Posted inଜାତୀୟ

ଭାରତ ଜି-୭ର ଅଂଶ ନୁହେଁ, ତଥାପି ଇଟାଲୀରେ କିଭଳି ସେଣ୍ଟର ପଏଣ୍ଟରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଜି୭ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲିରୁ ଭାରତ ଫେରି ଆସିଛନ୍ତି। ହେଲେ ଗତ ୨ ଦିନ ମଧ୍ୟରେ ବିଶ୍ୱନେତାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହାର ଯେଉଁ ଫଟୋ ଶେଷରେ ସାମ୍ନାକୁ ଆସିଥିଲା, ସେଥିରେ ପିଏମ୍‌ ମୋଦି ସେଣ୍ଟର ପଏଣ୍ଟରେ ରହିଥିଲେ। ଗୋଟିଏ ପଟେ ଏସିଆର ଜାପାନ, ୟୁରୋପରୁ ଫ୍ରାନ୍ସ, ଇଟାଲି, ଜର୍ମାନୀ, ବ୍ରିଟେନ୍‌ ଏବଂ ଦକ୍ଷିଣ ଆମେରିକାରୁ ଆମେରିକା ଏବଂ କାନାଡ଼ା ଜି୭କୁ ନେତୃତ୍ୱ ନେଇଆସୁଥିବା ବେଳେ, ଏହାର ଅଂଶ ନ ହୋଇ ବି ଭାରତର ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲେ।

ଇଟାଲିର ଆପୁଲିଆରେ ମୋଦିଙ୍କ କୁଟନୀତି ଦୃଶ୍ୟମାନ ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କ ସହ ଶକ୍ତି ସମୀକରଣ ସହ ମୋଦି ପୋପ୍‌ଙ୍କୁ ଆଲିଙ୍ଗନ କରିଥିଲେ। ଦୁଇ ବଡ଼ ୟୁରୋପୀୟ ଦେଶର ନେତା ମାକ୍ରୋନ୍‌ ଏବଂ ସୁନକ ମୋଦିଙ୍କ ସହ କୁଟନୀତିକସ୍ତରରେ କାର୍ଯ୍ୟ କରୁଥିବା ଦେଖାଯାଇଥିଲା। ଏହି ବୈଠକରେ ମୋଦି ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନସ୍କି ପାଇଁ ଶାନ୍ତି ବାର୍ତ୍ତା ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ପରାମର୍ଶ ଥିବା ନିରବ ସଙ୍କେତ ଦେଇଛନ୍ତି।

ଜି୭ ଶିଖର ସମ୍ମିଳନୀର ଯେଉଁ ଫଟୋ ସାମ୍ନାକୁ ଆସିଥିବା ଚିତ୍ରକୁ ଭଲଭାବେ ଦେଖିବା, ତେବେ ବିଶ୍ୱ କୁଟନୀତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫଟୋର କେନ୍ଦ୍ରରେ ମୋଦି ରହିଥିବା ବେଳେ ବାମ ପାର୍ଶ୍ୱରେ ଜର୍ମାନୀ ଚାନ୍ସେଲର୍‌ ଓଲାପ ସ୍କୋଲେଜ୍‌ ଏବଂ ଡାହାଣ ପାର୍ଶ୍ୱରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ରହିଛନ୍ତି। ତଳ ଧାଡ଼ିରେ ମେଲୋନି, ଖ୍ରିଷ୍ଟିଆନ ଧାର୍ମିକ ନେତା ପୋପ୍‌ ରହିଛନ୍ତି। ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କେନ୍ଦ୍ରଠାରୁ ବହୁ ଦୂରରେ ରହିଥିଲେ। କୁଟନୈତିକ ଭାଷାରେ ବୁଝିଲେ ଫ୍ରାନ୍ସ, ଇଟାଲୀ, କାନାଡ଼ା ଏବଂ ବ୍ରିଟେନଠାରୁ ବଡ଼ ଅର୍ଥନୀତିରେ ପରିଣତ ହୋଇଛି। ବିଶ୍ୱ ପାଇଁ ପ୍ରସ୍ତୁତ ହେଉଥିବା ଭବିଷ୍ୟତ ଯୋଜନାର କେନ୍ଦ୍ରରେ ଭାରତ ରହିବାକୁ ଯାଉଛି।

ଜି୭ରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି। ପ୍ରାୟ ୪ ଘଣ୍ଟା ପରେ ମୋଦି ମଧ୍ୟ ମେଲୋନିଙ୍କ ସେଲଫି ଟୁଇଟ୍‌କୁ ‘ଏକ୍ସ’ରେ ପୋଷ୍ଟ କରି ଇଟାଲୀ ଭାଷାରେ ଲେଖିଥିଲେ- ଲଙ୍ଗ ଲାଇଭ୍‌ ଇଟାଲୀ ଇଣ୍ଡିଆ ଫ୍ରେଣ୍ଡସିପ୍‌। ଏହି ସେଲଫି ଏବଂ ଭିଡିଓର ଅନେକ ଅର୍ଥ ରହିଛି। କାରଣ ଗତ କିଛି ବର୍ଷ ମଧ୍ୟରେ ଇଟାଲୀ ଏବଂ ଭାରତ ନିକଟତର ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଥିବା ବେଳେ ଇଟାଲୀ ମଧ୍ୟ କୁଟନୈତିକସ୍ତରରେ ଭାରତକୁ ସମର୍ଥନ ଦେଇଛି।

ଗୋଟିଏ ପଟେ ଜି୭ର ୭ ଧନୀ ଦେଶ ଥିବା ବେଳେ ଅନ୍ୟପକ୍ଷେ ନିଜକୁ ବହୁତ ଶକ୍ତିଶାଳୀ ମନେ କରୁଥିବା ଚାଇନା ରହିଛି। ଚାଇନା ସର୍ବଦା ଜି୭ ପ୍ରାଧିକରଣକୁ ଚ୍ୟାଲେଞ୍ଜ କରିଆସୁଛି, ହେଲେ ଏଥର ଜି୭ ଦେଶଗୁଡ଼ିକ ଚାଇନା ବିରୋଧରେ ବଡ଼ ଆଭିମୁଖ୍ୟ ଗ୍ରହଣ କରିବା ସହ କଠୋର ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri