ଉପବାଚସ୍ପତିଙ୍କୁ କରୋନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ମହାମାରୀ କରୋନା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। ରାଜ୍ୟରେ ପ୍ରତିଦିନ ୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି। ସୋମବାର ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ କରୋନା ହୋଇଥିବା ଜଣାପଡିଛି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜ କରୋନା ଟେଷ୍ଟ କରାଇ ନେବାକୁ ସେ ଟୁଇଟ୍‌ ଯୋଗେ ଅନୁରୋଧ କରିଛନ୍ତି।