ଭକ୍ତ ପାଇବେ ସୁରକ୍ଷା

ଡ. ଗୌରୀଶଙ୍କର ସାହୁ

 

 

“ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିବାବେଳେ ଅନୁଭବ ହୁଏ, ସେ ଗରିବଙ୍କ ଠାକୁର।“ ନବନିର୍ମିତ ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ସାଂସଦମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଇକଥା କହିଥିଲେ। ଏଥର ଜୟଶ୍ରୀରାମ ନୁହେଁ ବରଂ ଜୟଜଗନ୍ନାଥ ଉଚ୍ଚାରଣ କରିଛନ୍ତି। ଗତ ସାଧାରଣ ନିର୍ବାଚନ -୨୦୨୪ରେ ‘୪୦୦ ପାର୍‌’ର ଯୋଜନାକୁ ଅନାୟାସରେ ହାସଲ କରିବାକୁ ଭାବିଥିବା ଭାଜପା ୨୪୦ଟି ଲୋକ ସଭା ଆସନରେ ଜିତିଛି; ଯାହା ସରକାର ଗଠନ ମ୍ୟାଜିକ୍‌ ନମ୍ବରଠାରୁ ୩୨ଟି ଆସନ କମ୍‌ ଓ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨୯୩ଟି ଆସନ ଲାଭ କରିଛି; ଯାହା ପୂର୍ଣ୍ଣ ବହୁମତଠାରୁ ୨୧ଟି ଆସନ ଅଧିକା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଏକାକୀ ୩୦୩ଟି ଆସନରେ ବିଜୟ ଲାଭ କରିଥିଲା ଓ ଏନ୍‌ଡିଏର ଥିଲା ୩୫୩ଟି ଆସନ। ଓଡ଼ିଶାର ୨୧ଟି ଆସନରୁ ଭାଜପା ଜିତିଥିଲା ୮ଟିରେ। ହେଲେ ଏଥର ଓଡ଼ିଶାରୁ ୨୦ ଜଣ ସାଂସଦ ଭାଜପା ଟିକଟରେ ଜିତିଛନ୍ତି।
ଏଠାରେ ଉଲ୍ଲେଖନୀୟ ପରିସଂଖ୍ୟାନ ହେଲା, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ୨୯୭ (୩୫ ପ୍ରତିଶତ ଆସନ)ଟି ଜିଲା ପରିଷଦ ଆସନ ଜିତିଥିବାବେଳେ, ବିଜେଡି ଜିତିଥିଲା ୪୭୩ (୫୬ ପ୍ରତିଶତ ଆସନ)ଟି ଆସନ। ୨୦୨୪ ପୂର୍ବରୁ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା ୪୨(୫ପ୍ରତିଶତ ଆସନ)ଟି ଆସନ ଜିତିଥିବାବେଳେ ବିଜେଡି ଜିତିଲା ୭୬୬(୯୦ପ୍ରତିଶତ) ଜିଲାପରିଷଦ ଆସନ। ତେଣୁ ରାଜନୈତିକ ସମୀକ୍ଷକମାନେ ଏଥର କି ଫଳାଫଳ ଆଶା କରୁଥିଲେ ସ୍ବୟଂ ଅନୁମେୟ। ତେଣୁ ବିଜୟ ସୁନିଶ୍ଚିତ ଭାବି ବିଜେଡି ବରିଷ୍ଠ ନେତାମାନଙ୍କୁ ନିର୍ବାଚନ ପ୍ରଚାରରେ ଅଣଦେଖା କଲା । ହେଲେ ସବୁ ଆକଳନକୁ ଭୁଲ୍‌ ପ୍ରମାଣିତ କରି ଭାଜପା ଓଡ଼ିଶାରୁ ଲୋକସଭାରେ ୨୦ଟି ଆସନ ଜିତିବା ଦ୍ୱାରା (ଏନ୍‌ଡିଏ ଏଥର ବହୁମତଠାରୁ ମାତ୍ର ୨୧ଟି ଆସନ ଆଗରେ ଅଛି।) ସତ କହିବାକୁ ଗଲେ ଓଡ଼ିଶାରେ ବିପୁଳ ବିଜୟ ଯାହା ସମସ୍ତଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା। କେନ୍ଦ୍ରରେ ଏକ ମେଣ୍ଟ ସରକାରର ନେତୃତ୍ୱ ନେଇଛନ୍ତି ପୁଣିଥରେ ନରେନ୍ଦ୍ର ମୋଦି ା
ଏଥର ବିଧାନସଭା ନିର୍ବାଚନରେ ୪୦.୨୨ ପ୍ରତିଶତ ଭୋଟ ପାଇ ବିଜେଡି କ୍ଷମତାଠାରୁ ବେଶ୍‌ ଦୂରରେ, ହେଲେ ୪୦.୦୭ ପ୍ରତିଶତ (୦.୧୫ ପ୍ରତିଶତ କମ୍‌) ଭୋଟ ପାଇ ଭାଜପା ମୁଣ୍ଡରେ କ୍ଷମତାର ଶିରପା! ୧୪୭ରୁ ୭୮ଟି ଆସନ ଜିତିଛି ଭାଜପା (ଯାହା ପୂର୍ଣ୍ଣ ବହୁମତଠାରୁ ୪ଟି ଆସନ ଅଧିକ)। ନ ହବା କଥା ହେଲା କେମିତି? ଗତ କିଛିବର୍ଷ ହେଲା ଓ ବିଶେଷକରି ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଚାକଚକ୍ୟ ନଁାରେ ଶ୍ରୀକ୍ଷେତ୍ରରେ ବିଭ୍ରାଟ ସୃଷ୍ଟି କରାଗଲା। ପରିକ୍ରମା ପ୍ରକଳ୍ପ ଆଳରେ ଭକ୍ତଙ୍କୁ, ତୀର୍ଥଯାତ୍ରୀଙ୍କୁ ନାନା ହଇରାଣ ହରକତ କରାଗଲା। ଦେଉଳ ଭିତରେ ଫାଙ୍କ, ଭିତର କାଠ ଖୋଲା ହେଲେ ଏପଟେ ଶତାଧିକ ଲୋକଙ୍କୁ ପୋଲିସ ଛକିଛି ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସାମ୍ନାରେ, ଧାଡ଼ି ଆରମ୍ଭରେ। ଅରୁଣ ସ୍ତମ୍ଭ ପାଖରେ ପହଞ୍ଚତ୍ଲାବେଳକୁ ପୋଲିସର ତିନୋଟି ଛକରେ ଛେକ! ଘଣ୍ଟା ଘଣ୍ଟା ଅଯଥାରେ ବାରିକେଡ୍‌ ଅବା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବାଡ଼ ଭିତରେ ଦୀର୍ଘ ଅପେକ୍ଷାରେ ଯନ୍ତ୍ରଣା ଜର୍ଜରିତ ଭକତେ। ସିଂହଦ୍ୱାର ମୋକ୍ଷର ଦ୍ୱାର। ବାକି ପଶ୍ଚିମ, ଉତ୍ତର, ଦକ୍ଷିଣଦ୍ୱାର ବି ତ ଧର୍ମ, କାମ, ଅର୍ଥର ଦରଜା। ଠାକୁରରାଜା ଗଜପତି, ନେପାଳ ନରେଶ ସବୁବେଳେ ଦକ୍ଷିଣଦ୍ୱାର ଦେଇ ଦେଉଳରେ ପ୍ରବେଶ କରନ୍ତି, ଯାହା ଅର୍ଥର ସିନ୍ଦୁକ ଖୋଲେ ଏବଂ ଅର୍ଥ ରାଜ୍ୟ ଶାସନର ମହତ୍ତ୍ୱପୂର୍ଣ୍ଣ ଆଧାର। ଏପଟେ ପରିକ୍ରମା ପ୍ରକଳ୍ପ ଆରମ୍ଭ ନ ହେଉଣୁ, ସେପଟେ ପଶ୍ଚିମ, ଉତ୍ତର, ଦକ୍ଷିଣଦ୍ୱାର ଦେଇ ୨୪…୭ ପ୍ରବେଶ ନିଷେଧ ଭକ୍ତମାନଙ୍କ ପାଇଁ। ପହଡ଼ ପରେ ଦ୍ୱାର ଅଧା ଖୋଲା ରହିବା ରୀତି। କ୍ଷମତାର କ୍ଷତ୍ରୀମାନେ ପହଡ଼ ନ ହେଉଣୁ ଦ୍ୱାର ସବୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆରମ୍ଭ କଲେ। ପ୍ରତିହାରୀ ସେବକ ନିରୁପାୟ। ଲୋକଙ୍କୁ ବୁଝାଇବା ପାଇଁ ପ୍ରଚାରତନ୍ତ୍ର ଲାଗିଲା- ଭିଡ଼ରୁ ବଞ୍ଚାଇବା ପାଇଁ ଏ ବ୍ୟବସ୍ଥା। ପରିକ୍ରମା କରି ମନଲୋଭା ଚିତ୍ର, ଚରିତ୍ର, ପ୍ରଦର୍ଶନୀ, କାରୁକାର୍ଯ୍ୟ ଉପଭୋଗ କରିବା ପାଇଁ ଏ ବ୍ୟବସ୍ଥା।
