ଜିଲାରେ କୃଷିଭିତ୍ତିକ ଶିଳ୍ପର ବିକାଶ ବାଟବଣା

ଭବାନୀପାଟଣା,୨୪ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଗୌଡ଼ସର୍ଗିଗୁଡା ଓ ଭବାନୀପାଟଣା ସରକାରୀ ଆଇଟିଆଇ ନିକଟରେ ଘରୋଇ ଉଦ୍ୟମରେ ୨ଟି ଚିନିକଳ ପ୍ରତିଷ୍ଠା ହୋଇଥିଲା। ଭବାନୀପାଟଣା ଚିନିକଳ ୧୯୭୭ରୁ ବନ୍ଦ ହୋଇଥିବା ବେଳେ ସର୍ଗିଗୁଡା ଚିନିକଳ ୨୪ବର୍ଷ ହେଲା ବନ୍ଦ ହୋଇ ଇତିହାସ ପାଲଟିଲାଣି। ଫଳରେ ଜିଲାରେ କୃଷିଭିତ୍ତିକ ଶିଳ୍ପର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଏବେ ବାଟବଣା ହୋଇଥିବା ଆଲୋଚନା ହେଉଛି।
ପ୍ରକାଶ ଯେ, କଳାହାଣ୍ଡି ଜିଲାର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ୧୯୯୪ରେ ଜୁନାଗଡ଼ ବ୍ଲକ ଗୌଡ଼ସର୍ଗିଗୁଡ଼ାରେ ଜାତୀୟ ରାଜପଥ ୨୬ କଡ଼ରେ କୃଷିଭିତ୍ତିକ ଏକ ଚିନିକଳ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ମହାରାଷ୍ଟ୍ରର ଏକ କମ୍ପାନି ପଶ୍ଚିମ ଓଡ଼ିଶା ସୁଗାର ଓ କେମିକାଲ ଲିମିଟେଡ଼ ଦ୍ବାରା ଏହା ପରିଚାଳିତ ହେଉଥିଲା। ତେବେ ପରିଚଳନାଗତ ତ୍ରୁଟି ଯୋଗୁ କମ୍ପାନୀ ଦେବାଳିଆ ହେବା ସହ ୭ବର୍ଷ ପରେ ଅର୍ଥାତ ୨୦୦୧ରେ ବନ୍ଦ ହୋଇଯାଇଥିଲା। ଏହାଦ୍ବାରା ଶତାଧିକ ଲୋକ ଜୀବିକା ହରାଇବା ସହ ଜିଲାର ଆଖୁଚାଷ ବିଶେଷ ପ୍ରଭାବିତ ହୋଇଥିଲା। କମ୍ପାନୀରେ ତାଲା ପଡ଼ିବା ଫଳରେ ଚୋରମାନଙ୍କ ଭୂସ୍ବର୍ଗ ପାଲଟିଲା। ଏଥିରେ ଲାଗିଥିବା ମୂଲ୍ୟବାନ ଜିନିଷ ଚୋରି ହୋଇ ଶ୍ରୀହୀନ ଅବସ୍ଥାରେ ପଡି ରହିଥିଲା। ଜିଲାରେ ଅର୍ଥନୀତିର ଅଭିବୃଦ୍ଧି ଓ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବନ୍ଦ ପଡିଥିବା ଚିନିକଳରେ ଏକକାଳୀନ ୩ଟି କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପାରାବଏଲଡ଼ ରାଇସମିଲ, ବାୟୋମାସ ପ୍ଲାଣ୍ଟ ଓ ଡିଷ୍ଟିଲାରି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରାଯିବା ସହ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ଏହି ଶିଳ୍ପ ପ୍ରକଳ୍ପକୁ ରାଉରକେଲାର ଷ୍ଟାରଲାଇଟ ଏନର୍ଜି ଲିମିଟେଡ଼କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। କମ୍ପାନୀ ଚିନିକଳର ୯୧ ଏକର ୪୮ ଡେସିମିଲ ଜମି ଓ ପୁରୁଣା କୋଠାକୁ ନିଜ ମାଲିକାନାରେ ରଖିଥିଲା। ଏହି କମ୍ପାନୀ ଭିତରେ ଇଣ୍ଟିଗ୍ରେଟେଡ ଶସ୍ୟ ଭିତ୍ତିକ ଡିଷ୍ଟିଲାରି ସମେତ ଘଣ୍ଟାକୁ ୪୮ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପାରବଏଲଡ଼ ରାଇସମିଲ ଓ ୩ ମେଗାୱାଟର ଦୁଇଟି ଟର୍‌ବାଇନ ଯୁକ୍ତ ବାୟୋମାସ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ହେଲେ ପୂର୍ବତନ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁ ଏହି ଷ୍ଟାରଲାଇଟ ଏନର୍ଜି କମ୍ପାନୀ କାମ ଆରମ୍ଭ ହେବା ଦୂରର କଥା କୌଣସି କାରଣବଶତଃ ମୁହଁ ଫେରାଇବା ସହ ସର୍ଗିଗୁଡାଠାରେ ଥିବା ପୁରୁଣା ଚିନିକଳର ୯୧ ଏକର ୪୮ଡେସିମିଲ ଜାଗାକୁ ବିକ୍ରି କରି ଚାଲିଛି। ଏହି ଚିନିକଳ ୨୬ ବର୍ଷ ହେଲା ବନ୍ଦ ପଡିଥିବା ବେଳେ ଏହାର ପୁନରୁଦ୍ଧାର କଲେ ଜିଲାର ଆଖୁଚାଷୀ ଉପକୃତ ହେବା ସହ ଶିକ୍ଷିତ ବେକାର ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ଭବାନୀପାଟଣା ସହର ସରକାରୀ ଆଇଟିଆଇ ନିକଟରେ ଥିବା ଚିନିକଳ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ଉଦ୍ୟମରେ ୧୯୬୫ରେ ସ୍ଥାପନ କରାଯାଇଥିଲା। ଏହା ୧୯୭୦ ପର୍ଯ୍ୟନ୍ତ ଠିକ ଭାବରେ ଚାଲିଥିବା ବେଳେ ୧୯୭୭ରେ ବନ୍ଦ ହୋଇଗଲା। ଫଳରେ କଳାହାଣ୍ଡିର ଆଖୁଚାଷୀଙ୍କୁ ନିରାଶ ହେବାକୁ ପଡିଥିଲା। ଜିଲାର ଆଖୁ ଚାଷୀ କଳାହାଣ୍ଡି ଓ ବଲାଙ୍ଗୀର ଦେଓଗାଁ ଚିନିକଳକୁ ମଧ୍ୟ ଆଖୁ ଯୋଗାଉଥିଲେ। ଏହି ଚିନିକଳ ବନ୍ଦ ହେବା ପରେ ଆଖୁଚାଷୀ ପୁନର୍ବାର ନିରାଶ ହୋଇଛନ୍ତି।
ବର୍ତ୍ତମାନ ଆଖୁ ଉତ୍ପାଦନ ବୃଦ୍ଧି ହୋଇଥିବା ବେଳେ ଏହାକୁ ବିକ୍ରି ନେଇ ନୂତନ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ସରକାରଙ୍କ ତରଫରୁ ଠୋସ ପଦକ୍ଷେପ ନ ନେଲେ ପୁଣି ଆଖୁଚାଷୀ ବାଟ ହୁଡ଼ିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri