ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ

ଆଠଗଡ,୨।୧୧(ଡି.ଏନ.ଏ): ଏଥର ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶକ କରିବେ ଭକ୍ତ। ଝୁଲାପୋଲ ନିକଟରେ ଏକ ବଡ ଏଲ୍‌ଇଡି ଟିଭି ଲଗାଯିବ। ଏହି ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଭକ୍ତ ଦର୍ଶନ କରିବେ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ ଗଜଭୋଗ ବି ଶ୍ରଦ୍ଧାଳୁ ପାଇପାରିବେ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି। ଝୁଲାପୋଲ ଅସୁରକ୍ଷିତ ଥିବା ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଲାଗୁ ହୋଇଛି। ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।