ଲୋକଙ୍କ ଅଭିଯୋଗ ବୁଝିବାକୁ ଥାନା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ଡିଜିପି

ଭୁବନେଶ୍ୱର, ୨୮।୭(ବ୍ୟୁରୋ): କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବା ପାଇଁ ରାଜ୍ୟର ସମସ୍ତ ଥାନାରେ ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି । ପୋଲିସ କର୍ମଚାରୀମାନେ କେଉଁଭଳି ଅଭିଯୋଗ ବୁଝିବେ, ସେ ନେଇ ଡିଜିପି ଏହି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସମ୍ପୃକ୍ତ ଗାଇଡଲାଇନଗୁଡ଼ିକ ହେଲା:

– ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ ରହିବ। କଣ୍ଟ୍ରୋଲ ରୁମ୍‌ ନମ୍ବର ଟୁଇଟର ଏବଂ ଫେସବୁକ୍‌ରେ ଦିଆଯିବ।
– ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ।
– ଥାନାକୁ ଫୋନ୍‌ରେ ଆସୁଥିବା ଅଭିଯୋଗର ତଦାରଖ ଏସ୍‌ପି ଓ ଡିଏସପି କରିବେ।
– ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ରିସେପସନ କାଉଣ୍ଟର ରହିବ।
– ରିସେପସନ କାଉଣ୍ଟର ଥାନା ମୁଖ୍ୟ କୋଠାଠାରୁ ଛାଡ଼ି କି ରହିବ। ଅଲଗା ଘର ନ ଥିଲେ ଟେଣ୍ଟ ଲାଗିବ।
– ରିସେପସନ ଏରିଆ ନିୟମିତ ବିଶୋଧନ କରାଯିବ।
– ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ।
– ଡିଆଇଜି/ଏସ୍‌ପି/ଡିଏସପିଙ୍କ ଅଫିସ ମେନ ଗେଟ୍‌ରେ ଫୋନ ନମ୍ବର ଡିସପ୍ଲେ ଲାଗିବ।
– ମେନ୍‌ ଗେଟରେ ଅଭିଯୋଗ ବାକ୍ସ ରଖାଯିବ, ସେଥିରେ ଲୋକେ ଅଭିଯୋଗ ପକାଇବେ।