ସ୍ବଚ୍ଛ ସମ୍ବଲପୁର ଏବେ ବି ବଡ଼ ଆହ୍ବାନ

ସମ୍ବଲପୁର,୨।୩(ଭବାନୀଶଙ୍କର ଭୋଇ): ସମ୍ବଲପୁର ମହାନଗର ନିଗମର ସ୍ବଚ୍ଛ ସମ୍ବଲପୁର ସ୍ଲୋଗାନ ସତ୍ତ୍ବେ ସହରରେ ସ୍ବଚ୍ଛତା ସବୁବେଳେ ଚିନ୍ତାର କାରଣ ପାଲଟିଛି। ମହାନଗର ନିଗମ ପକ୍ଷରୁ ଆବର୍ଜନ ପରିଚାଳନା ପାଇଁ ଅନେକ ବ୍ୟବସ୍ଥା ରହିଛି। ତଥାପି ମଧ୍ୟ ସ୍ବଚ୍ଛତା ନେଇ ଲୋକମାନଙ୍କ ଆପତ୍ତିି ଓ ଅଭିଯୋଗ କମିନାହିଁ। ମହାନଗର ନିଗମ ପକ୍ଷରୁ ୪୧ଟି ୱାର୍ଡର ସଫେଇ କାର୍ଯ୍ୟ ପରିଚାଳନା ପାଇଁ ମାସକୁ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କେତେକ ସ୍ଥାନରୁ ଦିନ ଦିନ ଧରି ଆବର୍ଜନା ସଂଗ୍ରହ ନ ହେବା, କେତେକ ସ୍ଥାନରେ ଦୀର୍ଘ ଦିନ ଧରି ଆବର୍ଜନା ପଡିରହିବା, ଡ୍ରେନଗୁଡିକ ଠିକଣା ଭାବେ ସଫା ନ ହେବା, ରାସ୍ତାରେ ଡ୍ରେନ ପାଣି ପ୍ରବାହିତ ହେଉଥିବା ଭଳି ଅଭିଯୋଗ ସମ୍ବଲପୁର ମହାନଗର ନିଗମ ପାଇଁ ସାଧାରଣ ଘଟଣା। ସହରରେ ଡ୍ରେନ ପାଇଁ ମାଷ୍ଟରପ୍ଲାନ ତିଆରି କରାଯାଉଛି। ତେବେ ଅନେକ ୱାର୍ଡରେ ରାସ୍ତା ଉପରେ ଡ୍ରେନ ପାଣି ଜମି ରହୁଥିବା ଭଳି ସ୍ଥିତି ଦେଖିବାକୁ ମିଳୁଛି। ଅନେକ ସମୟରେ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁ ନ ଥିବା ମଧ୍ୟ ଅନେକ ଅଭିଯୋଗ କରନ୍ତି। ଅନେକ ୱାର୍ଡରେ ସଫେଇ ପାଇଁ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ତଥାପି ସହରର ସ୍ବଚ୍ଛତା ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ତେବେ ମହାନଗର ନିଗମ ଆୟୁକ୍ତ ବେଦଭୂଷଣଙ୍କ ସୂଚନା ଅନୁଯାୟୀ ବିଗତ କିଛି ବର୍ଷ ତୁଳନାରେ ସହରର ୧୦ରୁ ୪୦% ଆବର୍ଜନା ସଂଗ୍ରହ ବୃଦ୍ଧି ପାଇଛି। ମହାନଗରର ୪୧ଟି ୱାର୍ଡରୁ ଦୈନିକ ୨ଶହ ଟନ ଆବର୍ଜନା ବାହାରୁଛି। ମହାନଗର ନିଗମ ପକ୍ଷରୁ ଘରକୁ ଘର ଯାଇ ଆବର୍ଜନା ସଂଗ୍ରହ ପାଇଁ ଗାଡ଼ିର ବ୍ୟବସ୍ଥା ରହିଛି। ବିଭିନ୍ନ ସ୍ଥାନରେ ଜମା ହେଉଥିବା ଆବର୍ଜନାକୁ ସଂଗ୍ରହ ପାଇଁ ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ିର ମଧ୍ୟ ବ୍ୟବସ୍ଥା ହୋଇଛି। ୱେଲ ସେଣ୍ଟରରେ ଆବର୍ଜନାକୁ ପୃଥକ କରାଯାଇ ସେଥିରୁ ଖତ ମଧ୍ୟ ପ୍ରସ୍ତୁତି ହେଉଛି। ସେହିପରି ଖୁବଶିଘ୍ର ମହାନଗର ଅଞ୍ଚଳରେ ୫୦ କୋଟି ଟଙ୍କା ବ୍ୟୟରେ ଆବର୍ଜନାଗୁଡ଼ିକର ପ୍ରକ୍ରିୟାକରଣ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ଆୟୁକ୍ତ ସୂଚନା ଦେଇଛନ୍ତି। ତେବେ ସହରକୁ ସଫା ସୁତୁରା ରଖିବା ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri