Posted inଫୁରସତ

କୋଭିଡ-୧୯କୁ ନେଇ ପ୍ରତିଯୋଗିତା, ଜିତିଲେ ମିଳିବ ୩୭ କୋଟି ଟଙ୍କା

ଏବେ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଛି। ପାଖାପାଖି ୨୧୪ ଦେଶରେ ଏହି ମହାମାରୀ ତାଣବ ରଚିଛି। କରୋନା ଟେଷ୍ଟ ପାଇଁ ସମୟ ଲାଗୁଥିବାରୁ ତୁରନ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ। ଫଳରେ କରୋନା ରୋଗୀ ଅନ୍ୟମାନଙ୍କ ସହ ମିଶି ସଂକ୍ରମିତ ବଢାିବା ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ଏକ୍ସପ୍ରାଇଜ୍‌ ନାମକ ଏକ ସଂସ୍ଥା ଏକ ପ୍ରତିଯୋଗିତା ଆରମ୍ଭ କରିଛି। ଯେଉଁ ବ୍ୟକ୍ତି ଶୀଘ୍ର କାମ କରୁଥିବା କୋଭିଡ୍‌-୧୯ ଟେଷ୍ଟର ଉପାୟ ଖୋଜି ପାଇବ ସେମାନଙ୍କୁ ୫ ମିଲିୟନ ଡଲାର ଅର୍ଥାତ୍‌ ୩୭.୩୯ କୋଟି ଟଙ୍କା ମିଳିବ। ଏହି ପ୍ରତିଯୋଗିତା ୬ ମାସ ଧରି ଚାଲିବ। ଆଗାମୀ ବର୍ଷ ଆରମ୍ଭରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏକ୍ପପ୍ରାଇଜ୍‌ ସଂସ୍ଥା ଏହି ପ୍ରତିଯୋଗିତାର ନାମ ରଖିଛି ‘ଏକ୍ସପ୍ରାଇଜ୍‌ ର଼୍ୟାପିଡ୍‌ କୋଭିଡ ଟେଷ୍ଟିଂ। ସୂଚନାଯୋଗ୍ୟ, ବେସରକାରୀ ସଂସ୍ଥା ଏକ୍ପପ୍ରାଇଜ୍‌ ଜୁଲାଇ ୨୮ରେ ଏହା ଘୋଷଣା କରିଥିଲା। ଏହି ପ୍ରତିଯୋଗିତାରେ ସେ ବ୍ୟକ୍ତିମାନେ ଭାଗ ନେଇପାରିବେ ଯେଉଁମାନେ କୋଭିଡ-୧୯ ଟେଷ୍ଟର ଶସ୍ତା ଏବଂ ଶୀଘ୍ର ଫଳାଫଳ ଦେଉଥିତ୍ବା ଉପାୟ ବିଷୟରେ କହିପାରିବେ। ଆମେ ସରଳ ଏବଂ ସହଜ ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରିବାକୁ ଚାହୁଁଛୁ। ଯାହାକୁ କୌଣସି ଛୋଟ ପିଲା ମଧ୍ୟ ଉପଯୋଗ କରିପାରିବ। ଟେଷ୍ଟିଂର ଫଳାଫଳ ଯେମିତି ୧୫ ମିନିଟ୍‌ରେ ଆସୁପାରୁଥିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି।...

ମୃତ୍ୟୁ ପୂର୍ବରୁ ନିଜର ଶୋକ ବାର୍ତ୍ତା ଲେଖି ଚର୍ଚ୍ଚାକୁ ଆସିଲେ ବ୍ୟକ୍ତି

ଚେନ୍ନାଇ,୧୯ ।୧୦: ଜୀବନ ତାକୁ କୁହାଯାଏ ଯେତେବେଳେ ଜଣେ କିଛି ଯୋଜନା ପ୍ର୍‌ସ୍ତୁତିରେ ବ୍ୟସ୍ତ ରହିଯାଏ । ଜନ ଲେନନଙ୍କ ଏହି ଉକ୍ତି ଚେନ୍ନାଇରେ ରହୁଥିବା...

ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ...

ପାଣିରେ ମରିପାରନ୍ତି କରୋନା ଭାଇରସ୍‌!

ମସ୍କୋ,୩୧।୭: ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବିଭିନ୍ନ ଦେଶରେ କରୋନାର ବର୍ଦ୍ଧିତ ମାମଲା ସାମ୍ନାକୁ ଆସୁଛି। ଏଥିରୁ ରକ୍ଷା...

ବିଳାସୀ ରାଜା

ଏକଦା ଭାରତ ଥିଲା ରାଜା ମହାରାଜାଙ୍କ ଦେଶ। ସେମାନଙ୍କ ମଧ୍ୟରୁ କିଏ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ପରିଚିତ ଥିଲେ ତ ଆଉ କିଏ...

ଲାଇଭ୍‌ ବୁଲେଟିନ୍‌ରେ ଭାବବିହ୍ବଳ ହେଲେ ନ୍ୟୁଜ୍‌ ଆଙ୍କର, ଜାଣନ୍ତୁ କାରଣ

ଲାଇଭ୍‌ ବୁଲେଟିନ୍‌ ଚାଲିଥିବା ସମୟରେ ଜଣେ ନ୍ୟୁଜ୍‌ ଆଙ୍କର ଭାବବିହ୍ବଳ ହୋଇପଡ଼ିଛନ୍ତି। କାରଣ ଜାଣିଲେ ଆପଣ ମଧ୍ୟ ସାବାସ୍‌ କହିବେ। ଶ୍ରୀଜା ଶ୍ୟାମ୍‌ ନାମକ ଜଣେ...

ପାରା ସହାୟତାରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ: ପରେ ଘଟିଲା…

ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ଯୁବତୀ, ଯୁବକ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଇଥାନ୍ତି। ଏହିପରି ଅଷ୍ଟ୍ରେଲିଆର ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହ ପ୍ରସ୍ତାବ...

୫୩ ବର୍ଷ ପରେ ମିଳିଲା ହଜିଲା ପର୍ସ

ଓ୍ବାଶିଂଟନ, ୭।୨: ଆଣ୍ଟ୍ରାକ୍ଟିକାରେ ୫୩ ବର୍ଷ ତଳେ ହଜିଥିବା ଏକ ପର୍ସ ଏବେ ଆମେରିକାରୁ ମିଳିଛି। ପର୍ସର ମାଲିକ ୯୧ ବର୍ଷ ବୟସ୍କ ପୋଲ ଗ୍ରିଶାମ୍‌...

Advertisement


Archives

Model This Week

Why Dharitri