ସୁନାବେଶ ଦେଖିବେନି ଶ୍ରଦ୍ଧାଳୁ

ବଅଁରପାଳ,୪ା୧୦(ଡି.ଏନ.ଏ.)  ପୂଜା ଆସିବାର ଯଥେଷ୍ଟ ପୂର୍ବରୁ ତଳମୂଳରେ ଆରମ୍ଭ ହୋଇଥାଏ ପ୍ରସ୍ତୁତି। କାରଣ ୧୬ ଦିନରେ ମା’ ଏଠାରେ ୧୬ଟି ବେଶରେ ପୂଜା ପାଇଥାନ୍ତି। ଏହି ସ୍ବତନ୍ତ୍ର ପୂଜା ହିଁ ଏଠାକାର ମୁଖ୍ୟ ବିଶେଷତ୍ତ୍ୱ। ଏଥିସହ ଷଷ୍ଠୀରୁ ଦଶହରା ଯାଏ ଗଁାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲେ। ପାଇକ ଖେଳ ମୁଖ୍ୟ ଆକର୍ଷଣ ସାଜେ। ମିନାବଜାର ସହ ଗଁାରେ ଭଳିକି ଭଳି ଦୋକାନ ଲାଗେ। ଆଖପାଖ ଅଞ୍ଚଳରୁ ଦୈନିକ ସହସ୍ରାଧିକ ଶ୍ରଦ୍ଧାଳୁ ମା’ ଦୁର୍ଗାମାଧବଙ୍କ ମନ୍ଦିରକୁ ଆସି ଦର୍ଶନ କରିଥାନ୍ତି। ହେଲେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ପୂଜା ମହୋତ୍ସବ ବେଳେ ଗଁା ଖଁା ଖଁା ଲାଗିବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜନସମାବେଶକୁ ଅନୁମତି ଦେଇନାହାନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ତ ଦୂରର କଥା ମନ୍ଦିରରେ ହେଉଥିବା ମା’ଙ୍କ ସୁନାବେଶ ମଧ୍ୟ ଦେଖିବାକୁ ପାଇବେନି ଶ୍ରଦ୍ଧାଳୁ। ଏଥିପାଇଁ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳରେ ଏକପ୍ରକାର ଉଦାସର ବାତବାରଣ ସୃଷ୍ଟି ହୋଇଛି।
କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ଅନୁଗୋଳ ଜିଲାରୁ ବାହାରୁଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖିବାକୁ ମିଳୁଛି। ହାଟ, ବଜାରରେ ହେଉଥିବା ଗହଳି ଉପରେ ଆଉ ସେପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଆସନ୍ତା ପୂଜାକୁ ନେଇ ତଳମୂଳବାସୀ ଆଶା ବାନ୍ଧିଥିଲେ। ମାତ୍ର ପାର୍ବଣ କଟକଣା ଜାରି ହେବା ପରେ ସବୁ ଉତ୍ସାହ ଯେପରି ନିରାଶାରେ ପରିଣତ ହୋଇଛି। ପୂର୍ବବର୍ଷ ଭଳି ତଳମୂଳ ଦୁର୍ଗାମାଧବଙ୍କ ମନ୍ଦିରରେ ମା’ଙ୍କ ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲେ ମଧ୍ୟ କାହା ମନରେ ଖୁସି ନାହିଁ। ୧୬ ଦିନ ଧରି ମା’ ଏଠାରେ ୧୬ଟି ବେଶରେ ପୂଜା ପାଉଥିଲେ ମଧ୍ୟ ଷଷ୍ଠୀରୁ ଦଶମୀ ଯାଏ ଭକ୍ତଙ୍କ ଗହଳିରେ ମନ୍ଦିର ପରିସର ପୂରିଉଠେ। ବିଭିନ୍ନ ବାଦ୍ୟ, ହୁଳହୁଳି ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠେ। ବର୍ଷର କେବଳ ଏହି ପୂଜାବେଳେ ଭକ୍ତମାନେ ମା’ କନକଦୁର୍ଗାଙ୍କ ଦର୍ଶନ ଏଠାରେ ପାଇଥାନ୍ତି। ସେଥିପାଇଁ ନବମୀ ଦିନ ରାତିରେ ହିଁ ଗ୍ରାମର ଭୋଳେଶ୍ୱର ମନ୍ଦିରରୁ ବାଦ୍ୟ ବାଜଣାରେ ମା’ କନକ ଦୁର୍ଗାଙ୍କୁ ଦୁର୍ଗା ମନ୍ଦିରକୁ ପାଛୋଟି ଅଣାଯାଏ। ଏହାପରେ ଦୁର୍ଗା ଓ କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇ ଉଭୟ ଦେବୀଙ୍କୁ ଦଶହରା ପଡିଆ ପର୍ଯ୍ୟନ୍ତ ନିଆଯାଇ ମେଳଣ କରାଯାଇଥାଏ। ପ୍ରାୟ ୫୦ ଦଳ ପାଇକ ନିଜ ରଣ କୌଶଳ ପ୍ରଦର୍ଶନ କରିଥାନ୍ତି। ଶତାଧିକ ଉଠାଦୋକାନ ଓ ରଙ୍ଗିନ ଆଲୋକମାଳା ଯୋଗୁ ଗଁାର ପରିବେଶ ଉତ୍ସବମୁଖର ହୋଇଉଠେ। ମାତ୍ର ରାଜ୍ୟ ସରକାରଙ୍କ ପାର୍ବଣ ଗାଇଡ୍‌ଲାଇନ ଏଥିରେ ବାଧକ ସାଜିଛି। ମା’ଙ୍କ ସ୍ବତନ୍ତ୍ର ପୂଜା କେବଳ ପରମ୍ପରାରେ ସୀମିତ ରହିବ ବୋଲି ଗ୍ରାମବାସୀ କହିଛନ୍ତି। ପାଇକ ଖେଳ ହେଉ କି ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୂର୍ବବର୍ଷ ଭଳି ବାତିଲ କରାଯାଇଛି। ମନ୍ଦିରରେ ମା’ଙ୍କ ଦର୍ଶନ ଓ ସୁନାବେଶ ଦେଖିବାକୁ ଯେପରି ଭକ୍ତମାନେ ନ ଯିବେ ସେଥିପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ ପୂଜା ପାଳନ କରାଯିବ। ପ୍ରତ୍ୟେକ ଦିନ ପ୍ରସାଦ ସେବନ ସହ ରାତ୍ରିରେ ମା’ଙ୍କ ଠାରେ ଆମିଷ ଭୋଗ ଲାଗି ହେବ ବୋଲି ପୂଜକ ଅକ୍ଷୟ ମହାପାତ୍ର, ବସନ୍ତ ମହାପାତ୍ର ଓ ଅଶୋକ ମହାପାତ୍ର ପ୍ରମୁଖ ସୂଚନା ଦେଇଛନ୍ତି।

କେବଳ ପରମ୍ପରା ରକ୍ଷା
ତଳମୂଳ ଦୁର୍ଗା ମନ୍ଦିର ଅନୁଗୋଳ ଜିଲାରେ ବେଶ୍‌ ଜଣାଶୁଣା। ସବୁବର୍ଷ ଦୁର୍ଗାପୂଜାରେ ଏଠାରେ ଧୁମ୍‌ଧାମ୍‌ରେ ପୂଜା ପାଳିତ ହୋଇଥାଏ। ମାତ୍ର କରୋନା କାରଣରୁ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ କଡ଼ା କଟକଣା ଲଗାଯାଇଛି। ସେଥିପାଇଁ କେବଳ ପରମ୍ପରା ରକ୍ଷା ପୂର୍ବକ ପୂଜା କରାଯିବ।
-ସୁଜନ ସାହୁ, ତଳମୂଳବାସୀ
ହେବନି ପାଇକ ଖେଳ
ଏହି ମନ୍ଦିରର ସ୍ବତନ୍ତ୍ରତା ରହିଛି। ଦଶହରା ଉତ୍ସବକୁ ଗ୍ରାମବାସୀ ଆଡ଼ମ୍ବରରେ ପାଳନ କରନ୍ତି। ଦଶହରା ପଡିଆରେ ବହୁ ପାଇକ ଯୋଗଦେଇ ସେମାନଙ୍କ ରଣ କୌଶଳ ପ୍ରଦର୍ଶନ କରନ୍ତି। ସହସ୍ରାଧିକ ଲୋକ ଏଠାରେ ସମବେତ ହୁଅନ୍ତି। ମାତ୍ର ଚଳିତବର୍ଷ ଏହା ଦେଖିବାକୁ ମିଳିବ ନାହିଁ।
-ଯୁଧିଷ୍ଠିର ବେହେରା, ତଳମୂଳ
୧୬ ବେଶରେ ଦର୍ଶନ ଦିଅନ୍ତି
ତଳମୂଳରେ ଦୁର୍ଗାପୂଜା ପାଇଁ ସମଗ୍ର ଗ୍ରାମ ଚଳଚଞ୍ଚଳ ହୋଇଉଠେ। ଦଶହରା ପର୍ଯ୍ୟନ୍ତ ମା’ ୧୬ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବିଶେଷ ପୂଜା ଦେଖିବାକୁ ଆଖପାଖ ଅଞ୍ଚଳରୁ ଲୋକେ ମନ୍ଦିରକୁ ଆସିଥାନ୍ତି। ଗଁାରେ ମେଳା ପରି ପରିବେଶ ସୃଷ୍ଟି ହୁଏ।
-ସଂଗ୍ରାମ ମିଶ୍ର
ସଭାପତି, ହୁଲୁରୁସିଂହା ଦୁର୍ଗାପୂଜା କମିଟି
ମାନସିକଧାରୀଙ୍କ ଗହଳି ଜମେ
ଦୁର୍ଗାପୂଜା ପାଇଁ ତଳମୂଳ ଦୁର୍ଗାମାଧବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗେ। ବିଶେଷକରି ବହୁ ସଂଖ୍ୟାରେ ମାନସିକଧାରୀ ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। କିଏ ମାନସିକ ପୂରଣ ପୂଜା କରିଥାନ୍ତି ତ ଆଉ କିଏ ମାନସିକ କରି ମା’ଙ୍କ ଭୋଗ ପାଇ ଘରକୁ ଫେରିଥାନ୍ତି।
-ମିନାକ୍ଷୀ ଜେନା, କୁଲାଡ଼


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri