Posted inଖେଳ

ବିରାଟ ଭଳି ହେବାକୁ ଚାହୁଁଥିଲେ, ଏବେ ତାଙ୍କ ସହ ଖେଳିଲେ ମ୍ୟାଚ୍‌ ବିଜୟୀ ଇନିଂସ; ଜାଣନ୍ତୁ କିଏ ସେହି ୨୦ ବର୍ଷୀୟ ପଡ଼ିକାଲ

ନୂଆଦିଲ୍ଲୀ,୨୩।୪: ଆଇପିଏଲ୍‌ ଆରମ୍ଭ ହେବା ସମୟରେ ଏହା କେବଳ ଟଙ୍କା କମାଇବାର ଏକ ରୋମାଞ୍ଚକ ଲିଗ୍‌ ଥିଲା। ହେଲେ ବିଗତ କିଛି ବର୍ଷ ମଧ୍ୟରେ ବଦଳିଛି ଏହାର ପରିଭାଷା। କାରଣ ଏଠାରେ ଅନେକ ଖେଳାଳିଙ୍କ କ୍ୟାରିୟର ନିର୍ମାଣ ହେଉଛି। ଟୁର୍ନାମେଣ୍ଟ ଖେଳାଳିଙ୍କୁ ଭିନ୍ନ ପରିଚୟ ଦେଉଛି। ସେଭଳି ଭାବେ ଗୁରୁବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଜଣେ ବ୍ୟାଟ୍ସମ୍ୟାନ୍‌ ଉଲ୍ଲେଖନୀୟ ବ୍ୟାଟିଂ କରି ବାହାବା ସାଉଁଟିଛନ୍ତି। ଗତବର୍ଷ ଏହି ଟୁର୍ନାମେଣ୍ଟ ଯୋଗୁ ହିଁ ସେ ଚର୍ଚ୍ଚାକୁ ଆସିଥିଲେ। ଆମେ କଥା ହେଉଛୁ ଦେବଦତ୍ତ ପଡ଼ିକାଲଙ୍କ କଥା। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଦେବଦତ୍ତ ସ୍ମରଣୀୟ ଇଂନିସ ଖେଳି ଚଳିତ ଆଇପିଏଲ୍‌ରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି।

ରାଜସ୍ଥାନ ଟିମ୍‌ ୨୦ ଓଭରରେ ୯ ଉଇକେଟ ହରାଇ ୧୭୭ରନ୍‌ କରିଥିଲା। ଜବାବରେ ବିରାଟ କୋହଲିଙ୍କ ଦଳ କୌଣସି ଉଇକେଟ ନ ହରାଇ ୧୬.୩ ଓଭରରେ ୧୮୧ରନ୍‌ ସଂଗ୍ରହ କରିନେଇଛି। ୨୧ ବଲ୍‌ ବାକିଥାଇ ୧୦ ଉଇକେଟରେ ବିଜୟ ସହ ଆର୍‌ସିବି ପଏଣ୍ଟ ଟେବୁଲର ଶୀର୍ଷକୁ ପୁଣି ଫେରିଛି। ଏହି ବିଜୟରେ ଦୁଇ ଓପନର୍ସ କୋହଲି-ପଡ଼ିକାଲଙ୍କ ଯୋଗଦାନ ଥିଲା। ସେ ନିଜର କ୍ୟାରିୟରର ପ୍ରଥମ ଶତକ ମାରିଥିଲେ।

ଗତ ସିଜିନରେ ପଡିକାଲ ବାଙ୍ଗାଲୋର ଟିମ୍‌ରେ କର୍ନାଟକରୁ ଖେଳୁଥିବା ଏକମାତ୍ର ଖେଳାଳି ଥିଲେ। ଏହି ୨୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ୨୦୦୦ ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍‌ ପଡ଼ିକାଲ ପ୍ରଥମରୁ କ୍ରିକେଟ ପ୍ରତି ଆକର୍ଷିତ ଥିଲେ। ତାଙ୍କୁ ୧୧ ବର୍ଷ ହୋଇଥିବା ବେଳେ ପରିବାରଲୋକେ ବାଙ୍ଗାଲୋର ଚାଲିଯାଇଥିଲେ। ସେଠାରେ ସେ ପ୍ରଥମେ କ୍ରିକେଟ ଏକାଡେମୀ ଖୋଜିଥିଲେ। ସେତେବେଳ ସମୟରୁ ସେ ଅଧିନାୟକ ବିରାଟଙ୍କ ବଡ଼ ପ୍ରଶଂସକ ଥିଲେ।

୨୦୧୯ ଆଇପିଏଲ୍‌ ନିଲାମରେ ବାଙ୍ଗାଲୋର ଏହି ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ ଏହି ସିଜିନ୍‌ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ପରେ ଦେବଦତ୍ତ ପୁଣି ଥରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ତାଙ୍କୁ ବାଙ୍ଗାଲୋର ଟିମ୍‌ ଅପରିବର୍ତ୍ତିତ ରଖିଥିଲା। ୨୦୨୦ରେ ସେ ଆଇପିଏଲ୍‌ର ୧୫ ମ୍ୟାଚ୍‌ ଖେଳିଥିଲେ। ସେଥିରେ ସେ ୪୭୩ ରନ୍‌ କରିଥିଲେ। ଏଥିରେ ୫ ଅର୍ଦ୍ଧଶତକ ଥିଲା।

ଚଳିତ ଆଇପିଏଲ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ପଡ଼ିକାଲ କରୋନା ସଂକ୍ରମିତ ହୋଇଥିଲେ। ସେ ପୁନର୍ବାର ଫିଟ୍‌ ହେବା ପରେ ଗୁରୁବାର ସିଜିନ୍‌ର ପ୍ରଥମ ମ୍ୟାଚ୍‌ ଖେଳି ଶତକ ମାରିଥିଲେ। ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ସେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri