ଉଜୁଡ଼ିଲା ଧାନ, ପରିବା ଫସଲ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ବାତ୍ୟାର ପ୍ରଭାବ ସବୁଠୁ ଅଧିକ ଜଗତ୍‌ସିଂହପୁର ଜିଲାରେ ପଡ଼ିଛି। ପାରାଦୀପ, ତିର୍ତ୍ତୋଲ, ଏରସମା ଓ ରଘୁନାଥପୁର ବ୍ଲକର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ତିର୍ତ୍ତୋଲରେ ବ୍ଲକ ଅଧୀନ କଟରା, ଗୋବିନ୍ଦପୁର, ପଟିଲୋ, କନିମୂଳ, ଗୋପାଳପୁର, କନକପୁର, କୋଲର, ସାମନ୍ତରାପୁର, ବିଷନପୁର, ଗୋପାଳପୁର (ଶଙ୍ଖେଶ୍ୱର)ଆଦି ଅଞ୍ଚଳରେ ଧାନଫସଲ ନଷ୍ଟ ହୋଇଛି। ରଘୁନାଥପୁର ବ୍ଲକର ୧୯ ପଞ୍ଚାୟତରେ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ରାଢ଼ଙ୍ଗ ପଞ୍ଚାୟତର ରାଢ଼ଙ୍ଗ, ଜିରା, ପୂଜା, କଳିଙ୍ଗା ଓ କରିମୂଳ ଗ୍ରାମର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ହଂସୁଆ ସଫେଇ ଉଭୟ ପାର୍ଶରେ ଥିବା ଅନେକ ଚାଷଜମିରେ ପାଣି ଲହରୀ ମାରୁଛି। ଏରସମା ବ୍ଲକର ପଦ୍ମପୁର, ଆମ୍ବିକି, ଗଡ଼ହରିଶପୁର, ଗଡ଼ବିଶୁନିପୁର, ଏରସମା, ଜିରାଇଲୋ, ଜପା ଓ କୁଞ୍ଜକୋଠି ଆଦି ପଞ୍ଚାୟତ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇିଛି।
ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ଚାଷୀଙ୍କ ଧାନ ଜମିରେ ବୁଡ଼ିଛି। ବର୍ଷା ଦାଉରୁ ନିଜର ଅମଳକ୍ଷମ ଧାନକୁ ରକ୍ଷା କରିବା ପାଇଁ ଯେନତେନ ପ୍ରକାରେ ଚାଷୀ ଚେଷ୍ଟା ଚଳାଇଛନ୍ତି। ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ ଅନୁରୂପ ଅବସ୍ଥା। ସମସ୍ତ ପାଚିଲା ଧାନ ସମ୍ପୂର୍ଣ୍ଣ ଉଜୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ସେହିପରି ଚାନ୍ଦବାଲି ଓ ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଧାନ ଫସଲ ବିଶେଷ ପ୍ରଭାବିତ
ହୋଇଛି। କିଛି ସ୍ଥାନରେ କଟା ଧାନ ଜମିରେ ପଡ଼ି ରହିଛି। ଆଉ କିଛି ସ୍ଥାନରେ ବର୍ଷା ଯୋଗୁ ପାଚିଲା ଧାନ କ୍ଷେତରେ ଶୋଇଯାଇଛି। ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ, ପାଳସାହି, ରଇପୁର, ସାହାସପୁର, ଧୂଷୁରୀ, ହସନାବାଦ, ବମକୁରା, ଅର୍ଜୁନପୁର, ନଦୀଗଁା, ଭଟ୍ଟସାହି, କୋଠାର, ଅସୁରାଳି, ଶ୍ୟାମସୁନ୍ଦରପୁର, ଈଶ୍ୱରପୁର ଆଦି ପଞ୍ଚାୟତର ଚାଷୀମାନଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝିଙ୍କୁ ପଚାରିବାରୁ ବର୍ଷା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି।

ମୟୂରଭଞ୍ଜ ଜିଲାରେ ୪ ଲକ୍ଷ ୩୬ ହଜାର ୮୦୨ହେକ୍ଟର ଜମିରେ ଖରିଫ ଧାନ ଫସଲ ହୋଇଥିଲା। ବର୍ଷା ଜିଲାର ତଳି ଅଞ୍ଚଳରେ ଥିବା ବ୍ଲକଗୁଡ଼ିକରେ ବିଶେଷ ପ୍ରଭାବ ପକାଇଛି। ଧାନ, ସୋରିଷ ଓ ପନିପରିବା ଚାଷ ବେଶ୍‌ ପ୍ରଭାବିତ ହୋଇଛି। ଗୋପବନ୍ଧୁନଗର, ବଡ଼ସାହି, ବେତନଟୀ, ମୋରଡ଼ା, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, କୁଳିଅଣା ଆଦି ବ୍ଲକର ତଳିଆ ଜମିରେ ବେଶି କ୍ଷୟକ୍ଷତି ଘଟିଥିବା ବିଭାଗ ପକ୍ଷରୁ ଆକଳନ କରାଯାଉଛି। ବାଙ୍ଗିରିପୋଷି, ବୈଶିଙ୍ଗା ଓ ବେତନଟୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ସପ୍ତାହେ ହେଲା କୌଣସି ମତେ ଅମଳ ହୋଇଥିବା ଧାନକୁ କେତେଜଣ ଚାଷୀ ଖଳାକୁ ଆଣିବାକୁ ସକ୍ଷମ ହୋଇଥିଲେ। ହେଲେ ଏବେ ବି ଅର୍ଦ୍ଧାଧିକ ଫସଲ ବିଲରେ ବର୍ଷାପାଣିରେ ଭାସୁଛି। ଏହି ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିବା ଅସମ୍ଭବ ହୋଇ ପଡ଼ିବ ଭାବି ବହୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ପୁରୀ ଜିଲା ପିପିଲି ବ୍ଲକର ଲକ୍ଷ୍ମୀନାରାୟଣପୁର, ପୁବାଶାସନ, ଓରକଳ, ପୋପରଙ୍ଗା, ପମସରା, ଗୋବିନ୍ଦପୁର, ଜଗନ୍ନାଥପୁର, କଣ୍ଟି, ପାଣିଦୋଳ, ଭାରତୀପୁର, ହାଟସାହି, ତେଇଶିପୁର, ମଙ୍ଗଳପୁର, ଦୁର୍ଗାଦାସପୁର, ରୁପଦେଇପୁର, ଚନ୍ଦ୍ରାଦେଇପୁର ସମେତ ୨୫ଟି ପଞ୍ଚାୟତ ଏବଂ ପିପିଲି ଏନ୍‌ଏସି ଅଞ୍ଚଳର ବହୁ ଚାଷଜମି ବର୍ଷାପାଣିରେ ବୁଡ଼ି ରହିଛି। ସେହିପରି ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତର ୧୫ହଜାର ହେକ୍ଟର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗୋପ, ବଳଙ୍ଗା, କଣାସ ଓ ସତ୍ୟବାଦୀ ବ୍ଲକ ଅଞ୍ଚଳର ଚାଷଜମି ଜଳମଗ୍ନ ହେବା ସହ ବ୍ୟାପକ ଧାନ ଓ ପରିବା ଫସଲ କ୍ଷତି ହୋଇଛି। ଧାନ ତଳେ ପଡ଼ିଯାଇଥିବା ବେଳେ ପାଣି ଦୁଇ ଫୁଟ ଉପରେ ଚାଲୁଛି। ଧାନ ପାଚିବା ସମୟରେ ଅମଳ ହେବା ପରିବର୍ତ୍ତେ ଗହୀର ସାରା ବିଲରେ ଶୋଇ ଗଜା ହେବାକୁ ଲାଗିଲାଣି। ପରିବା କିଆରି ଚିତ୍ର ବି ସମାନ। ଚାଷୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ପାଖ ଜମିରୁ ଧାନ କାଟି ବୋହି ଆଣିବା ସହ ପଲିଥିନ ଘୋଡ଼ାଇ ସାଇତିଛନ୍ତି। କିନ୍ତୁ ଗହୀର ସାରା ପାଚିଲା ଧାନ ପାଣିରେ ଲୋଟିଛି। କେତେଜଣ ଚାଷୀ ଧାର କରଜ କରି ଧାନ ଚାଷ କରିଥିଲେ, କିନ୍ତୁ ଫସଲ ନଷ୍ଟ ହେବାରୁ ସେମାନେ କିପରି କରଜ ଶୁଝିବେ ସେଇ ଚିନ୍ତାରେ ପଡ଼ିଛନ୍ତି। ପିପିଲି ବ୍ଲକ ଓ ଏନ୍‌ଏସିର ପ୍ରାୟ ୧୦ହଜାର ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା କୃଷି ଅଧିକାରିଣୀ ଜୟଲକ୍ଷ୍ମୀ ସାହୁ କହିଛନ୍ତି। ଚାଷୀ ନିଜ କ୍ଷତିଗ୍ରସ୍ତ ଚାଷଜମିରେ ଠିଆହୋଇ ଜିପିଏସ୍‌ ଫଟୋ ଉଠାଇବା ସହ ଜମିପଟ୍ଟାର ନକଲ ନିକଟସ୍ଥ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ପିପିଲି ବିଡିଓ ରଶ୍ମିତା ନାଥ କହିଛନ୍ତି। କ୍ଷୟକ୍ଷତି ଆକଳନ ଲାଗି ଜିଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି।
ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକରେ ୧୫୮ ମିମି ବର୍ଷା ହୋଇଥିବାବେଳେ ଧାନ ଫସଲ ବ୍ୟାପକ କ୍ଷତି ହୋଇଛି। ପୂର୍ବରୁ ବାତ୍ୟା ସୂଚନା ପାଇ ଅଧିକାଂଶ ଚାଷୀ ଦରପାଚିଲା ଧାନ କାଟିଥିଲେ। କେତେଜଣ ଖଳାକୁ ଆଣିଥିବା ବେଳେ ବହୁତ ଧାନ କଟା ହୋଇ ଜମିରେ ପଡ଼ିଥିଲା। ବର୍ଷାପାଣିରେ ସେସବୁ ବୁଡ଼ିଯିବା ସହ ସେଥିରୁ ଅଧିକାଂଶ ଭାସିଯାଇଛି। ବିଶେଷକରି ତୁଳସୀପୁର, ମଥୁରା, ଶ୍ରୀକୃଷ୍ଣଶରଣପୁର, ଲଙ୍ଗଳେଶ୍ୱର, ବେଢ଼ନଳିନାକ୍ଷପୁର, ଦାନପୁର ଆଦି ପଞ୍ଚାୟତରେ ବହୁ ହେକ୍ଟର ଜମିରେ ପାଣି ଜମିଛି। ବର୍ଷକର ପରିଶ୍ରମ ବୃଥା ଯାଇଛି ବୋଲି ଚାଷୀ ଦେବରାଜ ପାହାନ, କେଶରୀ ପାହାନ, ଭାସ୍କର ନାହାକ, ନାଗା ପାହାନ ପ୍ରମୁଖ କହିଛନ୍ତି।
ଖୋର୍ଦ୍ଧା ଜିଲାର ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ବାଣପୁର, ଜଟଣୀ, ଭୁବନେଶ୍ୱର ତଥା ତଳି ଅଞ୍ଚଳର ଚାଷଜମିରେ ପାଣି ଜମିରହି ଫସଲ ନଷ୍ଟ ହୋଇଛି। ସହର ତଳି ଅଞ୍ଚଳ ଗଡ଼ଖୋର୍ଦ୍ଧା, ସାମନ୍ତରାପୁର, କେରଙ୍ଗ, ଗଡ଼ହଳଦିଆ, ନୂଆଗାଁ, ଉଇଲିକିଶନ ନଗର, କୁମ୍ଭିଲୋ, ପତନିବର, ଟାଙ୍ଗିଆପଡ଼ା, ବାଜପୁର, ଦଳେଇପୁଟ, ଦେଉଳଟାଙ୍ଗୀ, ଜରିପୁଟ, ଶରଧାପୁର, ତରତୁଆ, ନାଲିପଡ଼ା ଅର୍ଜୁନପୁର, ପୁବୁସାହି, ବରସାହି, ଜୟମଙ୍ଗଳ, ପାନବରଜ, ବାଘମାରୀ, ସାରୁଅ, ଅଟ୍ରି ପ୍ରଭୃତି ଅଞ୍ଚଳରେ ପାଚିଲା ଧାନକ୍ଷେତରେ ପାଣି ଜମି ରହି ମାଟିରେ ମିଶିଯାଇଛି।

ଯାଜପୁର ଜିଲାରେ ରବିବାର ସନ୍ଧ୍ୟା ସୁଦ୍ଧା ୨୭.୩୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେଥିରୁ ଧର୍ମଶାଳା ବ୍ଲକରେ ସର୍ବାଧିକ ୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ବ୍ଲକରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି। ସେହିପରି ରସୁଲପୁର ଓ ବଡ଼ଚଣା ବ୍ଲକ ଅଞ୍ଚଳରେ ମଧ୍ୟ ଧାନ ଓ ପରିବା ଫସଲ ପାଣିରେ ବୁଡି ରହିଛି। ଏସବୁ ଉଜୁଡ଼ିଯିବା ନେଇ ଚାଷୀ ଆଶଙ୍କାରେ ରହିଛନ୍ତି।
ବାଲେଶ୍ୱର ଜିଲାର ସିମୁଳିଆ, ସୋର, ବାହାନଗା, ରେମୁଣା, ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗତ ୩ ତାରିଖ ସୁଦ୍ଧା ୪୮ ପ୍ରତିଶତ ଜମିରୁ ଫସଲ ଅମଳ ସାରି ଚାଷୀମାନେ ଘରକୁ ଧାନ ନେଇ ଆସିଥିବା ବେଳେ ବାକି ଫସଲ କ୍ଷେତରେ ପଡ଼ି ରହିଛି। କେତେକ କ୍ଷେତରେ ଧାନ ପାଚି ନ ଥିବା ବେଳେ ଅନ୍ୟ କିଛି ସ୍ଥାନରେ ଚାଷୀ ଅମଳ ପାଇଁ ସକ୍ଷମ ହୋଇପାରି ନାହାନ୍ତି।
(ରିପୋର୍ଟ: ଜଗତ୍‌ସିଂହପୁର ଅଫିସ/ଭଦ୍ରକ ଅଫିସ/ବାରିପଦା ଅଫିସ/ଖୋର୍ଦ୍ଧା ଅଫିସ୍‌/ ବାଲେଶ୍ୱର ଅଫିସ/ପଦ୍ମପୁର/ଆରଡ଼ି/ବୈଶିଙ୍ଗା/ବାଙ୍ଗିରିପୋଷି/ପିପିଲି/ଖଲ୍ଲିକୋଟ/ଧର୍ମଶାଳା, (ଡି.ଏନ୍‌.ଏ/ସ୍ବ.ପ୍ର.)


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri