦୧୦ରେ ହୋଇଥିଲା ଓ କ୍ୟାଡର ପଦବୀ ୧୨୦ରୁ ବୃଦ୍ଧିି କରିବା ପାଇଁ ସେତେବେଳେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବାର ଏକ ସୁଯୋଗ ଥିଲା। କିନ୍ତୁ ରାଜ୍ୟଏହା କରିବାକୁ ଚାହିଁଲା ନାହିଁ। ଏବେ ୬ଟି କ୍ୟାଡର ପଦବୀ ବୃଦ୍ଧି କଲେ ଅଧିକ କିଛି ଫରକ୍‌ ପଡ଼ିବନାହିଁ।

ଲମ୍ବା ଅଭିଯୋଗ
ହରିୟାଣା ସରକାର ଦୀର୍ଘଦିନ ହେଲା ଦାବି କରୁଛନ୍ତି ଯେ ଚଣ୍ଡିଗଡ ପ୍ରଶାସନ ସହିତ ୟୁଟି କ୍ୟାଡର ଆଇଏଏସ୍‌ ଅଧିକାରୀମାନେ ସେମାନଙ୍କ ଏକାଧିକାର ଜମାଇ ରଖିଛନ୍ତି ଓ ହରିୟାଣା କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କୁ ଅବହେଳା କରାଯାଉଛି। ଫଳରେ ତାଙ୍କ ସରକାରଙ୍କ ପ୍ରତି ଅନୁଚିତ ବ୍ୟବହାର କରାଯାଉଛି ବୋଲି ସରକାର କହିଆସୁଛନ୍ତି। ରାଜ୍ୟର ଅତିରିିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ ଅରୋରାଙ୍କ ସହ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ୍‌ ପୁରୋହିତ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ବାରମ୍ବାର ଉଠାଇଛନ୍ତି। ବର୍ତ୍ତମାନ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏହି ପ୍ରସଙ୍ଗରେ ପୁରୋହିତଙ୍କୁ ଏକ ଚିଠି ଲେଖି ଚଣ୍ଡିଗଡରେ ହରିୟାଣା କ୍ୟାଡର ଆଇଏଏସ୍‌ ଏବଂ ଆଇପିଏସ୍‌ କ୍ୟାଡର ଅଧିକାରୀଙ୍କୁ କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଗର ଅସମାନ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଟ୍ଟର ଅଭିଯୋଗ କରିଛନ୍ତି କି ୟୁଟି କ୍ୟାଡର ଅଧିକାରୀ କିମ୍ବା ଡାନିକ୍‌ସ କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କ ଅନୁଚିତ ପ୍ରାଧାନ୍ୟ ହରିୟାଣା ଏବଂ ପଞ୍ଜାବ ଆଇଏଏସ୍‌ ଅଫିସରଙ୍କ ତୁଳନାରେ ବଢିବାରେ ଲାଗିଛି। ଏମିତି କି ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ୟୁଟି କ୍ୟାଡର ଅଧିକାରୀମାନେ ମାଡି ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଖଟ୍ଟର ଅଭିଯୋଗ କରିଛନ୍ତି ଯେ ଫେବୃୟାରୀରେ ୨ ଜଣ ଏଚ୍‌ସିଏସ୍‌ ଅଧିକାରୀଙ୍କ ପୁନଃପ୍ରତ୍ୟାବର୍ତ୍ତନ ମାମଲାକୁ ଆହୁରି ଖରାପ କରିଦେଇଛି। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି କି ହରିୟାଣାରୁ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡକୁ ଗୃହସଚିବ ଏବଂ ଡେପୁଟି କମିଶନର ଭାବେ ଡେପୁଟେଶନରେ ଯାଇଥିବା ଦୁଇ ଆଇଏଏସ୍‌ ଅଧିକାରୀଙ୍କ କ୍ଷମତା ଏବଂ ଦାୟିତ୍ୱକୁ ମଧ୍ୟ ସମାନ ଭାବରେ କମାଇ ଦେଇଛନ୍ତି। ହରିୟାଣାର ଅଭିଯୋଗର ତାଲିକା ଲମ୍ବା ଏବଂ କେନ୍ଦ୍ରୀୟ ପ୍ରଶାସନ ଖୁବ୍‌ ଶୀଘ୍ର ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଖଟ୍ଟର ଏବେ ଆଶା କରୁଛନ୍ତି।

ବାବୁଙ୍କ ପୋଷାକ ଚର୍ଚ୍ଚା
ଆଇପିଏସ୍‌ କିମ୍ବା ପ୍ରତିରକ୍ଷା କର୍ମଚାରୀମାନେ ସାଧାରଣତଃ ଡ୍ୟୁଟିରେ ୟୁନିଫର୍ମରେ ଦେଖାଯାଆନ୍ତି। କିନ୍ତୁ ସେମାନଙ୍କ ଭଳି ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ କୌଣସି ଡ୍ରେସ କୋଡ୍‌ ନାହିଁ। ସେମାନଙ୍କ ପୋଷାକକୁ ନେଇ କୌଣସି ନିଶ୍ଚିତ ନିୟମ ନ ରଖାଯିବା ଏବଂ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇ ନ ଥିବାରୁ ବେଳେବେଳେ ଏହା ବାବୁମାନଙ୍କୁ ଅସୁବିଧାରେ ପକାଉଛି। ଖୁବ୍‌ ନିକଟରେ ପାଟନା ଉଚ୍ଚନ୍ୟାୟାଳୟ ବିହାରର ଆଇଏଏସ୍‌ ଅଧିକାରୀ ଆନନ୍ଦ କିଶୋରଙ୍କୁ ଭର୍ତ୍ସନା କରିଥିଲେ। ଆନନ୍ଦ ରାଜ୍ୟ ସ୍କୁଲ୍‌ ଏକ୍‌ଜାମିନେଶନ ବୋର୍ଡର ଚେୟାରମ୍ୟାନ ଏବଂ ଗୃହ ଓ ସହର ବିକାଶର ପ୍ରିନ୍ସିପାଲ ସେକ୍ରେଟାରି ରହିଛନ୍ତି। ସେ କୋର୍ଟରେ ଏକ ଶୁଣାଣି ସମୟରେ ଧଳା ଶାର୍ଟ ଓ ଟ୍ରାଉଜରରେ ଉପସ୍ଥିତ ହୋଇଥିଲେ। ଏଣୁ ତାଙ୍କର ଏଭଳି ବେଶ ପୋଷାକରେ କେଉଁଠି ଭୁଲ୍‌ ରହିଲା? ହେଲେ ଏହି ବାବୁ ଜଣକ କଲର ବୋତାମ ଦେଇ ନ ଥିଲେ କି କୋର୍ଟ ମଧ୍ୟ ପିନ୍ଧି ନ ଥିଲେ। ତେବେ ବିଚାରପତିଙ୍କ ଏଭଳି ବ୍ୟବହାରରେ କେହି ଏକମତ ନୁହନ୍ତି। ଏପରି କି କେତେଜଣ ଓକିଲ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି। କେତେ ଜଣ କହିଥିଲେ ଯେ, ବିଚାରପତିଙ୍କ ମନ୍ତବ୍ୟ ଅନୁଚିତ ଥିଲା ଏବଂ ଏହା ଅନାବଶ୍ୟକ ଅପମାନ ଓ କ୍ରୋଧର କାରଣ ହୋଇଥିଲା। ଅନ୍ୟ କେତେ ଜଣ କହିଛନ୍ତି ଯେ, ଗରିମା ଓ ମର୍ଯ୍ୟାଦା ପାଇଁ କୋର୍ଟରେ ପ୍ରତ୍ୟେକ ସରକାରୀ ଅଧିକାରୀ ଠିକ୍‌ ଭାବେ ପୋଷାକ ପିନ୍ଧିବା ଦରକାର। ଯଦି ଏହା ହୁଏ, ତେବେ ସାଧାରଣରେ ସରକାରୀ ଅଧିକାରୀମାନେ କେମିତିକା ପୋଷାକରେ ଦୃଶ୍ୟମାନ ହେବେ ସେଥିପାଇଁ ଏକ ନିୟମ କରିବାର ସମ୍ଭବତଃ ଏହା ହିଁ ଉପଯୁକ୍ତ ସମୟ। ଏହା ଏକ ସାମ୍ୟବାଦୀ ପ୍ରତୀକ ନା ପ୍ରଗତିଶୀଳ ମାନସିକତା, ତାହା ପାଠକମାନେ ସ୍ଥିର କରିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri