ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଗଛରେ ପିଟିହୋଇଥିଲା। ଧକ୍କାର ତୀବ୍ରତା ଏତେ ଥିଲାଯେ ଗଛଟି ଭାଙ୍ଗି ପଡ଼ିଥିଲା। ଗଛ ପଡ଼ିବାରୁ ନିକଟରେ ଥିବା ଗୋଟିଏ ଲୁନା ଓ ଗୋଟିଏ ସ୍କୁଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ସୁଭାଗ୍ୟବଶତଃ, ଏହି ଦୁର୍ଘଟଣାରେ ଉପଜିଲାପାଳଙ୍କ ଡ୍ରାଇଭର୍‌ଙ୍କର କୌଣସି କ୍ଷତି ହୋଇ ନଥିବା ସୂଚନା ମିଳିଛି।ଘଟଣା ସମ୍ପର୍କରେ ପୋଲିସ୍‌ ଅଧିକ ତଦନ୍ତ କରୁଛି।

Dharitri – Odisha’s No.1 Odia Daily

Share