ସିଆର୍‌ପିଙ୍କୁ ଅଟକ ରଖିଥିଲେ, ଅଚେତ ହେଲେ ବି ଶୁଣି ନ ଥିଲେ: ଆଉ ଏବେ…

ଧାମନଗର,୨।୧୦(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଗଠିତ ମହାସଂଘର ସଭାନେତ୍ରୀ ଓ ଏମ୍‌ବିକେଙ୍କ ବିରୋଧରେ ସମସ୍ତ ସିଆର୍‌ପି ବିଡିଓଙ୍କ ନିଟକରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘରେ ନିଯୁକ୍ତ ଥିବା ଏମ୍‌ବିକେମାନଙ୍କ ବିଭିନ୍ନ ଦାବି ନେଇ ଗତ ୨୫ ତାରିଖରେ କଲମଛାଡ଼ ଆନ୍ଦୋଳନ ହୋଇଥିଲା। ବ୍ଲକର ସିଆର୍‌ପି ଆନ୍ଦୋଳନରେ ସାମିଲ ହୋଇ ନ ଥିଲେ। ହେଲେ ବ୍ଲକର କିଛି ଏମ୍‌ବିକେ ସିଆର୍‌ପି ସଂଘର ବିନା ଅନୁମତିରେ କେତେଜଣ ସିଆର୍‌ପିଙ୍କୁ ନେଇ ଆନ୍ଦୋଳନରେ ସାମିଲ କରିଥିଲେ ବୋଲି ସିଆର୍‌ପି ସଂଘ ପକ୍ଷରୁ କୁହାଯାଇଛି।
ବ୍ଲକର ମୋଟ୍‌ ଏମ୍‌ବିକେଙ୍କ ସଂଖ୍ୟା ୩୦ ଥିଲାବେଳେ ସିଆର୍‌ପି ସଂଖ୍ୟା ୩୫୦। ଏମ୍‌ବିକେମାନଙ୍କ ପକ୍ଷରୁ କରାଯାଇଥିବା ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ଏବଂ ପୂର୍ବ ଭଳି ସମସ୍ତ କାମ ସୁଚାରୁ ରୂପେ କରିବା ସମ୍ବନ୍ଧରେ ଏକ ଦରଖାସ୍ତ ବିଡିଓଙ୍କୁ ଦେବାକୁ ସିଆର୍‌ପି ସଂଘର ସଭାନେତ୍ରୀ ବନ୍ଦିତା ନାୟକ ଓ ସମ୍ପାଦିକା ଦମୟନ୍ତୀ ଯେନା ୨୭ ତାରିଖରେ ଯାଇଥାନ୍ତେ। ଏମ୍‌ବିକେ ଏକ ଜରୁରୀ ବୈଠକରେ ସାମିଲ ହେବାକୁ ପଞ୍ଚାୟତର ସମସ୍ତ ସିଆର୍‌ପିଙ୍କୁ ନିଜ ଘରକୁ ଡାକିଥିଲେ। ଉକ୍ତ ସଭାକୁ ଯିବା ପରେ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି ଏବଂ ଏହାର ଦରଖାସ୍ତ ପଞ୍ଚାୟତ ମହାସଂଘର ସଭାନେତ୍ରୀଙ୍କୁ ଦେଇଥିଲେ। ସଭାନେତ୍ରୀ ସିଆର୍‌ପି ମହିଳାଙ୍କ ଦରଖାସ୍ତକୁ ଗ୍ରହଣ ନ କରି ସମସ୍ତ ଚାକିରି ହରାଇବାର ଧମକ ଦେଇଥିଲେ। ଏଥିସହ ଉକ୍ତ ସ୍ଥାନରେ ସଭାନେତ୍ରୀ ଓ ଏମ୍‌ବିକେ ମିଳିତ ଭାବେ ସିଆର୍‌ପିମାନଙ୍କୁ ଏକ ଘରେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଅଟକ ସମୟରେ ଜଣେ ସିଆର୍‌ପି ଅଚେତ ହେବା ସହ ଅସୁସ୍ଥ ହୋଇଥିବା ନେଇ ଜଣାଇବା ପରେ ମଧ୍ୟ ସେମାନଙ୍କୁ ଛାଡ଼ି ନ ଥିଲେ ବୋଲି ସିଆର୍‌ପିମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବନ୍ଦିତା ନାୟକ, ସବିତା ଶତପଥୀ, ସଂଯୁଲତା ରାଉତ, ରଶ୍ମିତା ନାୟକ, କାମିନୀପ୍ରିୟା ଜେନା, ତାନୁଲତା ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ବିଡିଓ ବନବିହାରୀ ଦିଣ୍ଡା ବିଭାଗୀୟ ଅଧିକାରୀ ପୀତବାସ ବିଶ୍ବାଳଙ୍କୁ ତଦନ୍ତଭାର ଦେଇଥିବା କହିଛନ୍ତି। ସଭାନେତ୍ରୀଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବା ବେଳେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏମ୍‌ବିକେ ରଶ୍ଚିତା ଓଝା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri