ବଜ୍ରପାତ ସୂଚନା ଦେବାକୁ ‘ଦାମିନୀ’ ଆପ୍‌ର ବିକାଶ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲାରେ ବଜ୍ରପାତ ୫ ଜଣଙ୍କ ଜୀବନ ନେଇଥିବା ବେଳେ ଶନିବାର ଉଦଳାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ବଜ୍ରପାତ ସୂଚନା ଦେବାକୁ ‘ଦାମିନୀ’ ଆପ୍‌ର ବିକାଶ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ, ଓସ୍‌ଡମା ଓ କର୍ପସ ନାମକ ସଂସ୍ଥା ସହାୟତାରେ ଏହା ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଦେଶରେ ଏକ ନମ୍ବର। ୨୦୨୧ରେ ବଜ୍ରପାତରେ ଦେଶରେ ୭୮୭ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଥିମଧ୍ୟରେ ୨୧୩ ଜଣ ଓଡ଼ିଶାର ଥିଲେ। ଯାହା ମୋଟ୍‌ ବଜ୍ରପାତ ମୃତ୍ୟୁର ୨୭ ପ୍ରତିଶତ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୨୦୧୧ରୁ ୨୦୨୦ ମସିହା ମଧ୍ୟରେ ଅର୍ଥାତ୍‌ ଗତ ୯ ବର୍ଷରେ ବଜ୍ରଘାତ ଯୋଗୁ ୩୨୧୮ ଜଣଙ୍କ ମୃତ୍ୟୁ ହୋଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ମତରେ ପ୍ରାକ୍‌ ମୌସୁମୀ ଓ ମୌସୁମୀ ଦୁର୍ବଳ ହେବା ସମୟରେ ହିଁ ବଜ୍ରପାତର ଅଧିକ ଆଶଙ୍କା ଥାଏ। ପୂର୍ବାହ୍ନ ୧୧ରୁ ରାତି ୮ଟା ମଧ୍ୟରେ ସାଧାରଣତଃ ବଜ୍ରପାତ ହୋଇଥାଏ। ମାର୍ଚ୍ଚରୁ ମେ ମାସ ମଧ୍ୟରେ ବଜ୍ରପାତର ତୀବ୍ରତା ଓ ମାତ୍ରା ଅଧିକ ରହିଥାଏ। ତେବେ ଜୁନ୍‌ ଓ ସେପ୍ଟେମ୍ବରରେ ଚାଷୀ ଖୋଲା ବିଲରେ କାମ କରୁଥିବାରୁ ବଜ୍ରପାତର ଶିକାର ହୁଅନ୍ତି। ଭାରତୀୟ ପାଣିପାଗ ବିଭାଗ ୫ଦିନ ଆଗରୁ ବଜ୍ରପାତ ନେଇ ସୂଚନା ଦେଉଛି। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବଜ୍ରପାତ ନେଇ ପାଣିପାଗ ବିଭାଗ ୩ ଘଣ୍ଟା ପୂର୍ବରୁ ସୂଚନା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର

ଭୁବନେଶ୍ୱର,୨।୧୨(ବ୍ୟୁରୋ)-ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ଏ ନେଇ ସବୁ ଜିଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି କରିଛନ୍ତି। ରାଜ୍ୟରେ...

ଆଇକନିକ୍‌ ଡେଷ୍ଟିନେଶନରୁ ଓଡ଼ିଶା ଗାଏବ: ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): କେନ୍ଦ୍ର ସରକାର ସମଗ୍ର ଦେଶରେ ୧୭ଟି ପର୍ଯ୍ୟଟନ ସ୍ଥଳକୁ ଆଇକନିକ୍‌ ଡେଷ୍ଟିନେଶନ ମାନ୍ୟତା ଦେଇଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ...

ନିର୍ବାଚନ କମିଶନଙ୍କୁ ଭେଟିଲେ ଭାଜପା, ବିଜେଡି

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଶାସକ ଦଳର ଗୁଣ୍ଡାଗର୍ଦ୍ଦି ଜରିଆରେ ଭୋଟ ହାତେଇବାର ହୀନ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି ା ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ...

ଆଜି ସରୁଛି କଟନ ଫାବ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ): ବିଭିନ୍ନ ଡିଜାଇନ୍‌ର ଆକର୍ଷଣୀୟ ଶାଢ଼ି, ଚୁଡ଼ି, ସାଲ୍‌ୱାର, ବ୍ୟାଗ୍‌, କୁର୍ତ୍ତି, ଜ୍ୟାକେଟ, ଜୋତା, ଅଳଙ୍କାର, ଘରୋପକରଣର ସମ୍ଭାରରେ ଭରପୂର ହୋଇଛି କଟନ ଫାବ୍‌ ପ୍ରଦର୍ଶନୀ।...

ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ...

ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ଶପଥ...

ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଦିଗପହଣ୍ଡି,୨୭ା୮(ଅଶେଷନାଥ ମିଶ୍ର): ୫-ଟି ସଚିବଙ୍କ ଦିଗପହଣ୍ଡି ଗସ୍ତ ପୂର୍ବରୁ ପୁଞ୍ଜିକୟାଁ ଛକରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଧସ୍ତାଧସ୍ତି ହୋଇଥିଲା। ବିଜେଡି କର୍ମୀଙ୍କ ଆକ୍ରମଣରେ...

୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଜଗତ୍‌ସିଂହପୁର ଅଫିସ, ୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଗଁା ଗହଳିରେ ପ୍ରଚାର ଆରମ୍ଭ ହୋଇଗଲାଣି। ପ୍ରାର୍ଥୀମାନେ ଘରକୁ ଘର ବୁଲି...

Advertisement
Archives

Model This Week