ନୟାଗଡ଼ ଡିଏଚଏଚ୍‌ରେ ନାହିଁ ଅତ୍ୟାଧୁନିକ ଆମ୍ବୁଲାନ୍ସ

ନୟାଗଡ଼,୨୧।୭ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାକୁ ଛାଡି ଦେଲେ ଅବଶିଷ୍ଟ ୨୯ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ବେସିକ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ରହିଛି । ତେବେ ନୟାଗଡ଼ ଜିଲାରେ ଏଭଳି ଆମ୍ବୁଲାନ୍ସ ନାହିଁ। ସାଢ଼େ ୩ ବର୍ଷ ତଳେ ମୋ ସରକାର ଯୋଜନାରେ ୨ଟି ଆମ୍ବୁଲାନ୍ସ ଦେବେ ବୋଲି ସରକାର ଘୋଷଣା କରିଥିଲେ । ତେବେ ସାଢ଼େ ୩ ବର୍ଷ ଭିତରେ କେବଳ ଏକ ମୃତଦେହ ପରିବହନ ଆମ୍ବୁଲାନ୍ସ ମିଳିଛି । ଏହି ଆମ୍ବୁଲାନ୍ସ ମୃତଦେହ ବୁହା କାର୍ଯ୍ୟରେ ବିନିଯୋଗ କରା ନ ଯାଇ ବଡବଡିଆଙ୍କ ପାଇଁ ପ୍ରୋଟକଲ ସେବାରେ ଲାଗିଛି । ଅବଶିଷ୍ଟ ସମୟ ଗ୍ୟାରେଜରେ ରଖାଯାଉଛି । ନୟାଗଡ଼ ଜିଲାର ରୋଗୀ ଏହି ଆମ୍ବୁଲାନ୍ସରୁ ସେବା ପାଉଛନ୍ତି କି ନାହିଁ ସେଥିପ୍ରତି ସ୍ବାସ୍ଥ୍ୟ ବିଭାଗର ନଜର ନାହିଁ । ନୟାଗଡ଼ ଜିଲାକୁ ୫-ଟି ସଚିବ ଆସିଛନ୍ତି। ଏଥିପ୍ରତି ନଜର ଦେଲେ ରୋଗୀଙ୍କ ସେବାରେ ଆମ୍ବୁଲାନ୍ସ ଲାଗି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିବାକୁ ସରକାରଙ୍କ ନିୟମ ରହିଛି । ଏଥିରେ ଭେଣ୍ଟିଲେଟର, ଅକ୍ସିଜେନ, ଇନ୍‌ଭୋଟରର ସୁବିଧା ରହିଥାଏ। ଯାହାକି ମିନି ଆଇସିୟୁର କାମ କରିଥାଏ । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ବେସିକ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସରେ ମିଳିଥାଏ । ତେବେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁରେ ତାଲା ଝୁଲୁଛି । ଗୁରୁତର ରୋଗୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଗଲେ ହଇରାଣ ହେବାକୁ ପଡୁଛି । ନିକଟରେ ବିଏମ୍‌ସି ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲକୁ ୫ କିମି ରାସ୍ତା ଯିବା ପାଇଁ ଆଡଭାନ୍ସ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ପୁଣି କନ୍ଧମାଳରେ ୪, କୋରାପୁଟରେ ୪, ଖୋର୍ଦ୍ଧାରେ ୧, କ୍ୟାପିଟାଲ ହସ୍ପିଟାଲରେ ୩, ପୁରୀରେ ୪ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିଛି । ଏଭଳିସ୍ଥଳେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୃତକଙ୍କ ଘରକୁ ମୃତଦେହ ପରିବହନ କରିବା ବ୍ୟବସ୍ଥାକୁ ସରକାର ଓ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଅଣଦେଖା କରି ଚାଲିଛନ୍ତି । ସବୁବେଳେ ବେସରକାରୀ ଘରୋଇ ଆମ୍ବୁଲାନ୍ସ ମୃତଦେହ ପରିବହନ ସେବା ମିଳୁନି । ପୁଣି ବେସରକାରୀ ସେବାରେ ମୃତଦେହ ପରିବହନ ପାଇଁ ଅଧିକ ଟଙ୍କା ଦାବି ହେଉଛି । କେହି କେହି ଅଧିକ ଟଙ୍କା ନ ଦେଇ ମୃତଦେହ ପରିବହନ ବାଇକ୍‌ରେ କରୁଛନ୍ତି । ଏଣୁ ବିଭିନ୍ନ ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ୍‌ରେ ମୃତଦେହ ପରିବହନ କରିବା ପରି ଖବର ଶୁଣିବାକୁ ମିଳିଛୁ। ଅନ୍ୟପକ୍ଷେ ମୃତଦେହ ପରିବହନ ପାଇଁ ସରକାର ଯୋଗାଇଥିବା ମହାପ୍ରୟାଣ ଗାଡ଼ି ଅଧିକାଂଶ ସମୟରେ ଅଚଳ ରହୁଛି । ଏଣୁ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ମହାପ୍ରୟାଣ ସେବା ଯୋଗାଇବା ପ୍ରହସନ ପାଲଟିଛି ବୋଲି ଅଭିଯୋଗ ହେଉଛି । ସବୁବେଳେ ଯଦି ମହାପ୍ରୟାଣ ଗାଡ଼ି ଖରାପ ତେବେ ଏହି ସେବାକୁ ବନ୍ଦ କରି ଦିଆଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅପରପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମୋ ସରକାର ୧୦୦ ଶଯ୍ୟା ବିଶିଷ୍ଟ ୬ମହଲା ବିଶିଷ୍ଟ କୋଠା ଘର ନିର୍ମାଣ କରିବା ପାଇଁ ଘୋଷଣା କରିବା ସମୟରେ ୨ଟି ଆମ୍ବୁଲାନ୍ସ ଦେବାକୁ କହିଥିଲେ । ପରବର୍ତ୍ତୀ ପରିସ୍ଥିତିରେ ୧୦୦ ଶଯ୍ୟା ବିଶିଷ୍ଟ ୬ ମହଲା ବିଶିଷ୍ଟ କୋଠା ଘର ନିର୍ମାଣ ହୋଇ ସାରିଛି। ହେଲେ ଅତ୍ୟାଧୁନିକ ଆମ୍ବୁଲାନ୍ସ ମିଳିନି। ୫-ଟି ସଚିବ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦିଅନ୍ତୁ । ମୃତଦେହ ପରିବହନ ଗାଡ଼ିକୁ ଆମ୍ବୁଲାନ୍ସ କାମରୁ ନିବୃତ୍ତ କରାଇ ରୋଗୀଙ୍କ ମୃତଦେହ ପରିବହନ କରିବାକୁ ନିର୍ଦ୍ଦେଶ ଦେବାକୁ ସାଧରଣରେ ଦାବି ହେଉଛି । ଏନେଇ ଓଡ଼ଗଁାର ଶାନ୍ତନୁ ବିଶୋଇ, ନୟାଗଡ଼ର ଶୂନ୍ୟ ଜୟୀ ମିଶ୍ର କୁହନ୍ତି, ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ମୃତଦେହ ପରିବହନ ବ୍ୟବସ୍ଥାକୁ ସରକାର ସଜାଡିବାକୁ ପଦକ୍ଷେପ ନେବା ଆବଶ୍ୟକ। ଏହା ଏକ ଜରୁରୀ ସେବା ହୋଇଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri