Posted inଜାତୀୟ

ଭାରତ ଜି-୭ର ଅଂଶ ନୁହେଁ, ତଥାପି ଇଟାଲୀରେ କିଭଳି ସେଣ୍ଟର ପଏଣ୍ଟରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଜି୭ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲିରୁ ଭାରତ ଫେରି ଆସିଛନ୍ତି। ହେଲେ ଗତ ୨ ଦିନ ମଧ୍ୟରେ ବିଶ୍ୱନେତାଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହାର ଯେଉଁ ଫଟୋ ଶେଷରେ ସାମ୍ନାକୁ ଆସିଥିଲା, ସେଥିରେ ପିଏମ୍‌ ମୋଦି ସେଣ୍ଟର ପଏଣ୍ଟରେ ରହିଥିଲେ। ଗୋଟିଏ ପଟେ ଏସିଆର ଜାପାନ, ୟୁରୋପରୁ ଫ୍ରାନ୍ସ, ଇଟାଲି, ଜର୍ମାନୀ, ବ୍ରିଟେନ୍‌ ଏବଂ ଦକ୍ଷିଣ ଆମେରିକାରୁ ଆମେରିକା ଏବଂ କାନାଡ଼ା ଜି୭କୁ ନେତୃତ୍ୱ ନେଇଆସୁଥିବା ବେଳେ, ଏହାର ଅଂଶ ନ ହୋଇ ବି ଭାରତର ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲେ।

ଇଟାଲିର ଆପୁଲିଆରେ ମୋଦିଙ୍କ କୁଟନୀତି ଦୃଶ୍ୟମାନ ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କ ସହ ଶକ୍ତି ସମୀକରଣ ସହ ମୋଦି ପୋପ୍‌ଙ୍କୁ ଆଲିଙ୍ଗନ କରିଥିଲେ। ଦୁଇ ବଡ଼ ୟୁରୋପୀୟ ଦେଶର ନେତା ମାକ୍ରୋନ୍‌ ଏବଂ ସୁନକ ମୋଦିଙ୍କ ସହ କୁଟନୀତିକସ୍ତରରେ କାର୍ଯ୍ୟ କରୁଥିବା ଦେଖାଯାଇଥିଲା। ଏହି ବୈଠକରେ ମୋଦି ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନସ୍କି ପାଇଁ ଶାନ୍ତି ବାର୍ତ୍ତା ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ପରାମର୍ଶ ଥିବା ନିରବ ସଙ୍କେତ ଦେଇଛନ୍ତି।

ଜି୭ ଶିଖର ସମ୍ମିଳନୀର ଯେଉଁ ଫଟୋ ସାମ୍ନାକୁ ଆସିଥିବା ଚିତ୍ରକୁ ଭଲଭାବେ ଦେଖିବା, ତେବେ ବିଶ୍ୱ କୁଟନୀତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫଟୋର କେନ୍ଦ୍ରରେ ମୋଦି ରହିଥିବା ବେଳେ ବାମ ପାର୍ଶ୍ୱରେ ଜର୍ମାନୀ ଚାନ୍ସେଲର୍‌ ଓଲାପ ସ୍କୋଲେଜ୍‌ ଏବଂ ଡାହାଣ ପାର୍ଶ୍ୱରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ରହିଛନ୍ତି। ତଳ ଧାଡ଼ିରେ ମେଲୋନି, ଖ୍ରିଷ୍ଟିଆନ ଧାର୍ମିକ ନେତା ପୋପ୍‌ ରହିଛନ୍ତି। ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କେନ୍ଦ୍ରଠାରୁ ବହୁ ଦୂରରେ ରହିଥିଲେ। କୁଟନୈତିକ ଭାଷାରେ ବୁଝିଲେ ଫ୍ରାନ୍ସ, ଇଟାଲୀ, କାନାଡ଼ା ଏବଂ ବ୍ରିଟେନଠାରୁ ବଡ଼ ଅର୍ଥନୀତିରେ ପରିଣତ ହୋଇଛି। ବିଶ୍ୱ ପାଇଁ ପ୍ରସ୍ତୁତ ହେଉଥିବା ଭବିଷ୍ୟତ ଯୋଜନାର କେନ୍ଦ୍ରରେ ଭାରତ ରହିବାକୁ ଯାଉଛି।

ଜି୭ରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି। ପ୍ରାୟ ୪ ଘଣ୍ଟା ପରେ ମୋଦି ମଧ୍ୟ ମେଲୋନିଙ୍କ ସେଲଫି ଟୁଇଟ୍‌କୁ ‘ଏକ୍ସ’ରେ ପୋଷ୍ଟ କରି ଇଟାଲୀ ଭାଷାରେ ଲେଖିଥିଲେ- ଲଙ୍ଗ ଲାଇଭ୍‌ ଇଟାଲୀ ଇଣ୍ଡିଆ ଫ୍ରେଣ୍ଡସିପ୍‌। ଏହି ସେଲଫି ଏବଂ ଭିଡିଓର ଅନେକ ଅର୍ଥ ରହିଛି। କାରଣ ଗତ କିଛି ବର୍ଷ ମଧ୍ୟରେ ଇଟାଲୀ ଏବଂ ଭାରତ ନିକଟତର ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଥିବା ବେଳେ ଇଟାଲୀ ମଧ୍ୟ କୁଟନୈତିକସ୍ତରରେ ଭାରତକୁ ସମର୍ଥନ ଦେଇଛି।

ଗୋଟିଏ ପଟେ ଜି୭ର ୭ ଧନୀ ଦେଶ ଥିବା ବେଳେ ଅନ୍ୟପକ୍ଷେ ନିଜକୁ ବହୁତ ଶକ୍ତିଶାଳୀ ମନେ କରୁଥିବା ଚାଇନା ରହିଛି। ଚାଇନା ସର୍ବଦା ଜି୭ ପ୍ରାଧିକରଣକୁ ଚ୍ୟାଲେଞ୍ଜ କରିଆସୁଛି, ହେଲେ ଏଥର ଜି୭ ଦେଶଗୁଡ଼ିକ ଚାଇନା ବିରୋଧରେ ବଡ଼ ଆଭିମୁଖ୍ୟ ଗ୍ରହଣ କରିବା ସହ କଠୋର ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri