ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ,୯ା୭(କଳ୍ପତରୁ ନାୟକ): ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ ନିମନ୍ତେ ବ୍ୟବହାର ହୋଇଥାଏ। ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଜବରଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖରେ ଥିବା ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଏହି ଜମି ଉପରେ କେତେଜଣ ବ୍ୟକ୍ତି ଘର କରିବା ସହ ବ୍ୟବସାୟ ପ୍ରତିଷ୍ଠାନ କରିଛନ୍ତି। ଏମାନେ ସରକାରଙ୍କ ବିନା ଅନୁମତିରେ ମୂଲ୍ୟବାନ୍‌ ଜମିକୁ ନିଜ ଆୟତ୍ତରେ ରଖି ଭଡ଼ାଦେବା ସହ ବିକ୍ରିକରି ଦେଉଛନ୍ତି। ତେଣୁ ଅନେକ ସମୟରେ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ ପ୍ରକଳ୍ପ କରିବାରେ ବାଧା ସୃଷ୍ଟି ହେଉଛି। ପ୍ରଶାସନ ପାଖରେ ସବୁ ଖବର ରହିଥିଲେ ମଧ୍ୟ ଖାଲି ସରକାରୀ ନିଷିଦ୍ଧାଞ୍ଚଳ ଫଳକ ଲଗାଇ ସରକାରୀ ବାବୁମାନେ ଚୁପ୍‌ ହୋଇ ବସିଛନ୍ତି। ଫଳରେ ସରକାରୀ ଜମି କମି କମି ଚାଲିଥିବା ବେଳେ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ହାନି ହୋଇଛି। ତେଣୁ ଜିଲା ପ୍ରଶାସନ ଏହି ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରୀ ଜମିକୁ ମୁକ୍ତ କରିବାକୁ ପଟ୍ଟାମୁଣ୍ଡାଇବାସୀ, ବୃଦ୍ଧିଜୀବୀ, ସାମାଜିକ କର୍ମୀମାନେ ଦାବି କରିଛନ୍ତି।

ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ ଓ ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମୂଲ୍ୟବାନ୍‌ ଶୁଷ୍କ ଗୋବରୀ ନଦୀପଠା ଜମିକୁ କେତେଜଣ ଲୋକ ଚଞ୍ଚକତା କରି ହାତେଇ ନେଇଛନ୍ତି। ଏହାର ଉଦ୍ଧାର ପାଇଁ ଅଞ୍ଚଳବାସୀ ଦାବିକରି ଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଶୁଣୁନାହିଁ। ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କରିବାକୁ ଭଲ ଜାଗା ମିଳୁନାହିଁ। ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା ବଜାର ଦୁଇପାଶର୍‌ବ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ପଟ୍ଟାମୁଣ୍ଡାଇ ବଜାରରେ ଥିବା ନୟନଯୋରି, ଅନାବାଦୀରେ ମଧ୍ୟ ଘରବାରି ହୋଇ ଚାଲିଛି। ଏ ନେଇ ପ୍ରତିବାଦ କଲେ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି। ପ୍ରଶାସନ ପାଖରେ ସବୁ ଖବର ରହିଥିଲେ ମଧ୍ୟ ଖାଲି ସରକାରୀ ନିଷିଦ୍ଧାଞ୍ଚଳ ଫଳକ ଲଗାଇ ‘ଏହା ଓଡ଼ିଶା ସରକାରଙ୍କ ସମ୍ପତ୍ତି, ଅନଧିକାର ପ୍ରବେଶ ଦଣ୍ଡନୀୟ’ ଲେଖି ବାବୁମାନେ ଚୁପ୍‌ ହୋଇ ବସିଛନ୍ତି। ସେହି ନିଷିଦ୍ଧାଞ୍ଚଳ ଫଳକକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଓପାଡ଼ି ଜମିକୁ ଜବରଦଖଲ କରି ବିକ୍ରି କରୁଛନ୍ତି। ଗୋବରୀ ନଦୀକୁ ମଧ୍ୟ କେତେଜଣ ପ୍ରଭାବଶାଳୀ ଲୋକ ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗଦଖଲ କରିବା ସହ ବିକ୍ରି କରୁଛନ୍ତି। ପୋତା ନଦୀ କିସମ ଜଳାଶୟ ଥିବା ବେଳେ ଏହା କିପରି ପୋତାଯାଇ ୪ରୁ ୫ ମହଲା କୋଠାଘର ନିର୍ମାଣ କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ସହର ଓ ଏହା ଆଖପାଖରେ ଥିବା ଜମି ରେଟ୍‌ ଆକାଶ ଛୁଅଁା ହୋଇଥିବା ବେଳେ ଲୋକେ ବର୍ଷ ବର୍ଷ ଧରି ରୋଜଗାର କରି ବି ଖଣ୍ଡିଏ ଜାଗା କିଣିବା ସ୍ବପ୍ନ ହୋଇପଡୁଛି। ଯଦି କଷ୍ଟେମଷ୍ଟେ ଜାଗା ଖଣ୍ଡିଏ କିଣୁଛନ୍ତି, ସେଥିପାଇଁ ବ୍ୟାଙ୍କରୁ ଋଣ କରିବାକୁ ପଡୁଛି। ଆଶ୍ଚର୍ଯ୍ୟର କଥା ପଟ୍ଟାମୁଣ୍ଡାଇ ସହର ଆଖପାଖ ଅଞ୍ଚଳରେ ଥିବା ନଦୀ, ପ୍ରାକୃତିକ ନାଳ, କେନାଲ, ନୟନଯୋରି ଓ ଜଳାଶୟଗୁଡ଼ିକ ଜବରଦଖଲ ହେବାରେ ଲାଗିଛି। ପ୍ରାୟ ଏକର ଏକର ସରକାରୀ ଜମିକୁ କେତେଜଣ ବ୍ୟକ୍ତି କବ୍‌ଜାକୁ ନେଇ କୋଠାଘର ନିର୍ମାଣ କରିଚାଲିଛନ୍ତି। ଏଥିପାଇଁ ଭବିଷ୍ୟତରେ ସହର ଜଳମଗ୍ନ ହେବା ସହ ଆଖପାଖ ଅଞ୍ଚଳର ଚାଷଜମି ପଡ଼ିଆ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଅଳଭାଠାରୁ ମଦନପୁର ଓ ଅଳଭା-ଗଣ୍ଡାଖିଆ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକର ଚତୁଃପାଶର୍‌ବରେ ଦୋକାନଘର ଗଢ଼ିଉଠୁଛି। ଅପରପାଶର୍‌ବରୁ ଆସୁଥିବା ଗାଡ଼ି ଦେଖା ନ ଯିବାରୁ ଦୁର୍ଘଟଣା ଘଟୁଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ଅଧିକାରୀମାନେ ଅବଗତ ଥାଇ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ଏହା ଉପରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri