କୋକସରାରେ ମା’ ଠାକୁରାଣୀଙ୍କ ଘଟଯାତ୍ରା; ଅଞ୍ଚଳରେ ଭକ୍ତିମୟ ପରିବେଶ

କୋକସରା, ୧୨।୪(ଡି.ଏନ୍‌.ଏ.): ଚୈତ୍ର ମାସରେ କଳାହାଣ୍ଡି ଜିଲା କୋକସରାରେ ଅନୁଷ୍ଠିତ ହୋଇଥାଏ ମା’ ଠାକୁରାଣୀଙ୍କ ଘଟଯାତ୍ରା। ଏହାକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ତେବେ ସୋମବାର ମା’ଙ୍କ ଘଟଯାତ୍ରା ଆରମ୍ଭ ହୋଇ ମଙ୍ଗଳବାର ସମାପନ ହୋଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଦୁଇଦିନ ଧରି ମା’ ଗ୍ରାମର ଘର ଘର ପରିକ୍ରମା କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଆଜି। ସମାପନ ଦିବସରେ ମାନସିକ ଧାରୀମାନେ ମା’ଙ୍କ ପୀଠରେ ଶୁକ୍ଳଭୋଗ ସହ ବୋଦା, ପାରା, କୁକୁଡା ଆଦି ବଳି ଦେଇଥିଲେ।

ପ୍ରଥା ଅନୁଯାୟୀ, ଦେବୀଙ୍କ ଆଜ୍ଞାରେ ଠାକୁରାଣୀଙ୍କ ପୁଜକ କୁମାରୀ କନ୍ୟାଙ୍କ ଦେହରେ ମା’ଙ୍କ ପ୍ରତିମା ସ୍ବରୁପା ଦେବୀ ବିଜେ ହୁଅନ୍ତିସ୍‌। ପ୍ରଥମେ ପୂଜକଙ୍କ ଘରେ କୁମାରୀ କନ୍ୟାଙ୍କୁ ପୂଜାର୍ଚ୍ଚନା ପରେ ପ୍ରଥମେ ଦେବୀଙ୍କ କାଳେସୀ ଲାଗି ହେବାପରେ ଗ୍ରାମ ଗୌନ୍ତିଆ ଓ ଗଣ୍ଡା ଘରକୁ ଯାଇ ପ୍ରଥମେ ଭୋଗ ଲାଗିବାପରେ ଗ୍ରାମ ପରିକ୍ରମା ପାଇଁ ବାହାରିଥାନ୍ତି। ଲୋକେ ଦୁଆର ମୁହଁରେ ଝୋଟି ସହ ମୁଆ, ନଡିଆ, କଦଳୀ, ମହୁଳ, ଚାହାଁର, ଆମ୍ବ ଭୋଗ ଦେଇ ମା’ଙ୍କୁ ଆରାଧନା ସହିତ ମା’ଙ୍କ ପାଖରେ ମାନସିକ କରିଥାନ୍ତି। ଏହି ଘଟଯାତ୍ରାରେ ଠାକୁରାଣୀଙ୍କ ସହ ଅନ୍ୟାନ୍ୟ ପାର୍ଶ ଦେବୀ ଦେବତାମାନେ ମଧ୍ୟ ବୁଲିଥାନ୍ତି ।

ଚଳିତ ବର୍ଷ ଘଟଯାତ୍ରାରେ ଠାକୁରାଣୀ ଦେବୀଙ୍କ ପୁଜାରୀ ନନ୍ଦ କିଶୋର ଧରୁଆ, ଦିଲ୍ଲୀପ ଧରୁଆ, ଦିଲୁ ଧରୁଆ, ଗାଁ ଗୌନ୍ତିଆ ରମେଶ ଚନ୍ଦ୍ର ପ୍ରଧାନୀ ଓ ଗାଁ ଗଣା ଗୋବର୍ଦ୍ଧନ ବାଗ, ଶିରା ଦାମୋଦର ରାଉତ, ହେମନ୍ତ ନାଏକ, ଅନୀଲ ରାଉତ, ସେବକ ପୁରୁଷୋତ୍ତମ ନାଏକ, ରାମ ପ୍ରସାଦ ନାଏକ, ଜଳନ୍ଧର ନାଏକ ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିିଥିଲେ ।