ବରୀ,୧୯ା୮(ମହେନ୍ଦ୍ର ସ୍ବାଇଁ): ଦେଶ ସ୍ବାଧୀନ ହେବାର ୮୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବିଲ ପଞ୍ଚାୟତର ଢିଅସାହି ଗ୍ରାମରେ ବିକାଶର ଏକ ଲଜ୍ଜାଜନକ ଚିତ୍ର ଦେଖିବାକୁ ମିଳିଛି। ରାସ୍ତାରେ ବନ୍ୟା ସ୍ରୋତ ଯୋଗୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗୁରୁତର ରୋଗୀଙ୍କୁ ଭାରରେ ବୋହି ଡାକ୍ତରଖାନା ନେବାକୁ ପଡ଼ିଛି।
ସୂଚନା ଅନୁଯାୟୀ, ଗ୍ରାମର ହେମଲତା ସାମଲ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କେଇଥିଲେ କିନ୍ତୁ ବନ୍ୟାର ସ୍ରୋତ ଅଧିକ ଥିବାରୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ହୋଇପାରି ନ ଥିଲା। ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଏକ ଭାର ସାହାଯ୍ୟରେ ରୋଗୀଙ୍କୁ କାନ୍ଧରେ ବୋହି ପ୍ରାୟ ୨କିମି ଦୂର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଜଣେ ଗ୍ରାମବାସୀଙ୍କ ସହଯୋଗରେ ବରୀ ବ୍ଲକ କାର୍ଯ୍ୟାଳୟଠାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା। ବନ୍ୟା ପାଇଁ ବରୀରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ଥିବା ବେଳେ ବରୀ ପାଇଁ ଏହା ଲଜ୍ଜାଜନକ ଘଟଣା।