ଅବହେଳିତ ଅବସ୍ଥାରେ ଡେରାବିଶ ବ୍ଲକର ୧୪ ନଂ. ଜୋନ୍‌

ଡେରାବିଶ,୧୩।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ୧୪ ନଂ. ଜିଲା ପରିଷଦ ଜୋନ୍‌ ଅବହେଳିତ ଅବସ୍ଥାରେ ଥିବା ଶନିବାର ଭାଜପା ନେତୃମଣ୍ଡଳୀଙ୍କ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଭାଜପା ନେତା ତେଜେଶ୍ୱର ପରିଡ଼ା ଯୋଗଦେଇ ୧୪ ନଂ. ଜୋନ ଅଧୀନରେ ଥିବା ୯ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିବା ସେ କହିଥିଲେ।
ବ୍ଲକ ଅଧୀନ ଚାନ୍ଦୋଳଠାରେ ଥିବା ପୋଲିସ ସହାୟକ କେନ୍ଦ୍ର କାର୍ଯ୍ୟ କରୁଛି। ମାତ୍ର ଏହି ସହାୟକ କେନ୍ଦ୍ର ୯ଟି ପଞ୍ଚାୟତର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁରକ୍ଷା ଦେବା ସମ୍ଭବ ପର ହୋଇପାରୁନାହିଁ। ଜିଲାର ଅନ୍ୟ ବ୍ଲକରେ ଥିବା ଫାଣ୍ଡିଗୁଡ଼ିକୁ ଥାନାରେ ପରିଣତ କରାଯାଇଥିବାବେଳେ ଚାନ୍ଦୋଳଠାରେ ଥିବା ପୋଲିସ ସହାୟକ କେନ୍ଦ୍ରକୁ ଥାନା କରାଯାଇନାହିଁ। ସେହିପରି ଚାନ୍ଦୋଳ ଦେଇ ଯାଇଥିବା କଟକ-ଚାନ୍ଦବାଲି ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି, ଚାନ୍ଦୋଳଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାହିଁ ଖୋଲାଯାଇନାହିଁ, ଏହି ରାସ୍ତାରେ ଦୁର୍ଘଟଣାରେ ଗୁରୁତର ହେଉଥିବା ବ୍ୟକ୍ତିଙ୍କୁ କଟକ ଜିଲା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠା ଯାଉଛି। ସେହିପରି ଡେରାବିଶଠାରେ ସ୍ଥାପନ କରାଯାଇଥିବା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରବର ବୋଟ୍‌ ୨ ବର୍ଷ ହେବ କଟକ କାର୍ଯ୍ୟାଳୟକୁ ନିଆଯାଇଥିଲେ ମଧ୍ୟ ତାହା ଫେରସ୍ତ ହୋଇ ନାହିଁ। ନିକଟରେ ଲୁଣାନଦୀରେ ବୁଡ଼ି ଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିବାକୁ କଟକ ଜିଲା ନିଶ୍ଚିନ୍ତକୋଇଲି କାର୍ଯ୍ୟାଳୟର କର୍ମଚାରୀମାନେ ସେମାନଙ୍କର ବୋଟ୍‌ ଆଣି ଖୋଜା ଖୋଜି କରିଥିଲେ। ଯାହାକି ସରକାର ଓ ପ୍ରଶାସନର ଅପରଗତାର ଏକ ଜ୍ୱଳନ୍ତ ନିଦର୍ଶନ। ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଶାସକ ଦଳର କର୍ମୀମାନେ ହଡ଼ପ କରୁଛନ୍ତି। ବିଶେଷକରି ବ୍ଲକ ଅଧୀନ ପଲେଇ ପଞ୍ଚୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଦୁର୍ନୀତିକୁ ଜାଣି ମଧ୍ୟ ପ୍ରଶାସନର ନିରବତା ଅବଲମ୍ବନ କରୁଛି। ସମ୍ମିଳନୀରେ ଜିଲା ସଭାପତି ପଣ୍ଡା ତାଙ୍କ ବକ୍ତବ୍ୟରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ନିର୍ବାଚିତ ବିଧାୟିକାଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧିଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ହେଉଛି। ନିର୍ବାଚନମଣ୍ଡଳୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପୂର୍ଣ୍ଣ ବାଟମାରଣା ହେଉଥିବା ପଣ୍ଡା କହିଥିଲେ। ଡେରାବିଶ ବ୍ଲକ ଅଧୀନ ଲୁଣାନଦୀରେ ୨୦୦୨ରୁ ଆରମ୍ଭ ହୋଇଥିବା ସେତୁ ସମ୍ପୂର୍ଣ୍ଣ ହେବାକୁ ୧୪ ବର୍ଷ ଲାଗିଥିଲା। ୨୦୧୬ରେ ଏହି ସେତୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ମାତ୍ର ଏହି ସେତୁକୁ ସଂଯୋଗ କରିଥିବା ରାସ୍ତା ଏହା ଭିତରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରିନାହିଁ। ତେବେ ସେତୁକୁ ସଂଯୋଗ କରୁଥିବା ଚାନ୍ଦୋଳ-ଦାନପୁର ରାସ୍ତାଟି ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ବ୍ରିଟିଶ ଅମଳରୁ ନିର୍ମିତ ଅଣଓସାରିଆ ଲକ୍‌ ପୋଲ ଯୋଗୁ ଯାନବାହାନ ଓ ସାଧାରଣ ଲୋକ କାରବାରରେ ଅସୁବିଧା ହେଉଛି। ତେଣୁ ପ୍ରଶାସନିକ ନିରବତା ଓ ପାଟକୁରାର ପ୍ରତିନିଧି ଏଥିପ୍ରତି ଦୃଷ୍ଟି ନ ଦେବା ସାଧାରଣରେ ସମସ୍ତଙ୍କୁ ଚକିତ କରିଛି। ସେହିପରି କଟକ-ଚାନ୍ଦବାଲି ରାସ୍ତାର ବିଭିନ୍ନ ବଜାରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ପୂର୍ବରୁ ହୋଇ ସାରିଥିଲା ବେଳେ ଚାନ୍ଦୋଳ ବଜାରରେ ଅକ୍ଟୋବରରେ ବିଧାୟିକା ଆଲୋକୀକରଣ କାର୍ଯ୍ୟକୁ ଉଦ୍‌ଘାଟନ କରିଥିଲେ। ପ୍ରତିମାସରେ ଏହି ବିଦ୍ୟୁତ୍‌ ଆଲୋକୀକରଣର ମାସିକ ଦେୟ ଚାନ୍ଦୋଳ ସରପଞ୍ଚ ପୈଠ କରିବେ। ସରପଞ୍ଚ ଓ ବଜାର କମିଟିକୁ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ କରାଯାଇ ନ ଥିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପଣ୍ଡା ସୂଚନା ଦେଇଥିଲେ। ଏହି ସମସ୍ତ ବିଷୟରେ ଆସନ୍ତା ବିଧାନସଭା ଅଧିବେଶନରେ ଭାଜପା ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ସଭାପତି ପଣ୍ଡା ଓ ଭାଜପା ନେତା ପରିଡ଼ା ଖବରଦାତାଙ୍କୁ ସୂଚନା ଦେଇଥିଲେ। ଏଥିରେ ଚାନ୍ଦୋଳ ସରପଞ୍ଚ ସୁରେନ୍ଦ୍ର ମଲ୍ଲିକ, ଭାଜପା ନେତା ବିଭୁଦେନ୍ଦୁ ପଣ୍ଡା ଓ ମମତା ସେଠୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri