Posted inଭଦ୍ରକ

ଜମି ଅଧିଗ୍ରହଣ ପରେ ଅଟକିଛି ବିକାଶ

ଭଦ୍ରକ ଅଫିସ, ୮ା୮- ଭଦ୍ରକ ଜିଲାରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ, ଜିଲାସ୍ତରୀୟ ଷ୍ଟାଡିୟମ୍‌, ଜିଲା କାରାଗାର, ଇଣ୍ଡୋର ଷ୍ଟାଡିୟମ୍‌ ଭଳି କେତେକ ସରକାରୀ ପ୍ରକଳ୍ପ ବିବାଦୀୟ ପରିସ୍ଥିତି ଯୋଗୁ କାର୍ଯ୍ୟକାରୀ ହୋଇପାରୁନାହିଁ। କାଗଜ କଲମରେ ଏଭଳି କେତେକ ପ୍ରକଳ୍ପ ଅଟକି ରହିଛି। ଜିଲାରେ ୨୧୭ ଏକର ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ ବିକାଶ ଅଟକି ଯାଇଛି।
ଜିଲାରେ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, ନସିର୍ଂ ସ୍କୁଲ ପ୍ରତିଷ୍ଠା ଭଳି କେତେକ ଦାବି ରହିଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଏଥିରେ ଅନ୍ତରାୟ ସାଜିଛି। ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକଠାରେ ପ୍ରସ୍ତାବିତ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ନିମନ୍ତେ ପୂର୍ବରୁ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରୁନାହିଁ। ପ୍ରଥମେ ଏହି ସ୍ଥାନରେ ଧରଣୀ ସୁଗାର କମ୍ପାନୀ ନିର୍ମାଣ ପାଇଁ ୧୯୯୫ରେ ଧାମନଗର ଛକ ଜାତୀୟ ରାଜପଥ ପାର୍ଶ୍ୱରେ ୨୧୭ ଏକର ୭୧ ଡିସିମିଲ ଜାଗା ଅଧିଗ୍ରହଣ କରିଥିଲା। ଏହା ମଧ୍ୟରେ ୨୬ ବର୍ଷ ବିତିଗଲାଣି। ଚିନିକଳ ବସିଲା ନାହିଁ। ଅଧିଗୃହୀତ ହୋଇଥିବା ଜମିରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଉକ୍ତ ସ୍ଥାନରେ ନାଁ ଚିନିକଳ ନାଁ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ଏବେ ଦେଖିବାକୁ ମିଳୁଛି। ଏହି ପ୍ରକଳ୍ପ ଆଶାରେ ଜମି ଛାଡ଼ିଥିବା ଭଣ୍ଡାରିପୋଖରୀ ବ୍ଲକ ପାହିମହୁରା, ମଞ୍ଜୁରିଗଡ଼ିଆ, ହେଲପୁର ଗାଁର ଜମିହରାମାନଙ୍କ ଆଶା ଆଶାରେ ଅଟକିଛି। ସେହିଭଳି ଭଦ୍ରକରେ ଏକ ଜିଲାସ୍ତରୀୟ ଷ୍ଟାଡିୟମ ନିର୍ମାଣ ଯୋଜନା ବାଟବଣା ହୋଇଛି। ସ୍ଥାନୀୟ ନେହରୁ ଷ୍ଟାଡିୟମ୍‌କୁ ଜିଲାସ୍ତରୀୟ ଷ୍ଟାଡ଼ିୟମ କରାଯିବା ଉଦ୍ୟମ ମଧ୍ୟ ଫେଲ୍‌ ମାରିଛି। ବିଭାଗୀୟ ଅଧିକାରୀମାନେ କେବଳ ଆଲୋଚନା ଓ ପତ୍ରାଳାପରେ ବ୍ୟସ୍ତ ରହୁଛନ୍ତି। ଅନୁରୂପ ଭାବେ ସହର ମଧ୍ୟ ଭାଗରେ ଥିବା ଜିଲା ଜେଲରେ ସ୍ଥାନ ଅଭାବ ଯୋଗୁ ଏହାକୁ ପ୍ରଥମେ ଅମରଗଡ଼ିଆ ଓ ପରେ ବହୁଦରଡ଼ାର ପ୍ରାୟ ୨୦ ଏକର ଜମିରେ ଜେଲ କରାଯିବାକୁ ସ୍ଥିର ହୋଇଛି। ଏପରିକି ଜେଲ ବିଭାଗ ଡିଆଇଜି ମଧ୍ୟ ଆସି ସ୍ଥାନ ଚିହ୍ନଟ କରି ଫେରିଛନ୍ତି। ହେଲେ ୭ବର୍ଷ ଧରି କାର୍ଯ୍ୟ ଅଟକି ରହିଛି। କୃଷି ବିଶ୍ୱବିଦ୍ୟାଳୟ ଏବଂ ନର୍ସିଂ ସ୍କୁଲ ପ୍ରତିଷ୍ଠା ଭଳି ଦାବି ଅଣଦେଖା ହୋଇରହିଛି। ଏନେଇ ଜିଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା କୁହନ୍ତି ସରକାରୀ ସ୍ତରରେ କେଉଁ କମ୍ପାନୀ ଧାମନଗର ଛକ ଅଧିଗୃହୀତ ଜମିରେ ଶିଳ୍ପ ପ୍ରତିଷ୍ଠା କରିବ ତାହା ସ୍ଥିର ହୋଇନାହିଁ। ଫଳରେ ଜାଗା ଦୀର୍ଘବର୍ଷ ଧରି କାମରେ ଲାଗିପାରୁନାହିଁ। ସେହିଭଳି ଆଇନଜୀବୀ ଗଦାଧର ବଳ କୁହନ୍ତି ଜିଲାରେ ଶିଳ୍ପ ପ୍ରତିଷ୍ଠା ହେଉ ନ ଥିବାରୁ ବହୁ ଶ୍ରମିକ ଦାଦନ ଖଟିବାକୁ ଗୁଜୁରାଟ, ମୁମ୍ବାଇ, ବାଙ୍ଗାଲୋର ଭଳି ସ୍ଥାନକୁ ଯିବାକୁ ବାଧ୍ୟ ହୁଅନ୍ତି। ଶ୍ରମିକ ନେତା ସମର ବଳ କୁହନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ବେକାରୀଙ୍କୁ ନିଯୁକ୍ତି ଦେବାରେ ବିଫଳ। ଜିଲାରେ ୨୧୭ ଏକର ଜମି ଅଧିଗୃହୀତ ହୋଇ ୨୬ ବର୍ଷ ଧରି କାମରେ ନ ଆସିବା ଘଟଣା ସରକାରୀ ଅଧିକାରୀଙ୍କ ପାରିବାପଣିଆ ପ୍ରତି ପ୍ରଶ୍ନ ଉଠୁଛି। ସେମାନଙ୍କ ଆନ୍ତରିକତା ଅଭାବରୁ ଏଭଳି ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri