ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ କରିଛନ୍ତି। ୮୨ ହଜାର ୩୬ ଜଣଙ୍କର ଡିବିଟି ଆକ୍ଟିଭ୍‌ ପାଇଁ କୁହାଯାଇଛି। ୨୮ ହଜାର ୬୧୧ ଜଣଙ୍କର ବାୟୋମେଟ୍ରିକ୍‌ E-KYC ହୋଇନି। ଜୁଲାଇ ୨୫ ତାରିଖ ସୁଦ୍ଧା ସମସ୍ତଙ୍କର ଫିଲ୍ଡ ଇନକ୍ବାରୀ ସରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁଭଦ୍ରା ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଏକ ମହିଳା କଲ୍ୟାଣମୂଳକ ଯୋଜନା। ଏହା ୧୭ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ଯୋଜନା ଅର୍ଥନୈତିକ ଭାବରେ ଦୁର୍ବଳ ବର୍ଗର ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରେ।
Dharitri – Odisha’s No.1 Odia Daily

Share