Posted inଜାତୀୟ

ଶିବ ତାଣ୍ଡବ ଧ୍ୱନିରୁ ଆରମ୍ଭ ହୋଇଥିଲା DGMO ଖବରଦାତା ସମ୍ମିଳନୀ: ସେନା ବଖାଣିଲା ବିରତ୍ୱ ଗାଥା

ନୂଆଦିଲ୍ଲୀ,୧୧।୫: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ଅପରେଶନ ସିନ୍ଦୂର ଉପରେ ରବିବାର ସାରେ ଭାରତୀୟ ସେନା ପକ୍ଷରୁ ଖବରଦାତା ସମ୍ମିଳନୀ ହୋଇଥିଲା। ଶିବ ତାଣ୍ଡବ ଧ୍ୱନିରୁ ଆରମ୍ଭ ହୋଇଥିଲା DGMO ଖବରଦାତା ସମ୍ମିଳନୀ

ସମ୍ମିଳନୀରେ ଭାରତୀୟ ସେନାର ୩ଟି ଶାଖା, ସ୍ଥଳସେନା, ବାୟୁସେନା ଏବଂ ନୌସେନାର ଅଧିକାରୀମାନେ ଉପସ୍ଥିତ ଥିଲେ। ସେନାର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ନୌସେନାର ନୌସେନା ଅପରେଶନ୍‌ ଡିଜି ଭାଇସ ଆଡମିରାଲ ଏଏନ୍‌ ପ୍ରମୋଦ ଏବଂ ବାୟୁସେନାର ଏୟାର ମାର୍ଶାଲ ଏକେ ଭାରତୀ ଡିଜି ଏୟାର ଅପରେଶନ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ତିନିଜଣ ଅଧିକାରୀ PPT ମାଧ୍ୟମରେ ସମଗ୍ର କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। ଯାହା ମାଧ୍ୟମରେ ଭାରତୀୟ ସେନା ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମସ୍ତ ପ୍ରମାଣ ମଧ୍ୟ ଦେଖାଯାଇଥିଲା।

ଅପରେଶନ ସିନ୍ଦୂର ଉପରେ ତିନି ସେନାର ଖବରଦାତା ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ
-ଶିବ ତାଣ୍ଡବ ଧ୍ୱନି ସହିତ ଆରମ୍ଭ ହୋଇଥିଲା ସମ୍ମିଳନୀ

– ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେଶନ ସିନ୍ଦୂର ଆରମ୍ଭ କରାଯାଇଥିଲା।

-ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା

-ଅପରେଶନ ସିନ୍ଦୂରରେ ୧୦୦ଜଣ ଆତଙ୍କବାଦୀ ନିହତ ହୋଇଥିଲେ

-ମୁରିଡକେରେ ଥିବା ଆତଙ୍କବାଦୀ ତାଲିମ ଶିବିର ଧ୍ୱଂସ କରାଯାଇଥିଲା

– ୩ଜଣ ପ୍ରମୁଖ ଆତଙ୍କବାଦୀ ନିପାତ ହୋଇଛନ୍ତି

-ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲା

-ପାକିସ୍ତାନ ଆକ୍ରମଣରେ ଆମର କୌଣସି କ୍ଷତି ହୋଇନାହିଁ

-ପାକିସ୍ତାନର ସମସ୍ତ ଆକ୍ରମଣକୁ ସେନା ବିଫଳ କରିଛି

-ପାକିସ୍ତାନ ଅନେକ ଡ୍ରୋନ ପଠାଇଥିଲା, ଯାହାକୁ ନଷ୍ଟ କରାଯାଇଥିଲା

-ଅପରେଶନର ଲକ୍ଷ୍ୟ ଆତଙ୍କବାଦୀଙ୍କୁ ନିପାତ କରିବା ଥିଲା। କେବଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସେନା ଟାର୍ଗେଟ କରିଥିଲା।

-ପିଓକେରେ ୫ଟି ଏବଂ ପାକିସ୍ତାନରେ ୪ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି।

-୩୫-୪୦ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି

-ଲକ୍ଷ୍ୟ ଥିଲା ଆତଙ୍କବାଦୀ ଭିତ୍ତିଭୂମି ଏବଂ ଆତଙ୍କବାଦୀଙ୍କୁ ଧ୍ୱଂସ କରିବା, ସେନା ୭ତାରିଖରେ ଏହା ହାସଲ କରିଥିଲା।

-ପାକିସ୍ତାନ ଡ୍ରୋନ ଏବଂ ୟୁଏଭି ସାହାଯ୍ୟରେ ଆକ୍ରମଣ କରିଥିଲା

-ମେ ୮ ଏବଂ ୯ ରାତିରେ ଶ୍ରୀନଗରରୁ ଗୁଜରାଟର ନାଲିଆ ପର୍ଯ୍ୟନ୍ତ ଆକ୍ରମଣ କରାଯାଇଥିଲା, ଯାହାକୁ ଆମେ ପଣ୍ଡ କରିଦେଇଥିଲୁ

-ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା। ଯେତେବେଳେ ଲାହୋରରୁ ଡ୍ରୋନ ଆକ୍ରମଣ ହୋଇଥିଲା, ସେତେବେଳେ ପାକିସ୍ତାନ ଯାତ୍ରୀବାହୀ ବିମାନକୁ ଉଡ଼ାଣ ପାଇଁ ଅନୁମତି ଦେଇଥିଲା

-ଆକ୍ରମଣର ପ୍ରତିରୋଧ ପାଇଁ ସେନାକୁ ସ୍ବାଧୀନତା ଦିଆଯାଇଛି। ଯଦି ପାକିସ୍ତାନ ଦ୍ୱାରା ଚୁକ୍ତିନାମାର ଉଲ୍ଲଂଘନ ହୁଏ, ତେବେ ଆମେ ଏହାର ଜବାବ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?