ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ପୁରୀ ଅଫିସ, ୧୮।୩: ଆଜି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବିଶାସ ରହିଛି। ତେବେ ରାଜରାଜେଶ୍ୱର ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଜମିଛି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍‌ ଥିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି ଭକ୍ତ। ଏହାରି ଭିତରେ ଭକ୍ତ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଯାଇଥିବା ସୂଚନା ମିଳିଛି।