ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ପିଏମ୍ ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ପିଏମ୍ ମୋଦିଙ୍କୁ ଭେଟିବା ପରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପ୍ରଭାତୀ ଲେଖିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି ଏବଂ ଓଡ଼ିଶାର ବିକାଶ, ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ସହିତ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ସମୟରେ ହୋଇଥିବା ଅଗ୍ରଗତି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛି ।”
ପ୍ରଭାତୀ ପରିଡା ଲେଖିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଏକ ବିକଶିତ ଭାରତ ପ୍ରତି ପ୍ରତିବଦ୍ଧତାରେ ଅନୁପ୍ରାଣିତ ହୋଇ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଆଗକୁ ବଢ଼ୁଛି । ଆଲୋଚନାରେ ବିଶ୍ୱସ୍ତରରେ ଓଡ଼ିଶାର ବିଶାଳ ପର୍ଯ୍ୟଟନ ସମ୍ଭାବନାକୁ ସ୍ୱୀକାର କରିବା, ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଆମ ସମସ୍ତଙ୍କ ପାଇଁ ନୂତନ ଶକ୍ତି ଏବଂ ଦୃଢ଼ତାର ଉତ୍ସ । ନୂତନ ଆତ୍ମବିଶ୍ୱାସ, ନୂତନ ଗତି ଏବଂ ନୂତନ ସଂକଳ୍ପ ସହିତ – ଏକ ବିକଶିତ ଓଡ଼ିଶା ଆଡ଼କୁ ।”

Share