Categories: ଖେଳ

ଆଇପିଏଲ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟ୍‌କା

ଚେନ୍ନାଇ, ୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଲାଗିଛି ବଡ଼ ଝଟ୍‌କା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଚଳିତ ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ଦଳର ନିୟମିତ ଓପନର ଦେବଦତ୍ତ ପାଡିକଲ। ତାଙ୍କ କରୋନା ରିପୋର୍ଟ ପଜିଟିଭି ଆସିଛି। ଏ ନେଇ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛି ଆରସିବି।

ଆଉ ଏହି କାରଣରୁ ୧୪ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଖେଳିପାରିବେ ନାହିଁ। ୨୨ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭି ଆସିବାରୁ ସେ ବାଙ୍ଗାଲୋରରେ ହିଁ ଅଛନ୍ତି। ଆସନ୍ତା ମଙ୍ଗଳବାର ଓ ବୁଧବାର ତାଙ୍କର ପୁଣି ଥରେ ପରୀକ୍ଷା କରାଯିବ। ତାଙ୍କ ରିପୋର୍ଟ ନେଗେଟିଭ ଆସିଲା ପରେ ସେ ସିଧାସଳଖ ଚେନ୍ନାଇ ଗସ୍ତ କରିବେ। ସେଠାରେ ବାୟୋ ବବଲରେ ରହିବେ।

Share