ଉପବାଚସ୍ପତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ  ଫେରୁଥିବା ବେଳେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନୁଗୋଳରୁ ଫେରୁଥିବା ବେଳେ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲାଠାରୁ ବନ୍ତଳା ରାସ୍ତାକୁ ଟର୍ନିଂ ସମୟରେ ଏହି ଦୁର୍ଘଟଣା ଘଟିଛି। ଉପବାଚସ୍ପତିଙ୍କ କାର୍‌ ଏକ ଟ୍ରକ୍‌ ସହ ପିଟି ହୋଇଯାଇଥିବା ଜଣାପଡ଼ିଛି। ତେବେ ଉପବାଚସ୍ପତି ସୁରକ୍ଷିତ ଥିବା ସୂଚନା ମିଳିଛି।