ଭକ୍ତ ପୁରୀ ପାଦରେ ଚାଲି ଚାଲି ଆସିବାରେ ଅଭ୍ୟସ୍ତ, ଦର୍ଶନ ପରେ ମଠରେ ଗାମୁଛା ପାରି ଥକ୍କା ମେଣ୍ଟାଇବାରେ, ଅମୂଲ୍ୟ ବହିସବୁ ପଢ଼ିବାରେ ଅନିସନ୍ଧିତ୍ସୁମାନେ ଆନନ୍ଦଲାଭ କରନ୍ତି। ହେଲେ ବୁଲ୍‌ଡୋଜର ଶାସନ ଐତିହ୍ୟସମ୍ପନ୍ନ ମଠଗୁଡ଼ିକୁ ମାଟିରେ ମିଶାଇଦେଲା କଳ, ବଳ, କୌଶଳ ପ୍ରୟୋଗ କରି। ଭାଙ୍ଗିଦେଲା ଗରିବ ଲୋକ, ଦୁଃଖୀ ଓ ସେବାୟତର ବାସଯୋଗ୍ୟ ଘର। ବଡ଼ଠାକୁର ସବୁ ସହିବେ, ତାଙ୍କୁ ଗାଳି ଗୁଲଜ କଲେ ମଧ୍ୟ କିଛି କହିବେ ନାହିଁ। ହେଲେ ଭକ୍ତକୁ ଦୁଃଖ ଦେଲେ, କଷ୍ଟଦେଲେ ସହିପାରିବେ ନାହିଁ। କ୍ଷମତା, ଯଶ, ଧନର ପାହାଡ଼ ଉପରେ ଦଣ୍ଡାୟମାନ ହୋଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଥିଲା, ତା’ ପ୍ରିୟ ରାଜନୀତିର ଖେଳରେ ସେ ଆଜି ଭାଙ୍ଗି ଚୂର୍‌ମାର। ୨୦୨୪ ନିର୍ବାଚନ ଏହାର ମୂକସାକ୍ଷୀ।
”କୌଣସି ଲୋକ ଠାକୁରଙ୍କ ସମ୍ପତ୍ତି ହଡ଼ପ କରି ଠାକୁରଙ୍କ କୋପଦୃଷ୍ଟିରୁ ରକ୍ଷା ପାଇପାରିବ ନାହିଁ। “ (ନ୍ୟାୟମୂର୍ତ୍ତି ଶ୍ରୀଗୋପାଳବଲ୍ଲଭ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ମନେଅଛି ଯେତିକି’ର ପୃଷ୍ଠା ୧୫) ବଡଠାକୁର ତ ସବୁ ସମ୍ପତ୍ତିର ମାଲିକ ହୋଇ ସେ ସବୁରୁ ନିର୍ଲିପ୍ତ, ହେଲେ ଭିତର ରତ୍ନଭଣ୍ଡାର ଯେଉଁଠି ୯୦ ପ୍ରତିଶତ ପାଖାପାଖି ଗହଣାଗାଣ୍ଠି ରହିଛି ବୋଲି ପୁରୀର ସେବାୟତମାନେ କହନ୍ତି, ତା’ ଚାବି କୁଆଡ଼େ ହଜିଲା, ଆଜିଯାଏ କେହି କହିପାରୁ ନାହାନ୍ତି। ଏ କଥା ଭକତେ ସହିବେ କେମିତି? ମୋଦି ସରକାର ଆସିଲେ ରତ୍ନଭଣ୍ଡାର ଖୋଲାଯିବାର ସମସ୍ତ ସମ୍ଭବ ପ୍ରଚେଷ୍ଟା କରାଯିବ କହିଦେଲା ମାତ୍ରେ ବିଜୁଳି ବେଗରେ ଚରିଗଲା ଏ ଖବର ବାଲେଶ୍ୱରରୁ ବଲାଙ୍ଗୀର, ବରଗଡ଼ରୁ ବ୍ରହ୍ମପୁର ପର୍ଯ୍ୟନ୍ତ। ହୋ ଭଗତେ, ଦେଖିପାରିଲେ ନାହିଁ କେହି, ତମେ ରଚିଗଲ ଅଲିଭା ଇତିହାସ।
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri