Posted inଭଦ୍ରକ

ଜମି ଅଧିଗ୍ରହଣ ପରେ ଅଟକିଛି ବିକାଶ

ଭଦ୍ରକ ଅଫିସ, ୮ା୮- ଭଦ୍ରକ ଜିଲାରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ, ଜିଲାସ୍ତରୀୟ ଷ୍ଟାଡିୟମ୍‌, ଜିଲା କାରାଗାର, ଇଣ୍ଡୋର ଷ୍ଟାଡିୟମ୍‌ ଭଳି କେତେକ ସରକାରୀ ପ୍ରକଳ୍ପ ବିବାଦୀୟ ପରିସ୍ଥିତି ଯୋଗୁ କାର୍ଯ୍ୟକାରୀ ହୋଇପାରୁନାହିଁ। କାଗଜ କଲମରେ ଏଭଳି କେତେକ ପ୍ରକଳ୍ପ ଅଟକି ରହିଛି। ଜିଲାରେ ୨୧୭ ଏକର ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ ବିକାଶ ଅଟକି ଯାଇଛି।
ଜିଲାରେ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, ନସିର୍ଂ ସ୍କୁଲ ପ୍ରତିଷ୍ଠା ଭଳି କେତେକ ଦାବି ରହିଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଏଥିରେ ଅନ୍ତରାୟ ସାଜିଛି। ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକଠାରେ ପ୍ରସ୍ତାବିତ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ନିମନ୍ତେ ପୂର୍ବରୁ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ କାମ ଆରମ୍ଭ ହୋଇପାରୁନାହିଁ। ପ୍ରଥମେ ଏହି ସ୍ଥାନରେ ଧରଣୀ ସୁଗାର କମ୍ପାନୀ ନିର୍ମାଣ ପାଇଁ ୧୯୯୫ରେ ଧାମନଗର ଛକ ଜାତୀୟ ରାଜପଥ ପାର୍ଶ୍ୱରେ ୨୧୭ ଏକର ୭୧ ଡିସିମିଲ ଜାଗା ଅଧିଗ୍ରହଣ କରିଥିଲା। ଏହା ମଧ୍ୟରେ ୨୬ ବର୍ଷ ବିତିଗଲାଣି। ଚିନିକଳ ବସିଲା ନାହିଁ। ଅଧିଗୃହୀତ ହୋଇଥିବା ଜମିରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଉକ୍ତ ସ୍ଥାନରେ ନାଁ ଚିନିକଳ ନାଁ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ଏବେ ଦେଖିବାକୁ ମିଳୁଛି। ଏହି ପ୍ରକଳ୍ପ ଆଶାରେ ଜମି ଛାଡ଼ିଥିବା ଭଣ୍ଡାରିପୋଖରୀ ବ୍ଲକ ପାହିମହୁରା, ମଞ୍ଜୁରିଗଡ଼ିଆ, ହେଲପୁର ଗାଁର ଜମିହରାମାନଙ୍କ ଆଶା ଆଶାରେ ଅଟକିଛି। ସେହିଭଳି ଭଦ୍ରକରେ ଏକ ଜିଲାସ୍ତରୀୟ ଷ୍ଟାଡିୟମ ନିର୍ମାଣ ଯୋଜନା ବାଟବଣା ହୋଇଛି। ସ୍ଥାନୀୟ ନେହରୁ ଷ୍ଟାଡିୟମ୍‌କୁ ଜିଲାସ୍ତରୀୟ ଷ୍ଟାଡ଼ିୟମ କରାଯିବା ଉଦ୍ୟମ ମଧ୍ୟ ଫେଲ୍‌ ମାରିଛି। ବିଭାଗୀୟ ଅଧିକାରୀମାନେ କେବଳ ଆଲୋଚନା ଓ ପତ୍ରାଳାପରେ ବ୍ୟସ୍ତ ରହୁଛନ୍ତି। ଅନୁରୂପ ଭାବେ ସହର ମଧ୍ୟ ଭାଗରେ ଥିବା ଜିଲା ଜେଲରେ ସ୍ଥାନ ଅଭାବ ଯୋଗୁ ଏହାକୁ ପ୍ରଥମେ ଅମରଗଡ଼ିଆ ଓ ପରେ ବହୁଦରଡ଼ାର ପ୍ରାୟ ୨୦ ଏକର ଜମିରେ ଜେଲ କରାଯିବାକୁ ସ୍ଥିର ହୋଇଛି। ଏପରିକି ଜେଲ ବିଭାଗ ଡିଆଇଜି ମଧ୍ୟ ଆସି ସ୍ଥାନ ଚିହ୍ନଟ କରି ଫେରିଛନ୍ତି। ହେଲେ ୭ବର୍ଷ ଧରି କାର୍ଯ୍ୟ ଅଟକି ରହିଛି। କୃଷି ବିଶ୍ୱବିଦ୍ୟାଳୟ ଏବଂ ନର୍ସିଂ ସ୍କୁଲ ପ୍ରତିଷ୍ଠା ଭଳି ଦାବି ଅଣଦେଖା ହୋଇରହିଛି। ଏନେଇ ଜିଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା କୁହନ୍ତି ସରକାରୀ ସ୍ତରରେ କେଉଁ କମ୍ପାନୀ ଧାମନଗର ଛକ ଅଧିଗୃହୀତ ଜମିରେ ଶିଳ୍ପ ପ୍ରତିଷ୍ଠା କରିବ ତାହା ସ୍ଥିର ହୋଇନାହିଁ। ଫଳରେ ଜାଗା ଦୀର୍ଘବର୍ଷ ଧରି କାମରେ ଲାଗିପାରୁନାହିଁ। ସେହିଭଳି ଆଇନଜୀବୀ ଗଦାଧର ବଳ କୁହନ୍ତି ଜିଲାରେ ଶିଳ୍ପ ପ୍ରତିଷ୍ଠା ହେଉ ନ ଥିବାରୁ ବହୁ ଶ୍ରମିକ ଦାଦନ ଖଟିବାକୁ ଗୁଜୁରାଟ, ମୁମ୍ବାଇ, ବାଙ୍ଗାଲୋର ଭଳି ସ୍ଥାନକୁ ଯିବାକୁ ବାଧ୍ୟ ହୁଅନ୍ତି। ଶ୍ରମିକ ନେତା ସମର ବଳ କୁହନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ବେକାରୀଙ୍କୁ ନିଯୁକ୍ତି ଦେବାରେ ବିଫଳ। ଜିଲାରେ ୨୧୭ ଏକର ଜମି ଅଧିଗୃହୀତ ହୋଇ ୨୬ ବର୍ଷ ଧରି କାମରେ ନ ଆସିବା ଘଟଣା ସରକାରୀ ଅଧିକାରୀଙ୍କ ପାରିବାପଣିଆ ପ୍ରତି ପ୍ରଶ୍ନ ଉଠୁଛି। ସେମାନଙ୍କ ଆନ୍ତରିକତା ଅଭାବରୁ ଏଭଳି ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri