ଭାଙ୍ଗିବା ଗଢ଼ିବାରେ ଚାଲିଛି ଡିଏଚ୍‌ଏଚ୍‌ର ବିକାଶ

ନୟାଗଡ଼,୮।୯(ଲୋକନାଥ ମିଶ୍ର): କିଛି ବର୍ଷର କାମକୁ ଅନୁଧ୍ୟାନ କଲେ ଭାଙ୍ଗିବା ଗଢ଼ିବାରେ ଚାଲିଛି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ର ବିକାଶ। ନୂଆ କୋଠା ନିର୍ମାଣ ହେଉଛି, କିଛି ଦିନ ପରେ ତାକୁ ଭାଙ୍ଗି ପୁଣି ନୂଆ କୋଠା କରାଯାଉଛି ।
ପ୍ରତିବାଦର ସ୍ବର ଖୁବ୍‌ କମ। ପ୍ରତିବାଦ ଉଠିଲେ ତାକୁ ବି ଚାପି ଦିଆଯାଉଛି । ଏପରି କି ପୁରୁଣା କାନ୍ଥରେ ରଙ୍ଗ ବୋଳି ଲକ୍ଷାଧିକ ଟଙ୍କା ଆମସାତ୍‌ କରାଯାଉଥିବା ପରି ଅଭିଯୋଗ ରହିଛି । ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟର ନବୀକରଣରେ ୨୯ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ନବୀକରଣ କାର୍ଯ୍ୟକୁ ଅନୁଧ୍ୟାନ କଲେ ଦୁର୍ନୀତି ସ୍ପଷ୍ଟ ଜଣାପଡୁଛି। ଅନ୍ୟପକ୍ଷେ ମୋ ସରକାର ତରଫରୁ ୧୦୦ ବେଡ୍‌ ସହ ନିର୍ମାଣ ୫ ମହଲା କୋଠା ଓ ରୋଗୀଙ୍କ ସମ୍ପର୍କୀୟ ରହିବା ପାଇଁ ୨ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ବିଲ୍ଡିଂ ନିର୍ମାଣ ସହ ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ ହୋଇଛି । ହେଲେ ୧୦୦ ବେଡ୍‌ର ୫ ମହଲା କୋଠା ଉଦ୍‌ଘାଟନ ହୋଇ ପାରୁନି । ଜିଲା ମୁଖ୍ୟ ଚିକିସତ୍ାଳୟର ଶିଶୁ, ସର୍ଜରୀ, ମେଡିସିନ ପରି ୱାର୍ଡରେ ବେଡ୍‌ ନ ଥିବାରୁ ରୋଗୀ କିଛି ଦିନ ହେଲା ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ୫ ମହଲା କୋଠା ଉଦ୍‌ଘାଟନ ହେଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ସୁଫଳ ପାଇ ପାରନ୍ତେ। ନିକଟରେ ୫-ଟି ସଚିବ ନୟାଗଡ ଗସ୍ତରେ ଆସି ୫ ମହଲା କୋଠା କାର୍ଯ୍ୟକୁ ସମୀକ୍ଷା କରିଥିଲେ ।
ଅନୁୂମାନ କରାଯାଉଥିଲା ନିକଟରେ ଏହାକୁ ମୁଖ୍ୟମନ୍ତ୍ରୀ ଲୋକର୍ପଣ କରିବେ। ତେବେ ଲୋକର୍ପଣ ପର୍ବ ଘୁଞ୍ଚିବାରେ ଲାଗିଛି । ଲୋକର୍ପଣ ଯେତେ ଘୁଞ୍ଚୁଛି ରୋଗୀ ବେଡ୍‌ ନ ପାଇ ହଇରାଣ ହେଉଛନ୍ତି। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଭଙ୍ଗା ଯାଇଛି। ୫-ଟି ଅନୁଦାନରେ ନୂଆ ଫାଟକ ନିର୍ମାଣ ହେବ। ପୁଣି ସର୍ଜରୀ ୱାର୍ଡ ଆଉ କିଛି ଦିନ ଭିତରେ ଭାଙ୍ଗିବ। ଏଠାରେ ପାର୍କିଂ ଜୋନ କରାଯାଇ ଯାନବାହାନ ରଖାଯିବ।
ଅଟୋ ଷ୍ଟାଣ୍ଡ ହଟାଇ ପାରିଲେନି
ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥକୁ ଲାଗି ଅଟୋଷ୍ଟାଣ୍ଡ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଏହାକୁ ହଟାଯାଉନି। କିଛି ଅଟୋରିକ୍ସା ରାସ୍ତା ଉପରକୁ ମଡାଇ ରଖୁଛନ୍ତି।
ଜାତୀୟ ରାଜପଥ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଟୋ ଷ୍ଟାଣ୍ଡ ହୋଇଥିବାରୁ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇ ପଡୁଛି। କିଛି ମାସ ହେଲା ଏପରି ଅବ୍ୟବସ୍ଥା ଦେଖା ଦେଇଥିଲେ ମଧ୍ୟ ଏହାର ନିରାକରଣ ନାହିଁ।
ଅନ୍ୟପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଗୁରୁବାର ଭଙ୍ଗା ଚାଲିଛି। ଭଙ୍ଗା ଯିବା ସ୍ଥାନରେ ବିପଦ ଲେଖା ହୋଇ ଅଟୋ ଷ୍ଟାଣ୍ଡ ହଟାଇବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଅଟୋ ଷ୍ଟାଣ୍ଡ ହଟୁନି । ଅନ୍ୟପକ୍ଷେ ମୁଖ୍ୟ ଫାଟକ ଭଙ୍ଗାଯିବା ଦ୍ୱାରା ସମ୍ମୁଖ ଫାଟକ ଯିବା ଆସିବା ବନ୍ଦ ରହିଛି।
ପଛ ପାଖରେ ଯାତାୟତ କରାଯାଉଛି।
କିନ୍ତୁ ମୁଖ୍ୟ ଫାଟକଠାରୁ ଅନତି ଦୂରରେ ଏକ ଛୋଟିଆ ଗେଟ ଥିବାରୁ କେତେଜଣ ରୋଗୀ ଓ ତାଙ୍କ ସମ୍ପର୍କୀୟ ସେପଟେ ଯିବା ଆସିବା କରୁଛନ୍ତି । ହେଲେ ଛୋଟିଆ ଫାଟକ ସମ୍ମୁଖରେ ଅଟୋ ଷ୍ଟାଣ୍ଡ ରହିଥିବାରୁ ରୋଗୀ ଓ ରେଗୀଙ୍କ ସମ୍ପର୍କୀୟ ଯିବା ଆସିବାରେ ହଇରାଣ ହେଉଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ସୁଧାଂଶୁ ଶେଖର ଷଡ଼ଙ୍ଗୀ କୁହନ୍ତି, ମୁଖ୍ୟ ଫାଟକ ଭଙ୍ଗା ଯାଉଥିବାରୁ ଅଟୋ ଷ୍ଟାଣ୍ଡ ହଟାଇବାକୁ କୁହାଯାଇଥିଲା। ହେଲେ କେହି ଶୁଣୁ ନ ଥିବାରୁ ପୋଲିସକୁ ଅବଗତ କରାଯାଇଛି । ମୁଖ୍ୟଫାଟକ ଭଲ ଥିବାବେଳେ ଭାଙ୍ଗିବା ନେଇ କହିଥିଲେ ୫-ଟି ଢ଼ାଞ୍ଚାରେ ରାଜ୍ୟର ୧୪୭ଟି ଚିକିତ୍ସାଳୟର ସମ୍ମୁଖ ଫାଟକ ନିର୍ମାଣ ହେବ। ଏଣୁ ଫାଟକକୁ ଭାଙ୍ଗିବାକୁ ପଡିଛି। ଅନ୍ୟପକ୍ଷେ ପାର୍କିଂ ପାଇଁ ସର୍ଜରୀ ୱାର୍ଡ ଭାଙ୍ଗିବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri