ଉଜୁଡ଼ିଲା ଧାନ, ପରିବା ଫସଲ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ବାତ୍ୟାର ପ୍ରଭାବ ସବୁଠୁ ଅଧିକ ଜଗତ୍‌ସିଂହପୁର ଜିଲାରେ ପଡ଼ିଛି। ପାରାଦୀପ, ତିର୍ତ୍ତୋଲ, ଏରସମା ଓ ରଘୁନାଥପୁର ବ୍ଲକର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ତିର୍ତ୍ତୋଲରେ ବ୍ଲକ ଅଧୀନ କଟରା, ଗୋବିନ୍ଦପୁର, ପଟିଲୋ, କନିମୂଳ, ଗୋପାଳପୁର, କନକପୁର, କୋଲର, ସାମନ୍ତରାପୁର, ବିଷନପୁର, ଗୋପାଳପୁର (ଶଙ୍ଖେଶ୍ୱର)ଆଦି ଅଞ୍ଚଳରେ ଧାନଫସଲ ନଷ୍ଟ ହୋଇଛି। ରଘୁନାଥପୁର ବ୍ଲକର ୧୯ ପଞ୍ଚାୟତରେ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ରାଢ଼ଙ୍ଗ ପଞ୍ଚାୟତର ରାଢ଼ଙ୍ଗ, ଜିରା, ପୂଜା, କଳିଙ୍ଗା ଓ କରିମୂଳ ଗ୍ରାମର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ହଂସୁଆ ସଫେଇ ଉଭୟ ପାର୍ଶରେ ଥିବା ଅନେକ ଚାଷଜମିରେ ପାଣି ଲହରୀ ମାରୁଛି। ଏରସମା ବ୍ଲକର ପଦ୍ମପୁର, ଆମ୍ବିକି, ଗଡ଼ହରିଶପୁର, ଗଡ଼ବିଶୁନିପୁର, ଏରସମା, ଜିରାଇଲୋ, ଜପା ଓ କୁଞ୍ଜକୋଠି ଆଦି ପଞ୍ଚାୟତ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇିଛି।
ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ଚାଷୀଙ୍କ ଧାନ ଜମିରେ ବୁଡ଼ିଛି। ବର୍ଷା ଦାଉରୁ ନିଜର ଅମଳକ୍ଷମ ଧାନକୁ ରକ୍ଷା କରିବା ପାଇଁ ଯେନତେନ ପ୍ରକାରେ ଚାଷୀ ଚେଷ୍ଟା ଚଳାଇଛନ୍ତି। ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ ଅନୁରୂପ ଅବସ୍ଥା। ସମସ୍ତ ପାଚିଲା ଧାନ ସମ୍ପୂର୍ଣ୍ଣ ଉଜୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ସେହିପରି ଚାନ୍ଦବାଲି ଓ ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଧାନ ଫସଲ ବିଶେଷ ପ୍ରଭାବିତ
ହୋଇଛି। କିଛି ସ୍ଥାନରେ କଟା ଧାନ ଜମିରେ ପଡ଼ି ରହିଛି। ଆଉ କିଛି ସ୍ଥାନରେ ବର୍ଷା ଯୋଗୁ ପାଚିଲା ଧାନ କ୍ଷେତରେ ଶୋଇଯାଇଛି। ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ, ପାଳସାହି, ରଇପୁର, ସାହାସପୁର, ଧୂଷୁରୀ, ହସନାବାଦ, ବମକୁରା, ଅର୍ଜୁନପୁର, ନଦୀଗଁା, ଭଟ୍ଟସାହି, କୋଠାର, ଅସୁରାଳି, ଶ୍ୟାମସୁନ୍ଦରପୁର, ଈଶ୍ୱରପୁର ଆଦି ପଞ୍ଚାୟତର ଚାଷୀମାନଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝିଙ୍କୁ ପଚାରିବାରୁ ବର୍ଷା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି।

ମୟୂରଭଞ୍ଜ ଜିଲାରେ ୪ ଲକ୍ଷ ୩୬ ହଜାର ୮୦୨ହେକ୍ଟର ଜମିରେ ଖରିଫ ଧାନ ଫସଲ ହୋଇଥିଲା। ବର୍ଷା ଜିଲାର ତଳି ଅଞ୍ଚଳରେ ଥିବା ବ୍ଲକଗୁଡ଼ିକରେ ବିଶେଷ ପ୍ରଭାବ ପକାଇଛି। ଧାନ, ସୋରିଷ ଓ ପନିପରିବା ଚାଷ ବେଶ୍‌ ପ୍ରଭାବିତ ହୋଇଛି। ଗୋପବନ୍ଧୁନଗର, ବଡ଼ସାହି, ବେତନଟୀ, ମୋରଡ଼ା, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, କୁଳିଅଣା ଆଦି ବ୍ଲକର ତଳିଆ ଜମିରେ ବେଶି କ୍ଷୟକ୍ଷତି ଘଟିଥିବା ବିଭାଗ ପକ୍ଷରୁ ଆକଳନ କରାଯାଉଛି। ବାଙ୍ଗିରିପୋଷି, ବୈଶିଙ୍ଗା ଓ ବେତନଟୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ସପ୍ତାହେ ହେଲା କୌଣସି ମତେ ଅମଳ ହୋଇଥିବା ଧାନକୁ କେତେଜଣ ଚାଷୀ ଖଳାକୁ ଆଣିବାକୁ ସକ୍ଷମ ହୋଇଥିଲେ। ହେଲେ ଏବେ ବି ଅର୍ଦ୍ଧାଧିକ ଫସଲ ବିଲରେ ବର୍ଷାପାଣିରେ ଭାସୁଛି। ଏହି ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିବା ଅସମ୍ଭବ ହୋଇ ପଡ଼ିବ ଭାବି ବହୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ପୁରୀ ଜିଲା ପିପିଲି ବ୍ଲକର ଲକ୍ଷ୍ମୀନାରାୟଣପୁର, ପୁବାଶାସନ, ଓରକଳ, ପୋପରଙ୍ଗା, ପମସରା, ଗୋବିନ୍ଦପୁର, ଜଗନ୍ନାଥପୁର, କଣ୍ଟି, ପାଣିଦୋଳ, ଭାରତୀପୁର, ହାଟସାହି, ତେଇଶିପୁର, ମଙ୍ଗଳପୁର, ଦୁର୍ଗାଦାସପୁର, ରୁପଦେଇପୁର, ଚନ୍ଦ୍ରାଦେଇପୁର ସମେତ ୨୫ଟି ପଞ୍ଚାୟତ ଏବଂ ପିପିଲି ଏନ୍‌ଏସି ଅଞ୍ଚଳର ବହୁ ଚାଷଜମି ବର୍ଷାପାଣିରେ ବୁଡ଼ି ରହିଛି। ସେହିପରି ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତର ୧୫ହଜାର ହେକ୍ଟର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗୋପ, ବଳଙ୍ଗା, କଣାସ ଓ ସତ୍ୟବାଦୀ ବ୍ଲକ ଅଞ୍ଚଳର ଚାଷଜମି ଜଳମଗ୍ନ ହେବା ସହ ବ୍ୟାପକ ଧାନ ଓ ପରିବା ଫସଲ କ୍ଷତି ହୋଇଛି। ଧାନ ତଳେ ପଡ଼ିଯାଇଥିବା ବେଳେ ପାଣି ଦୁଇ ଫୁଟ ଉପରେ ଚାଲୁଛି। ଧାନ ପାଚିବା ସମୟରେ ଅମଳ ହେବା ପରିବର୍ତ୍ତେ ଗହୀର ସାରା ବିଲରେ ଶୋଇ ଗଜା ହେବାକୁ ଲାଗିଲାଣି। ପରିବା କିଆରି ଚିତ୍ର ବି ସମାନ। ଚାଷୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ପାଖ ଜମିରୁ ଧାନ କାଟି ବୋହି ଆଣିବା ସହ ପଲିଥିନ ଘୋଡ଼ାଇ ସାଇତିଛନ୍ତି। କିନ୍ତୁ ଗହୀର ସାରା ପାଚିଲା ଧାନ ପାଣିରେ ଲୋଟିଛି। କେତେଜଣ ଚାଷୀ ଧାର କରଜ କରି ଧାନ ଚାଷ କରିଥିଲେ, କିନ୍ତୁ ଫସଲ ନଷ୍ଟ ହେବାରୁ ସେମାନେ କିପରି କରଜ ଶୁଝିବେ ସେଇ ଚିନ୍ତାରେ ପଡ଼ିଛନ୍ତି। ପିପିଲି ବ୍ଲକ ଓ ଏନ୍‌ଏସିର ପ୍ରାୟ ୧୦ହଜାର ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା କୃଷି ଅଧିକାରିଣୀ ଜୟଲକ୍ଷ୍ମୀ ସାହୁ କହିଛନ୍ତି। ଚାଷୀ ନିଜ କ୍ଷତିଗ୍ରସ୍ତ ଚାଷଜମିରେ ଠିଆହୋଇ ଜିପିଏସ୍‌ ଫଟୋ ଉଠାଇବା ସହ ଜମିପଟ୍ଟାର ନକଲ ନିକଟସ୍ଥ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ପିପିଲି ବିଡିଓ ରଶ୍ମିତା ନାଥ କହିଛନ୍ତି। କ୍ଷୟକ୍ଷତି ଆକଳନ ଲାଗି ଜିଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି।
ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକରେ ୧୫୮ ମିମି ବର୍ଷା ହୋଇଥିବାବେଳେ ଧାନ ଫସଲ ବ୍ୟାପକ କ୍ଷତି ହୋଇଛି। ପୂର୍ବରୁ ବାତ୍ୟା ସୂଚନା ପାଇ ଅଧିକାଂଶ ଚାଷୀ ଦରପାଚିଲା ଧାନ କାଟିଥିଲେ। କେତେଜଣ ଖଳାକୁ ଆଣିଥିବା ବେଳେ ବହୁତ ଧାନ କଟା ହୋଇ ଜମିରେ ପଡ଼ିଥିଲା। ବର୍ଷାପାଣିରେ ସେସବୁ ବୁଡ଼ିଯିବା ସହ ସେଥିରୁ ଅଧିକାଂଶ ଭାସିଯାଇଛି। ବିଶେଷକରି ତୁଳସୀପୁର, ମଥୁରା, ଶ୍ରୀକୃଷ୍ଣଶରଣପୁର, ଲଙ୍ଗଳେଶ୍ୱର, ବେଢ଼ନଳିନାକ୍ଷପୁର, ଦାନପୁର ଆଦି ପଞ୍ଚାୟତରେ ବହୁ ହେକ୍ଟର ଜମିରେ ପାଣି ଜମିଛି। ବର୍ଷକର ପରିଶ୍ରମ ବୃଥା ଯାଇଛି ବୋଲି ଚାଷୀ ଦେବରାଜ ପାହାନ, କେଶରୀ ପାହାନ, ଭାସ୍କର ନାହାକ, ନାଗା ପାହାନ ପ୍ରମୁଖ କହିଛନ୍ତି।
ଖୋର୍ଦ୍ଧା ଜିଲାର ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ବାଣପୁର, ଜଟଣୀ, ଭୁବନେଶ୍ୱର ତଥା ତଳି ଅଞ୍ଚଳର ଚାଷଜମିରେ ପାଣି ଜମିରହି ଫସଲ ନଷ୍ଟ ହୋଇଛି। ସହର ତଳି ଅଞ୍ଚଳ ଗଡ଼ଖୋର୍ଦ୍ଧା, ସାମନ୍ତରାପୁର, କେରଙ୍ଗ, ଗଡ଼ହଳଦିଆ, ନୂଆଗାଁ, ଉଇଲିକିଶନ ନଗର, କୁମ୍ଭିଲୋ, ପତନିବର, ଟାଙ୍ଗିଆପଡ଼ା, ବାଜପୁର, ଦଳେଇପୁଟ, ଦେଉଳଟାଙ୍ଗୀ, ଜରିପୁଟ, ଶରଧାପୁର, ତରତୁଆ, ନାଲିପଡ଼ା ଅର୍ଜୁନପୁର, ପୁବୁସାହି, ବରସାହି, ଜୟମଙ୍ଗଳ, ପାନବରଜ, ବାଘମାରୀ, ସାରୁଅ, ଅଟ୍ରି ପ୍ରଭୃତି ଅଞ୍ଚଳରେ ପାଚିଲା ଧାନକ୍ଷେତରେ ପାଣି ଜମି ରହି ମାଟିରେ ମିଶିଯାଇଛି।

ଯାଜପୁର ଜିଲାରେ ରବିବାର ସନ୍ଧ୍ୟା ସୁଦ୍ଧା ୨୭.୩୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେଥିରୁ ଧର୍ମଶାଳା ବ୍ଲକରେ ସର୍ବାଧିକ ୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ବ୍ଲକରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି। ସେହିପରି ରସୁଲପୁର ଓ ବଡ଼ଚଣା ବ୍ଲକ ଅଞ୍ଚଳରେ ମଧ୍ୟ ଧାନ ଓ ପରିବା ଫସଲ ପାଣିରେ ବୁଡି ରହିଛି। ଏସବୁ ଉଜୁଡ଼ିଯିବା ନେଇ ଚାଷୀ ଆଶଙ୍କାରେ ରହିଛନ୍ତି।
ବାଲେଶ୍ୱର ଜିଲାର ସିମୁଳିଆ, ସୋର, ବାହାନଗା, ରେମୁଣା, ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗତ ୩ ତାରିଖ ସୁଦ୍ଧା ୪୮ ପ୍ରତିଶତ ଜମିରୁ ଫସଲ ଅମଳ ସାରି ଚାଷୀମାନେ ଘରକୁ ଧାନ ନେଇ ଆସିଥିବା ବେଳେ ବାକି ଫସଲ କ୍ଷେତରେ ପଡ଼ି ରହିଛି। କେତେକ କ୍ଷେତରେ ଧାନ ପାଚି ନ ଥିବା ବେଳେ ଅନ୍ୟ କିଛି ସ୍ଥାନରେ ଚାଷୀ ଅମଳ ପାଇଁ ସକ୍ଷମ ହୋଇପାରି ନାହାନ୍ତି।
(ରିପୋର୍ଟ: ଜଗତ୍‌ସିଂହପୁର ଅଫିସ/ଭଦ୍ରକ ଅଫିସ/ବାରିପଦା ଅଫିସ/ଖୋର୍ଦ୍ଧା ଅଫିସ୍‌/ ବାଲେଶ୍ୱର ଅଫିସ/ପଦ୍ମପୁର/ଆରଡ଼ି/ବୈଶିଙ୍ଗା/ବାଙ୍ଗିରିପୋଷି/ପିପିଲି/ଖଲ୍ଲିକୋଟ/ଧର୍ମଶାଳା, (ଡି.ଏନ୍‌.ଏ/ସ୍ବ.ପ୍ର.)


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri