ସିଆର୍‌ପିଙ୍କୁ ଅଟକ ରଖିଥିଲେ, ଅଚେତ ହେଲେ ବି ଶୁଣି ନ ଥିଲେ: ଆଉ ଏବେ…

ଧାମନଗର,୨।୧୦(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଗଠିତ ମହାସଂଘର ସଭାନେତ୍ରୀ ଓ ଏମ୍‌ବିକେଙ୍କ ବିରୋଧରେ ସମସ୍ତ ସିଆର୍‌ପି ବିଡିଓଙ୍କ ନିଟକରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘରେ ନିଯୁକ୍ତ ଥିବା ଏମ୍‌ବିକେମାନଙ୍କ ବିଭିନ୍ନ ଦାବି ନେଇ ଗତ ୨୫ ତାରିଖରେ କଲମଛାଡ଼ ଆନ୍ଦୋଳନ ହୋଇଥିଲା। ବ୍ଲକର ସିଆର୍‌ପି ଆନ୍ଦୋଳନରେ ସାମିଲ ହୋଇ ନ ଥିଲେ। ହେଲେ ବ୍ଲକର କିଛି ଏମ୍‌ବିକେ ସିଆର୍‌ପି ସଂଘର ବିନା ଅନୁମତିରେ କେତେଜଣ ସିଆର୍‌ପିଙ୍କୁ ନେଇ ଆନ୍ଦୋଳନରେ ସାମିଲ କରିଥିଲେ ବୋଲି ସିଆର୍‌ପି ସଂଘ ପକ୍ଷରୁ କୁହାଯାଇଛି।
ବ୍ଲକର ମୋଟ୍‌ ଏମ୍‌ବିକେଙ୍କ ସଂଖ୍ୟା ୩୦ ଥିଲାବେଳେ ସିଆର୍‌ପି ସଂଖ୍ୟା ୩୫୦। ଏମ୍‌ବିକେମାନଙ୍କ ପକ୍ଷରୁ କରାଯାଇଥିବା ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ଏବଂ ପୂର୍ବ ଭଳି ସମସ୍ତ କାମ ସୁଚାରୁ ରୂପେ କରିବା ସମ୍ବନ୍ଧରେ ଏକ ଦରଖାସ୍ତ ବିଡିଓଙ୍କୁ ଦେବାକୁ ସିଆର୍‌ପି ସଂଘର ସଭାନେତ୍ରୀ ବନ୍ଦିତା ନାୟକ ଓ ସମ୍ପାଦିକା ଦମୟନ୍ତୀ ଯେନା ୨୭ ତାରିଖରେ ଯାଇଥାନ୍ତେ। ଏମ୍‌ବିକେ ଏକ ଜରୁରୀ ବୈଠକରେ ସାମିଲ ହେବାକୁ ପଞ୍ଚାୟତର ସମସ୍ତ ସିଆର୍‌ପିଙ୍କୁ ନିଜ ଘରକୁ ଡାକିଥିଲେ। ଉକ୍ତ ସଭାକୁ ଯିବା ପରେ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି ଏବଂ ଏହାର ଦରଖାସ୍ତ ପଞ୍ଚାୟତ ମହାସଂଘର ସଭାନେତ୍ରୀଙ୍କୁ ଦେଇଥିଲେ। ସଭାନେତ୍ରୀ ସିଆର୍‌ପି ମହିଳାଙ୍କ ଦରଖାସ୍ତକୁ ଗ୍ରହଣ ନ କରି ସମସ୍ତ ଚାକିରି ହରାଇବାର ଧମକ ଦେଇଥିଲେ। ଏଥିସହ ଉକ୍ତ ସ୍ଥାନରେ ସଭାନେତ୍ରୀ ଓ ଏମ୍‌ବିକେ ମିଳିତ ଭାବେ ସିଆର୍‌ପିମାନଙ୍କୁ ଏକ ଘରେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଅଟକ ସମୟରେ ଜଣେ ସିଆର୍‌ପି ଅଚେତ ହେବା ସହ ଅସୁସ୍ଥ ହୋଇଥିବା ନେଇ ଜଣାଇବା ପରେ ମଧ୍ୟ ସେମାନଙ୍କୁ ଛାଡ଼ି ନ ଥିଲେ ବୋଲି ସିଆର୍‌ପିମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବନ୍ଦିତା ନାୟକ, ସବିତା ଶତପଥୀ, ସଂଯୁଲତା ରାଉତ, ରଶ୍ମିତା ନାୟକ, କାମିନୀପ୍ରିୟା ଜେନା, ତାନୁଲତା ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ବିଡିଓ ବନବିହାରୀ ଦିଣ୍ଡା ବିଭାଗୀୟ ଅଧିକାରୀ ପୀତବାସ ବିଶ୍ବାଳଙ୍କୁ ତଦନ୍ତଭାର ଦେଇଥିବା କହିଛନ୍ତି। ସଭାନେତ୍ରୀଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବା ବେଳେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏମ୍‌ବିକେ ରଶ୍ଚିତା ଓଝା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri