Posted inଜାତୀୟ

ହିମାଚଳ ପ୍ରଦେଶରେ ପରାଜୟ ସତ୍ତ୍ୱେ ନଡ୍ଡା କାହିଁକି ହେଲେ ଭାଜପା ଅଧ୍ୟକ୍ଷ? ଚଳିତ ବର୍ଷ ତାଙ୍କ ଲାଗି ‘ଅଗ୍ନିପଥ’

ନୂଆଦିଲ୍ଲୀ,୧୭।୧: ଭାଜପା କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଜେ.ପି. ନଡ୍ଡାଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଇଛି। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ଜୁନ୍‌ ୨୦୨୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାଣୀ ଦୁଇ କିମ୍ବା ଅଧିକ ଥର ପାଇଁ ଅଧ୍ୟକ୍ଷ ହୋଇଥିଲେ। ଏବେ ନଡ୍ଡା ତୃତୀୟ ନେତା ଭାବେ ଦଳର ନେତୃତ୍ୱ ପାଇଛନ୍ତି।

ମୋଦି ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ନଡ୍ଡାଙ୍କ ସଂଗଠନର ଅଭିଜ୍ଞତା ରହିଛି। ଭାଜପା ଅଧ୍ୟକ୍ଷ ହେବା ପୂର୍ବରୁ ନଡ୍ଡା ଜମ୍ମୁ-କଶ୍ମୀର ଏବଂ ୟୁପିର ପ୍ରଭାରୀ ମହାସଚିବ ଥିଲେ। ୨୦୧୦ରେ ସେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ, ସେତେବେଳେ ନୀତିନ ଗଡକରୀ ତାଙ୍କୁ ଦଳର ସଚିବ ଭାବେ ନିଯୁକ୍ତ କରିଥିଲେ।

ହିମାଚଳ ପ୍ରଦେଶ ହେଉଛି ନଡ୍ଡାଙ୍କ ଗୃହ ରାଜ୍ୟ। ଏଠାରେ ନିକଟରେ ହୋଇଥିବା ନିର୍ବାଚନରେ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ପରେ ନଡ୍ଡାଙ୍କ ପଦବୀ ବିପଦରେ ଥିବା କୁହାଯାଉଥିଲା। ହେଲେ ସେଭଳି କିଛି ହୋଇନାହିଁ। ସେ ପୁଣିଥରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ କାହିଁକି, ଆସନ୍ତୁ ଜାଣିବା…

-ମୋଦି-ଶାହାଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ:
୨୦୨୧ରେ ମୋଦି କ୍ୟାବିନେଟରେ ପରିବର୍ତ୍ତନ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂତନ ନାମଙ୍କୁ ନେଇ ମୋଦି, ଅମିତ ଶାହା ଏବଂ ନଡ୍ଡାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କିଛି ବଳିଷ୍ଠ ମନ୍ତ୍ରୀଙ୍କୁ ହଟାଇବkା ଉପରେ ସହମତି ପ୍ରକାଶ ପାଇଥିଲା। ଏଥିମଧ୍ୟରେ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭେଦକର ଏବଂ ହର୍ଷ ବର୍ଦ୍ଧନଙ୍କ ନାମ ଅନ୍ତର୍ଭୁକ୍ତ ଥିଲା। ମନ୍ତ୍ରୀଙ୍କଠାରୁ ଇସ୍ତଫା ପଠାଇବା ଦାୟିତ୍ୱ ନଡ୍ଡାଙ୍କୁ ଦିଆଯାଇଥିଲା। ନାଡା ସମସ୍ତ ୧୨ ମନ୍ତ୍ରୀଙ୍କୁ ଡାକି ସେମାନଙ୍କ ଇସ୍ତଫା ପିଏମ୍‌ଓକୁ ପଠାଇବାକୁ କହିଥିଲେ। ଏହି ଯୋଜନା ଏତେ ସୁରୁଖୁରୁରେ କାର୍ଯ୍ୟକାରୀ ହେଲା ଯେ ଆରମ୍ଭରେ କେହି ବି ସୂଚନା ପାଇ ନ ଥିଲେ।

-ବିହାର-ୟୁପିରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ:
ନଡ୍ଡାଙ୍କୁ ୨୦୨୦ ରେ ବିଜେପିର ଜାତୀୟ ଅଧ୍ୟକ୍ଷ କରାଯାଇଥିଲା। ଏହା ପରେ ପ୍ରାୟ ୧୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ୫ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିଥିବାବେଳେ୨ ରାଜ୍ୟରେ ମେଣ୍ଟ ସରକାର ଗଠନ କରିବାରେ ସଫଳ ହୋଇଥିଲା।

ନଡ୍ଡାଙ୍କ ନେତୃତ୍ୱରେ ବିହାର ଏବଂ ୟୁପିରେ ଭାଜପା ଭଲ ପ୍ରଦର୍ଶନ କରିଥିଲା। ଭାଜପା ୭୪ଟି ସିଟ ଜିତି ବିହାରରେ ଦ୍ୱିତୀୟ ବୃହତ୍ତମ ଦଳ ହୋଇଥିବାବେଳେ ୟୁପିରେ ୨୫୦ ରୁ ଅଧିକ ସିଟ୍‌ ଜିତି ସରକାର ଗଠନ କରିଛି। ଏହି ଦୁଇଟି ରାଜ୍ୟରେ ମୋଟ ୧୨୦ ଲୋକସଭା ଆସନ ଅଛି।

-ଏବେ ମିଶନ ୨୦୨୪ ମୋଡ୍‌ରେ ନଡ୍ଡା, ୯ ରାଜ୍ୟରେ ଦଳକୁ ମଜଭୂତ କରିବା ଲକ୍ଷ୍ୟ:-

୨୦୨୩ ରେ ନିର୍ବାଚନ ହେବାକୁ ଥିବା ୯ ରାଜ୍ୟ ମଧ୍ୟରୁ ୫ ରାଜ୍ୟରେ ଭାଜପା ମିଳିତ ସରକାର ଅଛି। ଅର୍ଥାତ ଏହି ୫ ରାଜ୍ୟରେ ଭାଜପା ସାମ୍ନାରେ ଏକ ଚ୍ୟାଲେଞ୍ଜ ମଧ୍ୟ ରହିଛି। ସେହିଭଳି ୪ ରାଜ୍ୟ ତେଲେଙ୍ଗାନା, ରାଜସ୍ଥାନ, ମିଜୋରାମ ଏବଂ ଛତିଶଗଡରେ ଜିତିବା ମଧ୍ୟ ଦଳ ପାଇଁ ଆହ୍ବାନ ପାଲଟିବ ବୋଲି କୁହାଯାଉଛି। ଏମିତିରେ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦଳର ହାଇକମାଣ୍ଡ ସମସ୍ତ ରାଜ୍ୟକୁ ହାତେଇବା ଲାଗି ରଣନୀତି ପ୍ରସ୍ତୁତ କରିପାରିବ। ଏହାଛଡ଼ା ମେଣ୍ଟ ସରକାର ଗଠନ କରିବା ଦିଗରେ ମଧ୍ୟ କାମ କରିପାରିବ। ମୋଦି-ଶାହଙ୍କ ବିଶ୍ୱସନୀୟ ହୋଇଥିବାରୁ ନଡ୍ଡା ଏହି କାମ ସହଜରେ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri