ମନ୍ଦିର ବନ୍ଦ ମନ ଭାଙ୍ଗିଲା

ଢେଙ୍କାନାଳ ଅଫିସ, ୨।୧୧:  ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। କାର୍ତ୍ତିକ ସୋମବାରରେ ଶିବଦର୍ଶନ କଲେ ମହାଦେବଙ୍କ ଅପାର କରୁଣା ମିଳେ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି। ହେଲେ ଚଳିତବର୍ଷ କରୋନା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଛି। ସଂକ୍ରମଣ ଭୟରେ ମଠ, ମନ୍ଦିରରେ ସାଧାରଣଙ୍କ ଦର୍ଶନ ଉପରେ କଟକଣା ଲାଗିଥିବାବେଳେ ପୀଠରେ କାର୍ତ୍ତିକ ବ୍ରତ ପାଳନ କରିବାରୁ ବଞ୍ଚତ୍ତ ହୋଇଛନ୍ତି ଶ୍ରଦ୍ଧାଳୁ। କାର୍ତ୍ତିକ ମାସରେ ଶିବ ଦର୍ଶନ କରି ନ ପାରିବା ମାନସିକଧାରୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବାବେଳେ ଭାଙ୍ଗିଯାଇଛି ବ୍ରତଧାରୀଙ୍କ ମନ।
ଢେଙ୍କାନାଳର ମନ୍ଦିର ପର୍ଯ୍ୟଟନରେ କପିଳାସ ଶୈବପୀଠର ସ୍ଥାନ ସ୍ବତନ୍ତ୍ର। ବର୍ଷତମାମ ଏଠାକୁ ଭକ୍ତଙ୍କ ସମାଗମ ହେଉଥିଲେ ମଧ୍ୟ ଶ୍ରାବଣ କାଉଡ଼ିଯାତ୍ରା ଏବଂ କାର୍ତ୍ତିକରେ ଅସମ୍ଭାଳ ଭିଡ଼ ହୋଇଥାଏ। ବିଶେଷ କରି କାର୍ତ୍ତିକ ସୋମବାରରେ ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ମାନସିକଧାରୀମାନେ ଏଠାକୁ ଆସି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ କରିଥାନ୍ତି। ପୁରୀ ଯିବାକୁ ସାମର୍ଥ୍ୟ ନ ଥିବା ହବିଷିଆଳିମାନେ ଶୈବପୀଠ ସମେତ ଆଖପାଖ ମନ୍ଦିରରେ ବ୍ରତ ପାଳନ କରିଥାନ୍ତି। ହେଲେ ଚଳିତବର୍ଷ କରୋନା ସଂକ୍ରମଣ ଭୟରୁ ୭ମାସ ହେଲା ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣଙ୍କ ଲାଗି ମନ୍ଦିର ଦର୍ଶନ ବନ୍ଦ ରହିଛି। ଏପରି କି ପ୍ରସାଦ ମଧ୍ୟ ବାହାରି ପାରୁନାହିଁ। ତେଣୁ ବ୍ରତଧାରୀମାନେ କିଭଳି ଠାକୁର ଦର୍ଶନ କରିବେ ଏବଂ ପ୍ରସାଦ ପାଇବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କେବଳ କପିଳାସ ନୁହେଁ, ଜିଲାର ସମସ୍ତ ଶୈବପୀଠ ସମେତ ପ୍ରସିଦ୍ଧ ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିରରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ନଭେମ୍ବରରୁ ମନ୍ଦିର ଖୋଲିବା ନେଇ ସରକାର ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ହେଲେ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସରକାରୀ କଟକଣା ବଳବତ୍ତର ରହିବ ବୋଲି ମନ୍ଦିର ପରିଚାଳନା କମିଟିଗୁଡ଼ିକ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ କଟକଣା ଜଗିବାକୁ ପୀଠରେ ପୋଲିସ ମୁତୟନ କରାଯାଇଛି।

ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗିଛି
କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଥିବା ଆଧ୍ୟାତ୍ମିକ ଭାବାବେଗକୁ କରୋନା ପାଇଁ ଆଘାତ ଲାଗିଛି। ଦେବଦେବୀ ପୀଠ ବନ୍ଦ ଥିବାରୁ ପ୍ରଥମ ସୋମବାର ଶ୍ରଦ୍ଧାଳୁମାନେ ଦିଅଁ ଦର୍ଶନରୁ ବଞ୍ଚତ୍ତ ହେବେ। ସୁସ୍ଥ ଜୀବନ ପାଇଁ ସମସ୍ତେ କଟକଣାକୁ ପାଳନ କରିବା ଜରୁରୀ।
-ଅବନୀ ମିଶ୍ର, ପ୍ରବାଚକ
ହବିଷିଆଳି, ବ୍ରତଧାରୀଙ୍କ

ସମସ୍ୟା ବଢ଼ିଛି
କାର୍ତ୍ତିକରେ ଶିବାଳୟ ବନ୍ଦ ରହିବା ଭକ୍ତଙ୍କୁ ନିରାଶ କରିଛି। ଧର୍ମମାସରେ ମନ୍ଦିରକୁ ଯାଇ ଶିବ ଉପାସନା କରିବା ପରମ୍ପରା ରହିଛି। କିନ୍ତୁ କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ରହିଛି। ଏହାକୁ ନେଇ ହବିଷିଆଳି, ବ୍ରତଧାରୀ
ସମସ୍ୟାରେ ପଡ଼ିଛନ୍ତି।
-ଦୀପାଞ୍ଜଳି ବେହେରା, ଗୃହିଣୀ


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri