ଭାଙ୍ଗିବା ଗଢ଼ିବାରେ ଚାଲିଛି ଡିଏଚ୍‌ଏଚ୍‌ର ବିକାଶ

ନୟାଗଡ଼,୮।୯(ଲୋକନାଥ ମିଶ୍ର): କିଛି ବର୍ଷର କାମକୁ ଅନୁଧ୍ୟାନ କଲେ ଭାଙ୍ଗିବା ଗଢ଼ିବାରେ ଚାଲିଛି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ର ବିକାଶ। ନୂଆ କୋଠା ନିର୍ମାଣ ହେଉଛି, କିଛି ଦିନ ପରେ ତାକୁ ଭାଙ୍ଗି ପୁଣି ନୂଆ କୋଠା କରାଯାଉଛି ।
ପ୍ରତିବାଦର ସ୍ବର ଖୁବ୍‌ କମ। ପ୍ରତିବାଦ ଉଠିଲେ ତାକୁ ବି ଚାପି ଦିଆଯାଉଛି । ଏପରି କି ପୁରୁଣା କାନ୍ଥରେ ରଙ୍ଗ ବୋଳି ଲକ୍ଷାଧିକ ଟଙ୍କା ଆମସାତ୍‌ କରାଯାଉଥିବା ପରି ଅଭିଯୋଗ ରହିଛି । ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟର ନବୀକରଣରେ ୨୯ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ନବୀକରଣ କାର୍ଯ୍ୟକୁ ଅନୁଧ୍ୟାନ କଲେ ଦୁର୍ନୀତି ସ୍ପଷ୍ଟ ଜଣାପଡୁଛି। ଅନ୍ୟପକ୍ଷେ ମୋ ସରକାର ତରଫରୁ ୧୦୦ ବେଡ୍‌ ସହ ନିର୍ମାଣ ୫ ମହଲା କୋଠା ଓ ରୋଗୀଙ୍କ ସମ୍ପର୍କୀୟ ରହିବା ପାଇଁ ୨ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ବିଲ୍ଡିଂ ନିର୍ମାଣ ସହ ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ ହୋଇଛି । ହେଲେ ୧୦୦ ବେଡ୍‌ର ୫ ମହଲା କୋଠା ଉଦ୍‌ଘାଟନ ହୋଇ ପାରୁନି । ଜିଲା ମୁଖ୍ୟ ଚିକିସତ୍ାଳୟର ଶିଶୁ, ସର୍ଜରୀ, ମେଡିସିନ ପରି ୱାର୍ଡରେ ବେଡ୍‌ ନ ଥିବାରୁ ରୋଗୀ କିଛି ଦିନ ହେଲା ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ୫ ମହଲା କୋଠା ଉଦ୍‌ଘାଟନ ହେଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ସୁଫଳ ପାଇ ପାରନ୍ତେ। ନିକଟରେ ୫-ଟି ସଚିବ ନୟାଗଡ ଗସ୍ତରେ ଆସି ୫ ମହଲା କୋଠା କାର୍ଯ୍ୟକୁ ସମୀକ୍ଷା କରିଥିଲେ ।
ଅନୁୂମାନ କରାଯାଉଥିଲା ନିକଟରେ ଏହାକୁ ମୁଖ୍ୟମନ୍ତ୍ରୀ ଲୋକର୍ପଣ କରିବେ। ତେବେ ଲୋକର୍ପଣ ପର୍ବ ଘୁଞ୍ଚିବାରେ ଲାଗିଛି । ଲୋକର୍ପଣ ଯେତେ ଘୁଞ୍ଚୁଛି ରୋଗୀ ବେଡ୍‌ ନ ପାଇ ହଇରାଣ ହେଉଛନ୍ତି। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଭଙ୍ଗା ଯାଇଛି। ୫-ଟି ଅନୁଦାନରେ ନୂଆ ଫାଟକ ନିର୍ମାଣ ହେବ। ପୁଣି ସର୍ଜରୀ ୱାର୍ଡ ଆଉ କିଛି ଦିନ ଭିତରେ ଭାଙ୍ଗିବ। ଏଠାରେ ପାର୍କିଂ ଜୋନ କରାଯାଇ ଯାନବାହାନ ରଖାଯିବ।
ଅଟୋ ଷ୍ଟାଣ୍ଡ ହଟାଇ ପାରିଲେନି
ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥକୁ ଲାଗି ଅଟୋଷ୍ଟାଣ୍ଡ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଏହାକୁ ହଟାଯାଉନି। କିଛି ଅଟୋରିକ୍ସା ରାସ୍ତା ଉପରକୁ ମଡାଇ ରଖୁଛନ୍ତି।
ଜାତୀୟ ରାଜପଥ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଟୋ ଷ୍ଟାଣ୍ଡ ହୋଇଥିବାରୁ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇ ପଡୁଛି। କିଛି ମାସ ହେଲା ଏପରି ଅବ୍ୟବସ୍ଥା ଦେଖା ଦେଇଥିଲେ ମଧ୍ୟ ଏହାର ନିରାକରଣ ନାହିଁ।
ଅନ୍ୟପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଗୁରୁବାର ଭଙ୍ଗା ଚାଲିଛି। ଭଙ୍ଗା ଯିବା ସ୍ଥାନରେ ବିପଦ ଲେଖା ହୋଇ ଅଟୋ ଷ୍ଟାଣ୍ଡ ହଟାଇବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଅଟୋ ଷ୍ଟାଣ୍ଡ ହଟୁନି । ଅନ୍ୟପକ୍ଷେ ମୁଖ୍ୟ ଫାଟକ ଭଙ୍ଗାଯିବା ଦ୍ୱାରା ସମ୍ମୁଖ ଫାଟକ ଯିବା ଆସିବା ବନ୍ଦ ରହିଛି।
ପଛ ପାଖରେ ଯାତାୟତ କରାଯାଉଛି।
କିନ୍ତୁ ମୁଖ୍ୟ ଫାଟକଠାରୁ ଅନତି ଦୂରରେ ଏକ ଛୋଟିଆ ଗେଟ ଥିବାରୁ କେତେଜଣ ରୋଗୀ ଓ ତାଙ୍କ ସମ୍ପର୍କୀୟ ସେପଟେ ଯିବା ଆସିବା କରୁଛନ୍ତି । ହେଲେ ଛୋଟିଆ ଫାଟକ ସମ୍ମୁଖରେ ଅଟୋ ଷ୍ଟାଣ୍ଡ ରହିଥିବାରୁ ରୋଗୀ ଓ ରେଗୀଙ୍କ ସମ୍ପର୍କୀୟ ଯିବା ଆସିବାରେ ହଇରାଣ ହେଉଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ସୁଧାଂଶୁ ଶେଖର ଷଡ଼ଙ୍ଗୀ କୁହନ୍ତି, ମୁଖ୍ୟ ଫାଟକ ଭଙ୍ଗା ଯାଉଥିବାରୁ ଅଟୋ ଷ୍ଟାଣ୍ଡ ହଟାଇବାକୁ କୁହାଯାଇଥିଲା। ହେଲେ କେହି ଶୁଣୁ ନ ଥିବାରୁ ପୋଲିସକୁ ଅବଗତ କରାଯାଇଛି । ମୁଖ୍ୟଫାଟକ ଭଲ ଥିବାବେଳେ ଭାଙ୍ଗିବା ନେଇ କହିଥିଲେ ୫-ଟି ଢ଼ାଞ୍ଚାରେ ରାଜ୍ୟର ୧୪୭ଟି ଚିକିତ୍ସାଳୟର ସମ୍ମୁଖ ଫାଟକ ନିର୍ମାଣ ହେବ। ଏଣୁ ଫାଟକକୁ ଭାଙ୍ଗିବାକୁ ପଡିଛି। ଅନ୍ୟପକ୍ଷେ ପାର୍କିଂ ପାଇଁ ସର୍ଜରୀ ୱାର୍ଡ ଭାଙ୍ଗିବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri