ପରାଜୟ ସତ୍ତ୍ୱେ ଏହି ରେକର୍ଡର ଅଧିକାରୀ ହେଲେ ଧୋନୀ

ଆବୁଧାବି, ୮।୧୦: ଆଇପିଏଲ୍‌ ୧୩ତମ ସିଜନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ମ୍ୟାଚ୍‌ରେ ବ୍ୟାଟିଂରେ କିଛି ଖାସ୍‌ କମାଲ କରିପାରି ନ ଥିଲେ। କିନ୍ତୁ ଉଇକେଟ୍‌କିପର ଭାବେ ଧୋନୀ ଏହି ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ଆଇପିଏଲ୍‌ ଇତିହାସରେ ସେ ସର୍ବାଧିକ କ୍ୟାଚ୍‌ ଧରିଥିବା ଉଇକେଟ୍‌କିପର ହେବାର ସୌଭାଗ୍ୟ ଲାଭ କରିଛନ୍ତି।
ଧୋନୀ ବର୍ତ୍ତମାନ ସୁଦ୍ଧା ୧୦୪ କ୍ୟାଚ୍‌ ଧରିଛନ୍ତି। କୋଲକାତା ବିପକ୍ଷ ମ୍ୟାଚ୍‌ରେ ସେ ସେହି ଦଳର ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ନାମରେ ଥିବା ରେକର୍ଡକୁ ପଛକରେ ପକାଇ ଦେଇଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ଉଇକେଟ୍‌କିପର ଭାବେ ଆଇପିଏଲ୍‌ରେ ସର୍ବାଧିକ କ୍ୟାଚ୍‌ ଧରିବା ରେକର୍ଡ କାର୍ତ୍ତିକ (୧୦୩ଟି)ଙ୍କ ନାମରେ ଥିଲା। ଆଇପିଏଲ୍‌ ଇତିହାସରେ କେବଳ ଧୋନୀ ଓ କାର୍ତ୍ତିକ ଉଇକେଟ୍‌କିପର ଭାବେ ୧୦୦ରୁ ଊର୍ଦ୍ଧ୍ୱ କ୍ୟାଚ୍‌ ଧରିଛନ୍ତି।

Share